PAK vs NZ: ମ୍ୟାଚ ଅଧାରୁ ବଦଳି ଗଲେ ପାକିସ୍ତାନର ଅଧିନାୟକ, ବାବରଙ୍କ ବଦଳରେ ଏହି ଖେଳାଳିଙ୍କ କାନ୍ଧରେ ଏବେ ଅଧିନାୟକ ପଦ
Advertisement
Article Detail0/zeeodisha/odisha1505235

PAK vs NZ: ମ୍ୟାଚ ଅଧାରୁ ବଦଳି ଗଲେ ପାକିସ୍ତାନର ଅଧିନାୟକ, ବାବରଙ୍କ ବଦଳରେ ଏହି ଖେଳାଳିଙ୍କ କାନ୍ଧରେ ଏବେ ଅଧିନାୟକ ପଦ

PAK vs NZ:  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ମଝିରେ ପାକିସ୍ତାନକୁ ଅଧିନାୟକ ବଦଳାଇବାକୁ ପଡିଲା। ମ୍ୟାଚ୍ ସମୟରେ କ୍ୟାପଟେନ ବାବର ଆଜାମଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା ଏବଂ ସେ ତୃତୀୟ ଦିନରେ ଭୂମିକୁ ଆସିନଥିଲେ। ତେଣୁ ବର୍ତ୍ତମାନ ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନର କାର୍ଯ୍ୟନିର୍ବାହୀ ଅଧିନାୟକ ଦାୟିତ୍। ଦିଆଯାଇଛି। ବାବର ଆଜମଙ୍କ ବ୍ୟତୀତ ଆଗା ସଲମାନ ମଧ୍ୟ ଅସୁସ୍ଥ ଥିବା କୁହାଯାଉଛି।

PAK vs NZ: ମ୍ୟାଚ ଅଧାରୁ ବଦଳି ଗଲେ ପାକିସ୍ତାନର ଅଧିନାୟକ, ବାବରଙ୍କ ବଦଳରେ ଏହି ଖେଳାଳିଙ୍କ କାନ୍ଧରେ ଏବେ ଅଧିନାୟକ ପଦ

PAK vs NZ:  ନୂଆଦିଲ୍ଲୀ: ପାକିସ୍ତାନ (Pakistan) ବର୍ତ୍ତମାନ କରାଚିସ୍ଥିତ (Karachi) ଜାତୀୟ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ (New Zealand) ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ (Test Series) ଖେଳୁଛି। ଆଜି ମ୍ୟାଚର ତୃତୀୟ ଦିନରେ ପାକିସ୍ତାନ (Pakistan) ଦଳକୁ ଏକ ବଡ଼ ଝଟକା ଲାଗିଛି। ମ୍ୟାଚ ମଝିରେ ପାକିସ୍ତାନ ଅଧିନାୟକଙ୍କୁ ବଦଳାଇଦେଇଛି। କୁହାଯାଉଛି ଯେ ମ୍ୟାଚ ସମୟରେ ଅଧିନାୟକ ବାବର ଆଜାମ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ ତୃତୀୟ ଦିନରେ ପଡ଼ିଆକୁ ଯାଇପାରିନଥିଲେ। ଏଥିପାଇଁ ସରଫରାଜ ଅହମ୍ମଦଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ସରଫରାଜଙ୍କୁ କାର୍ଯ୍ୟକାରୀ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛି ବୋର୍ଡ। ତେବେ ଆହତ ସମସ୍ୟା ଦେଇ ପାକିସ୍ତାନ ଦଳ ଏବେ ଗତି କରୁଛି। ବାବର ଆଜମଙ୍କ ବ୍ୟତୀତ ସଲମାନ ମଧ୍ୟ ମୈଦାନରେ ଅନୁପସ୍ଥିତ ରହିଛନ୍ତି। ସେ ମଧ୍ୟ ଅସୁସ୍ଥ ଥିବା ନେଇ ସୂଚନା ରହିଛନ୍ତି। 

କୁହାଯାଉଛି କି ପାକିସ୍ତାନ ଟିମର କିଛି ଖେଳାଳି ଭାଇରାଲ ଫ୍ଲ୍ୟୁରେ ପୀଡ଼ିତ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଧିନାୟକ ବାବର ଆଜମ ମଧ୍ୟ ସାମିଲ ରହିଛନ୍ତି। ଭାଇରାଲ ଫ୍ଲ୍ୟୁରେ ପୀଡ଼ିତ ହେବା କାରଣରୁ ଆଜି ତୃତୀୟ ଦିନରେ ମୈଦାନକୁ ଆସିପାରିନଥିଲେ। ତାଙ୍କ ସ୍ଥାନରେ ଉପ ଅଧିନାୟକ ମହମ୍ମଦ ରିଜଓ୍ୱାନ ଅଧିନାୟକ ପଦ ସମ୍ଭାଳିଥିଲେ। କିନ୍ତୁ ସେ ଶ୍ରେଷ୍ଠ ଏକାଦଶରେ ସାମିଲ ନଥିଲେ। ଏଥିପାଇଁ ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ଅଧିନାୟକ ପଦ ସମ୍ଭାଳିଥିଲେ। 

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ୪୩୮ ରନ କରିଥିଲା। ସଲମାନ ଆଗା ଓ ଅଧିନାୟକ ବାବର ଆଜମ ଶତକୀୟ ଇନିଂସ ଖେଳିଥିଲେ। ଫଳରେ ପାକିସ୍ତାନ ଏହି ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା। ପାକିସ୍ତାନ ପରେ ଇଂଲଣ୍ଡ ତାର ପ୍ରଥମ ଇନିଂସରେ ୭୮ ଓଭର ଖେଳି ୨ ଓ୍ୱିକେଟ ହରାଇ ୨୬୦ ରନ କରି ଖେଳ ଜାରି ରଖିଛି। 

ତେବେ ପାକିସ୍ତାନର ନୂଆ ଚୟନକର୍ତ୍ତା ଶାହିଦି ଆଫ୍ରିଦି ଟିମରେ ବଡ଼ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛନ୍ତି। ପାକିସ୍ତାନ ଜୁନିୟର ଲିଗରେ ଦମଦାର ପ୍ରଦର୍ଶନ କରିଥିବା ତିନି ଜଣ ଯୁବ ତାରକାଙ୍କୁ ଦଳରେ ସାମିଲ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଲରାଉଣ୍ଡର ଅରାଫତ ମିହାଂସା, ଟପ ଅର୍ଡର ବ୍ୟାଟସମ୍ୟାନ ବସିତ ଅଲ୍ଲୀ ଓ ଡାହାଣ ହାତୀ ପେସର ମହମ୍ମଦ ଜିସାନଙ୍କୁ ଦଳରେ ସାମିଲ କରିଛନ୍ତି। ସେମାନେ ଅନ୍ତର୍ଜାତୀୟ ସ୍ତରରେ ଖେଳର ପ୍ରଶିକ୍ଷଣ ନେବା ସହିତ ମଜା ମଧ୍ୟ ନେଇ ପାରିବେ। 

Also Read: ରାହୁଲ ନିଜେ ରଖିଲେ ଜବାବ, ଯେବେ ଲୋକ ମୋତେ କୁହନ୍ତି "ପପୁ"...

Also Read: IND vs SL T20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ୍ ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ? ଜାଣନ୍ତୁ ପୂରା ଡିଟେଲ୍ସ

Also Read: Jasprit Bumrah and Ravindra Jadeja: ଦଳକୁ କେବେ ଫେରିବେ ବୁମରାହ ଓ ଜାଡ଼େଜା