Kuldeep Yadav ଦଳକୁ ଫେରିବା ପରେ ବଡ଼ ରେକର୍ଡର ଅଧିକାରୀ ହେଲେ କୁଳଦୀପ, ଜାଣନ୍ତୁ କଣ ସେହି ରେକର୍ଡ
Advertisement
Article Detail0/zeeodisha/odisha1491273

Kuldeep Yadav ଦଳକୁ ଫେରିବା ପରେ ବଡ଼ ରେକର୍ଡର ଅଧିକାରୀ ହେଲେ କୁଳଦୀପ, ଜାଣନ୍ତୁ କଣ ସେହି ରେକର୍ଡ

Kuldeep Yadav ଭାରତ ଏବଂ ବାଂଲାଦେଶ (IND vs BAN) ମଧ୍ୟରେ ଖେଳାଯାଉଥିବା ଦୁଇ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର (Test Series) ପ୍ରଥମ ମ୍ୟାଚରେ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ (Kuldeep Yadav) ଟିମ୍ ଇଣ୍ଡିଆକୁ (Team India) ଫେରିବା ମାତ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି କୁଲଦୀପ ପ୍ଲେୟାର ଅଫ୍ ଦି ମ୍ୟାଚ୍ (Player of The Match) ଟାଇଟଲ୍ ହାସଲ କରିଛନ୍ତି। 

Kuldeep Yadav ଦଳକୁ ଫେରିବା ପରେ ବଡ଼ ରେକର୍ଡର ଅଧିକାରୀ ହେଲେ କୁଳଦୀପ, ଜାଣନ୍ତୁ କଣ ସେହି ରେକର୍ଡ

Kuldeep Yadav ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ (IND vs BAN) ମଧ୍ୟରେ ଖେଳାଯାଉଥିବା ଦୁଇ ଟେଷ୍ଟ ସିରିଜର (Test Series) ପ୍ରଥମ ମ୍ୟାଚରେ କୁଲଦୀପ ଯାଦବ (Kuldeep Yadav) ଟିମ୍ ଇଣ୍ଡିଆକୁ (Team India) ଫେରିବା ମାତ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି କୁଲଦୀପ (Kuldeep Yadav) ପ୍ଲେୟାର ଅଫ୍ ଦି ମ୍ୟାଚ୍ (Player of the Match) ଟାଇଟଲ୍ ହାସଲ କରିଛନ୍ତି। ଚିଟ୍ଟଗ୍ରାମ ଜାହୋର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ମ୍ୟାଚର ପଞ୍ଚମ ଦିନ ଭାରତୀୟ ଦଳର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଏବଂ ଦଳକୁ ୧୮୮ ରନର ଏକ ବଡ଼ ବିଜୟ ଦେଇଥିଲେ। ୫୧୩ ରନର ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୬ ୱିକେଟ୍ ପାଇଁ ୨୭୨ ରନ ରୁ ପାଳି ଆରମ୍ଭ କରିଥିଲେ। ଏହା ପରେ ବୋଲରମାନେ ଏପରି ହଇଚଇ ସୃଷ୍ଟି କରିଥିଲେ ଯେ ମାତ୍ର ୩୨୪ ରନ୍ ସ୍କୋର କରିବା ପରେ ଦଳ ଅଲଆଉଟ୍ ହୋଇଥିଲେ। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। 

ବାଂଲାଦେଶ ପଞ୍ଚମ ଦିନ ଆରମ୍ଭରୁ ୨୭୨/୬ରୁ ଖେଳ ଆରମ୍ଭ କରିଥିଲା। ବିଜୟ ଲକ୍ଷ୍ୟ ରହିଥିବା ୫୧୩ ରନ। କିନ୍ତୁ ବାଂଲାଦେଶ ୨୮୩ ରନ କରିଥିବା ବେଳେ ଦିନର ପ୍ରଥମ ଓ୍ୱିକେଟ ହରାଇଥିଲା। ତେବେ ମେହଦି ହାସନଙ୍କୁ ଦଳ ସପ୍ତମ ଓ୍ୱିକେଟ ଭାବେ ହରାଇଥିଲା। ମେହଦି ହାସନଙ୍କୁ ମହମ୍ମଦ ସିରାଜ ଆଉଟ କରିଦେଇଥିଲେ। ଏହା ପରେ କୁଳଦୀପ ଯାଦବ ଚମତ୍କାର ବୋଲିଂ କରିଥିଲେ। ବାଂଲାଦେଶର ଦଳୀୟ ସ୍କୋର ୩୨୦ ରନ ହୋଇଥିବା ବେଳେ ଅଷ୍ଟମ ଓ୍ୱିକେଟ ନେଇଥିଲେ ସେ। ପରେ ୩୨୪ ବେଳେ ନବମ ଓ୍ୱିକେଟନେଇଥିବା ବେଳେ ଏବାଦତ ହାସନଙ୍କୁ ଆଉଟ କରିଥିଲେ ସେ। ତେବେ ଅକ୍ଷର ପଟେନ ଶେଷ ଓ୍ୱିକେଟ ଭାବେ ତାଇଜୁଲ ଇସ୍ଲାମଙ୍କୁ ଆଉଟ କରି ଭାରତକୁ ବିଜୟ ଆଣିଦେଇଥିଲେ। 

କୁଳଦୀପ ହୋଇଥିଲେ ପ୍ଲେୟାର ଅଫ ଦି ମ୍ୟାଚ
ଏଠାରେ କହି ରଖୁଛି କି ୪୪୦ରୁ ଅଧିକ ଓ୍ୱିକେଟ ନେଇଥିବା ଅଫ ସ୍ପିନର  ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଏହି ମ୍ୟାଚରେ ଦଳରେ ସାମିଲ ରହିଥିଲେ। କିନ୍ତୁ ଏହି ମ୍ୟାଚରେ କେବଳ ଗୋଟିଏ ମାତ୍ର ଓ୍ୱିକେଟ ନେଇଥିଲେ ସେ। ଭାରତର ଏକମାତ୍ର ଚାଇନାମ୍ୟାନ ସ୍ପିନର କୁଳଦୀପ ଯାଦବ ଘାତକ ବୋଲର କୁଳଦୀପ ଯାଦବ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ମ୍ୟାନ ଅଫ ଦି ମ୍ୟାଚ ନିଜ ନାଁରେ କରିଥିଲେ। ବାମହାତୀ ସ୍ପିନର କୂଳଦୀପ ଯାଦବ ପାଖାପାଖି ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ସେ ତାଙ୍କର ପ୍ରଥମ ଇନିଂସରେ ହିଁ ୪୦ ରନ ଦେଇ ୫ଟି ଓ୍ୱିକେଟ ହାସଲ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ତିନିଟି ଓ୍ୱିକେଟ ହାସଲ କରିଥିଲେ। ଏହା ସହିତ କୁଳଦୀପ ଯାଦବ ପ୍ରଥମ ଇନିଂସରେ ୪୦ ରନ କରି ଦଳକୁ ମଜବୁତ ସ୍ଥିତିରେ ମଧ୍ୟ ପହଞ୍ଚିାଇଥିଲେ। 

କୁଳଦୀପ ଯାଦବ ଏହି ମ୍ୟାଚରେ ମୋଟ ୮ଟି ଓ୍ୱିକେଟ ହାସଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। କ୍ୟାରିୟରର ଅଷ୍ଟମ ଟେଷ୍ଟ ଖେଳୁଛନ୍ତି। ଚାଇନାମ୍ୟାନ ବୋଲର ଏହା ପୂର୍ବରୁ ସର୍ବାଧିକ ୬ଟି ଓ୍ୱିକେଟ ହାସଲ କରିଥିଲେ। କୁଳଦୀପ ଯାଦବ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ବେଶ ଖୁସି ରହିଛନ୍ତି। 

Also Read: ଆସନ୍ତାକାଲିଠୁ ଅଫଲାଇନରେ ମିଳିବ ହକି ବିଶ୍ୱକପ୍ ଟିକେଟ୍, ଜାଣନ୍ତୁ ଡିଟେଲ୍ସ