India vs Pakistan: ଭାରତ ନା ପାକିସ୍ତାନ କାହା ସାଥ୍ ଦେବ ଦୁବାଇ ଷ୍ଟାଡିୟମ ପିଚ୍?
Advertisement
Article Detail0/zeeodisha/odisha2460790

India vs Pakistan: ଭାରତ ନା ପାକିସ୍ତାନ କାହା ସାଥ୍ ଦେବ ଦୁବାଇ ଷ୍ଟାଡିୟମ ପିଚ୍?

India vs Pakistan: ଏହାବ୍ୟତୀତ ଟି-୨୦ ବିଶ୍ୱକପ୍ ବିଷୟରେ କହିବାକୁ ଗଲେ ଦୁଇଟି ଦଳ ୬ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୪ଟି ଭାରତ ଓ ୨ଟି ପାକିସ୍ତାନ ବିଜୟୀ ହୋଇଛନ୍ତି। ମହିଳା ଭାରତୀୟ ଦଳ ବିଶାଳ ଦେଖାଯାଉଛି ଏବଂ ଦଳ ଏଥର ମଧ୍ୟ ବିଜୟୀ ହୋଇ ନିଜର ଅଗ୍ରଣୀ ବଜାୟ ରଖିବାକୁ ଚାହିଁବ। 

India vs Pakistan: ଭାରତ ନା ପାକିସ୍ତାନ କାହା ସାଥ୍ ଦେବ ଦୁବାଇ ଷ୍ଟାଡିୟମ ପିଚ୍?
India vs Pakistan: ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଅକ୍ଟୋବର ୬ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଅକ୍ଟୋବର ୩ତାରିଖରୁ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନର ମହିଳା ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ତେବେ ଏହି ପଡ଼ିଆରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ଆସୁଛି। ପାକିସ୍ତାନ ତା'ର ପ୍ରଥମ ମ୍ୟାଚ୍ ଜିତିଥିଲା। ପ୍ରତିଥର ଭଳି ଏଥର ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ହେବ ବୋଲି ଆଶା କରାଯାଉଛି। ଆସନ୍ତୁ ଜାଣିବା ଦୁବାଇ ଗ୍ରାଉଣ୍ଡ ବ୍ୟାଟ୍ସମ୍ୟାନ୍ କିମ୍ବା ବୋଲରଙ୍କୁ କାହାକୁ ବେଶି ଫାଇଦା ଦେବ। 
 
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ପିଚ୍ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସମର୍ଥନ କରିଥାଏ। ଦୁବାଇ ପଡ଼ିଆ ଏକ ସ୍ପୋର୍ଟିଂ ୱିକେଟ୍। ଏହି ପିଚ୍ ରେ ପ୍ରଥମେ ଖେଳୁଥିବା ଦଳର ହାରାହାରି ସ୍କୋର ହେଉଛି ୧୪୧ ରନ୍। ଦ୍ୱିତୀୟ ଇନିଂସର ହାରାହାରି ସ୍କୋର ୧୨୫ ରନ୍ ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ଖେଳି ୧୬୦ ରନ୍ କରିଥିଲା, ଯାହାକୁ ଟିମ୍ ଇଣ୍ଡିଆ ପିଛା କରିପାରିନଥିଲା। ଏହି ପଡ଼ିଆରେ ଲକ୍ଷ୍ୟ ହାସଲ କରିବା କଷ୍ଟକର। ଏଭଳି ସ୍ଥିତିରେ ଉଭୟ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇପାରନ୍ତି। ଏଥିସହ ସ୍ପିନରମାନେ ଏହି ପିଚ୍ ରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି। 
 
ଭାରତ-ପାକିସ୍ତାନ ହେଡ୍ ଟୁ ହେଡ୍ ରେକର୍ଡ
ଭାରତ ଓ ପାକିସ୍ତାନର ମହିଳା ଦଳ ମଧ୍ୟରେ ମୋଟ ୧୩ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ୧୦ ଥର ବିଜୟୀ ହୋଇଛି। ସେହିପରି ପାକିସ୍ତାନ ମାତ୍ର ୩ ଥର ବିଜୟୀ ହୋଇଛି। ଏହାବ୍ୟତୀତ ଟି-୨୦ ବିଶ୍ୱକପ୍ ବିଷୟରେ କହିବାକୁ ଗଲେ ଦୁଇଟି ଦଳ ୬ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୪ଟି ଭାରତ ଓ ୨ଟି ପାକିସ୍ତାନ ବିଜୟୀ ହୋଇଛନ୍ତି। ମହିଳା ଭାରତୀୟ ଦଳ ବିଶାଳ ଦେଖାଯାଉଛି ଏବଂ ଦଳ ଏଥର ମଧ୍ୟ ବିଜୟୀ ହୋଇ ନିଜର ଅଗ୍ରଣୀ ବଜାୟ ରଖିବାକୁ ଚାହିଁବ। 
 
ଟି-୨୦ ବିଶ୍ୱକପ୍ ପାଇଁ ଉଭୟ ଦଳ
ଭାରତ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଜେମିମା ରୋଡ୍ରିଗେଜ୍, ରିଚା ଘୋଷ (ୱିକେଟ୍ କିପର), ଶେଫାଲି ବର୍ମା, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ରାଧା ଯାଦବ, ଶ୍ରେୟାଙ୍କା ପାଟିଲ, ଦୟାଲାନ ହେମଲତା, ଆଶା ସୋଭାନା, ସଜନା ସଜୀବନ ଓ ୟାସ୍ତିକା ଭାଟିଆ (ୱିକେଟ୍ କିପକ୍)।
 
ପାକିସ୍ତାନ: ଫାତିମା ସନା (ଅଧିନାୟକ), ନିଦା ଡାର୍, ଓମାଇମା ସୋହେଲ, ସଦାଫ ଶାମସ, ସାଦିଆ ଇକବାଲ (ସବଜେକ୍ଟ ଟୁ ଫିଟନେସ), ଆଲିଆ ରିୟାଜ, ଡାଏନା ବେଗ, ଗୁଲ ଫିରୋଜା, ଇରାମ ଜାଭେଦ, ମୁନିବା ଅଲ୍ଲୀ, ନସରା ସୁନ୍ଧୁ, ସିଦ୍ରା ଅମିନ, ସୟଦା ଅରୁବ ଶାହ, ତସ୍ମିୟା ରୁବାବ ଓ ତୁବା ହାସନ।