IND vs SL 1st ODI: ରୋହିତଙ୍କୁ ପସନ୍ଦ ନୁହେଁ ଅଶ୍ୱିନଙ୍କ 'ଖେଳ', ନିୟମକୁ ଅଣଦେଖା କରି କରାଇଲେ ଶାନାକାଙ୍କ ଶତକ
Advertisement
Article Detail0/zeeodisha/odisha1523586

IND vs SL 1st ODI: ରୋହିତଙ୍କୁ ପସନ୍ଦ ନୁହେଁ ଅଶ୍ୱିନଙ୍କ 'ଖେଳ', ନିୟମକୁ ଅଣଦେଖା କରି କରାଇଲେ ଶାନାକାଙ୍କ ଶତକ

IND vs SL 1st ODI: ଟିମ୍ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଆୟୋଜକ ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ସହ ଶ୍ରୀଲଙ୍କା ଉପରେ ଦବଦବା ବିସ୍ତାର କରିଥିଲା । ଏଥି ସହିତ ମ୍ୟାଚ ଶେଷରେ ଏକ ଚମତ୍କାର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ ହୃଦୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

IND vs SL 1st ODI: ରୋହିତଙ୍କୁ ପସନ୍ଦ ନୁହେଁ ଅଶ୍ୱିନଙ୍କ 'ଖେଳ', ନିୟମକୁ ଅଣଦେଖା କରି କରାଇଲେ ଶାନାକାଙ୍କ ଶତକ

India vs Sri Lanka 1st ODI: ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ (India vs Sri Lanka ODI Series) ବିଜୟ ସହ ଆରମ୍ଭ କରିଛି । ଏହି ପ୍ରଥମ ଦିନିକିଆ ମ୍ୟାଚ (IND vs SL 1st ODI) ରେ ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ଭାରତୀୟ ଦଳ (Indian Team) ୬୭ ରନରେ ପରାସ୍ତ କରିଛି । ଏହାସହ ଟିମ୍ ଇଣ୍ଡିଆ (Team India) ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଆୟୋଜକ ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ସହ ଶ୍ରୀଲଙ୍କା ଉପରେ ଦବଦବା ବିସ୍ତାର କରିଥିଲା । ଏଥି ସହିତ ମ୍ୟାଚ ଶେଷରେ ଏକ ଚମତ୍କାର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଙ୍କ ବଡ଼ ହୃଦୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଭାରତ ଅଧୀନରେ ଥିଲା । କିନ୍ତୁ ଶ୍ରୀଲଙ୍କାର ଅଧିନାୟକ (Sri Lanka Captain) ଦାସୁନ୍ ଶାନାକା (Dasun Shanaka) ନିଜ ଶତକ ଠାରୁ ମାତ୍ର ୨ ରନ୍ ଦୂରରେ ଥିଲେ । ମହମ୍ମଦ ଶାମିଙ୍କ ଓଭର ଶେଷ ହେବା ପାଇଁ ମାତ୍ର ୩ଟି ବଲ ବାକି ଥିଲା, ଏହି ସମୟରେ ଶ୍ରୀଲଙ୍କା ଅଧିନାୟକ ଶାନାକା ନନ୍-ଷ୍ଟ୍ରାଇକରେ ଠିଆ ହୋଇଥିଲେ । ଚତୁର୍ଥ ବଲରେ ଶ୍ରୀଲଙ୍କା ଅଧିନାୟକ ଶାନାକା ଭୁଲ୍ କରିଦେଇଥିଲେ ଓ ବୋଲିଂ ଆକ୍ସନ ଶେଷ ହେବା ପୂର୍ବରୁ କ୍ରିଜ ଛାଡିଥିଲେ । ମହମ୍ମଦ ଶାମି (Mohammed Shami) ସୁଯୋଗକୁ ହାତଛଡ଼ା ନ କରି ବଲକୁ ଷ୍ଟମ୍ପରେ ଲଗାଇଥିଲେ । ଏହି ପ୍ରସଙ୍ଗ ତୃତୀୟ ଅମ୍ପାୟାରରେ ପହଞ୍ଚିଥିଲା ।​ କିନ୍ତୁ ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କୁ ଶାମିଙ୍କ ଏହି କାର୍ଯ୍ୟ ପସନ୍ଦ ଆସି ନଥିଲା । ସେ ଶାମିଙ୍କ ସହ କଥା ହୋଇଥିଲେ ଓ ଅପିଲ୍ ପ୍ରତ୍ୟାହାର କରିବାକୁ କହିଥିଲେ । ଏହା ପରେ ଶ୍ରୀଲଙ୍କାର ଅଧିନାୟକ ଶାନାକା ତାଙ୍କ ଶତକ ପୂରଣ କରିଥିଲେ ।

ମ୍ୟାଚ୍ ପରେ ଯେତେବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଛନ୍ତି ଯେ, "ମୁଁ ଜାଣି ନଥିଲି ଯେ ଶାମି ଏହା କରିଛନ୍ତି । ଦାସୁନ୍ ଶାନାକା ୯୮ ରନରେ ଅପରାଜିତ ବ୍ୟାଟିଂ କରୁଥିଲେ । ସେ ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ଚମତ୍କାର ଥିଲା, ଆମେ ତାଙ୍କୁ ଏହିପରି ଆଉଟ୍ କରିପାରିବୁ ନାହିଁ ।"

ଏହି ସିରିଜରେ ଶ୍ରୀଲଙ୍କା ହୁଏତ ୦-୧ରେ ପଛରେ ରହିଛି । କିନ୍ତୁ ଅଧିନାୟକ ଦାସୁନ ଶାନାକା ନିଜ ଦଳକୁ ଜିତାଇବା ପାଇଁ କୌଣସି କମି ଛାଡି ନଥିଲେ । ତାଙ୍କର ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ ଜାରି ଥିଲା । ସେ ୧୨ଟି ଚୌକା ଓ ୩ଟି ଛକା ସହ ୮୮ ବଲରେ ୧୦୮ ରନର ଅପରାଜିତ ଇନିଂସ ଖେଳିଛନ୍ତି । ରୋହିତ ଶର୍ମାଙ୍କ ଠାରୁ ଜୀବନଦାନ ପାଇବା ପରେ ଶ୍ରୀଲଙ୍କା ଅଧିନାୟକଙ୍କ ମୁହଁରେ ଖୁସି ଫୁଟି ଥିଲା ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ଓ କୋହଲିଙ୍କ ଶତକ ସତ୍ତ୍ୱେ ଖୁସି ନୁହଁନ୍ତି ଅଧିନାୟକ ରୋହିତ, ତାଙ୍କର ଏହି ବୟାନ ସମସ୍ତଙ୍କୁ କଲା ଚକିତ

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ପତ୍ନୀ ରିତିକା ସଜଦେହ ଇମୋସନାଲ ପୋଷ୍ଟ୍ କରି ଦେଲେ ଏହି ବଡ଼ ସୂଚନା

 

ଶ୍ରୀଲଙ୍କା ବିପକ୍ଷ  ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ ।