IND vs BAN: ଓ୍ୱାସିଂଟନ ସୁନ୍ଦର ଓ କେଏଲ ରାହୁଲଙ୍କ ଉପରେ ବର୍ଷିଲେ ଦିନେଶ କାର୍ତ୍ତିକ, କହିଦେଲେ ଏତେ ବଡ଼ କଥା
Advertisement
Article Detail0/zeeodisha/odisha1471904

IND vs BAN: ଓ୍ୱାସିଂଟନ ସୁନ୍ଦର ଓ କେଏଲ ରାହୁଲଙ୍କ ଉପରେ ବର୍ଷିଲେ ଦିନେଶ କାର୍ତ୍ତିକ, କହିଦେଲେ ଏତେ ବଡ଼ କଥା

ଦିନେଶ କାର୍ତ୍ତିକ କହିଛନ୍ତି କି ଏହା ଅତ୍ୟନ୍ତ ସହଜପୂର୍ଣ୍ଣ କ୍ୟାଚ ରହିଥିଲା। କିନ୍ତୁ ସୁନ୍ଦର ଏହାକୁ ନେବାରେ ବିଫଳ ହୋଇଥିଲେ। ତେବେ ଏହି କ୍ୟାଚ ପାଇଁ ସୁନ୍ଦରଙ୍କ ନିକଟରେ ମୋର ଅଭିଯୋଗ ରହିଛି ବୋଲି ସେ କହିଥିଲେ। 

IND vs BAN: ଓ୍ୱାସିଂଟନ ସୁନ୍ଦର ଓ  କେଏଲ ରାହୁଲଙ୍କ ଉପରେ ବର୍ଷିଲେ ଦିନେଶ କାର୍ତ୍ତିକ, କହିଦେଲେ ଏତେ ବଡ଼ କଥା

Dinesh Karthik on KL Rahul: ବାଂଲାଦେଶ (Bangladesh) ବିପକ୍ଷରେ ଭାରତ (India) ତାର ପ୍ରଥମ ଦିନିକିଆରେ ପରାଜୟର ମୁଁହ ଦେଖିଛି। ଏହି ମ୍ୟାଚ ଭାରତର ନିୟନ୍ତ୍ରଣରେ ରହିଥିବା ବେଳେ କିନ୍ତୁ ଜିତିବା ପାଇଁ ବାଂଲାଦେଶକୁ ୩୪ ରନ୍ ଆବଶ୍ୟକ କରୁଥିବାବେଳେ କେ.ଏଲ୍ ରାହୁଲ ମେହେଦି ହାସନଙ୍କ କ୍ୟାଚ୍ ଛାଡିଥିଲେ। ଯାହା ଭାରତ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଯଦି ରାହୁଲ ସେହି କ୍ୟାଚ୍ ନେଇଥାନ୍ତେ, ତେବେ ଭାରତ ଏହି ମ୍ୟାଚ୍ ଜିତିଥାନ୍ତା। କିନ୍ତୁ ରେହମାନ ଏବଂ ହାସନ ଶେଷ ୱିକେଟ୍ ପାଇଁ ୫୧ ରନ୍ ଭାଗିଦାରୀ କରି ଦଳକୁ ପୁନର୍ବାର ବିଜୟ ପ୍ରଦାନ କରିଥିଲେ। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ପରସ୍ପରକୁ ଦୋଷ ଲଦିବାରେ ଲାଗି ପଡ଼ିଛନ୍ତି। କେଏଲ ରାହୁଲ ଓ ଓ୍ୱାସିଂଟନ ସୁନ୍ଦରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ଖେଳାଳି ଦିନେଶ କାର୍ତ୍ତିକ। ମ୍ୟାଚ୍ ପରେ ଦୀନେଶ କାର୍ତ୍ତିକ କ୍ୟାଚ୍ ବିଷୟରେ ନିଜର ମତ ଦେଇ କହିଛନ୍ତି ଯେ ଏହି କ୍ୟାଚ୍ ନେବାର ଆବଶ୍ୟକତା ରହିଥିଲା। 

ଦିନେଶ କାର୍ତ୍ତିକ କହିଛନ୍ତି କି ଏହା ଅତ୍ୟନ୍ତ ସହଜପୂର୍ଣ୍ଣ କ୍ୟାଚ ରହିଥିଲା। କିନ୍ତୁ ସୁନ୍ଦର ଏହାକୁ ନେବାରେ ବିଫଳ ହୋଇଥିଲେ। ତେବେ ଏହି କ୍ୟାଚ ପାଇଁ ସୁନ୍ଦରଙ୍କ ନିକଟରେ ମୋର ଅଭିଯୋଗ ରହିଛି ବୋଲି ସେ କହିଥିଲେ। ତାଙ୍କୁ ଏହି କ୍ୟାଚ ନେବାର ଆବଶ୍ୟକ ରହିଥିଲା। ମୋତେ ଜଣା ନାହିଁ ଉଭୟଙ୍କ ମଧ୍ୟରେ କଣ ଘଟିଥିଲା। କିନ୍ତୁ ସୁନ୍ଦରଙ୍କ ପାଇଁ ଏହି କ୍ୟାଚ ନେବା ଅତ୍ୟନ୍ତ ସହଜସାଧ୍ୟ ରହିଥିଲା। ତେବେ ସେହି ସମୟରେ କଣ ହୋଇଛି, ବୁଝାମଣା ଭୁଲ ରହିଥିଲା କି କମ ଆଲୋକ କାରଣରୁ କ୍ୟାଚ ମିସ ହୋଇଥିଲା କେବଳ ସେହିମାନେ ହିଁ କହିପାରିବେ ବୋଲି ସେ କହିଥିଲେ। 

ସୂଚନାଯୋଗ୍ୟ ବାଂଲାଦେଶ ଶକିବୁଲ ହାସନଙ୍କ ୫ଟି ଓ୍ୱିକେଟ ଅକ୍ତିଆର ଓ ମେହଦୀ ହାସନ ମିରାଜଙ୍କ ଅପରାଜିତ ୩୮ ରନର ପାଳି ଦଳକୁ ବିଜୟୀ କରାଇଥିଲା। ତେବେ ଏହି ତିନିଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ବାଂଲାଦେଶ। ବାଂଲାଦେଶ ଖେଳାଯାଇଥିବା ମ୍ୟାଚରେ ୪୦ତମ ଓଭରରେ ନବମ ଓ୍ୱିକେଟ ହରାଇ ୧୩୬ ରନରେ ଖେଳ ଜାରି ରଖିଥିଲା। ନବମ ଓ୍ୱିକେଟ ଭାବେ ହସନ ମେହମ୍ମୁଦ ଶୂନ ରନରେ ଆଉଟ ହୋଇଥିଲେ। ଭାରତୀୟ ଦଳ ଆଗାମୀ ୬ ଓଭରରେ ଗୋଟିଏ ବି ଓ୍ୱିକେଟ ଅକ୍ତିଆର କରିପାରିନଥିଲା। ଫଳରେ ବିଜୟୀ ମ୍ୟାଚକୁ ହାତଛଡ଼ା କରିଥିଲା ଭାରତ। ଏଥିରେ ମେହେଦି ହାସନ (୩୯ ବଲ, ଚାରିଟି ଚୌକା, ଦୁଇଟି ଛକା) ଏବଂ ମୁସ୍ତାଫିଜୁର ରହମାନ (୧୦ଟି ଆଉଟ୍) ମଧ୍ୟରେ ଶେଷ ୱିକେଟ୍ ପାଇଁ ୫୧ ରନ୍ ଭାଗିଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Also Read: ୮୦୦ ରନ ସତ୍ତ୍ୱେ ପାକିସ୍ତାନ ଲଜ୍ଜାଜନକ ପରାଜୟ, ଇଂଲଣ୍ଡ ରଚିଲା ନୂଆ ଇତିହାସ

Also Read: Gujarat Election 2022: ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୯୩ ଆସନରେ ହେଲା ୫୯% ମତଦାନ