IND Vs SA: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା, ଜାଣନ୍ତୁ କ’ଣ ରହିଛି ହେଡ଼ ଟୁ ହେଡ଼ ରିପୋର୍ଟ
Advertisement
Article Detail0/zeeodisha/odisha2003131

IND Vs SA: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା, ଜାଣନ୍ତୁ କ’ଣ ରହିଛି ହେଡ଼ ଟୁ ହେଡ଼ ରିପୋର୍ଟ

IND Vs SA: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା (Ind vs SA T20 Series) ମଧ୍ୟରେ ଖେଳାଯିବ ଟି -20 ସିରିଜର ପ୍ରଥମ ମ୍ୟାଚ୍ । ଏନେଇ ଉଭୟ ଟିମ୍ ପକ୍ଷରୁ ସମସ୍ତ ପ୍ରସ୍ତୁତ ସରିଛି। ଏହି ହାଇଭେଲଟେଜ ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ଡର୍ବାନରେ (Durban) ଖେଳାଯିବ ।

ସୌ(ସୋସିଆଲ ମିଡିଆ)

 

IND Vs SA: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା (Ind vs SA T20 Series) ମଧ୍ୟରେ ଖେଳାଯିବ ଟି -20 ସିରିଜର ପ୍ରଥମ ମ୍ୟାଚ୍ । ଏନେଇ ଉଭୟ ଟିମ୍ ପକ୍ଷରୁ ସମସ୍ତ ପ୍ରସ୍ତୁତ ସରିଛି। ଏହି ହାଇଭେଲଟେଜ ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ଡର୍ବାନରେ (Durban) ଖେଳାଯିବ । ନିକଟରେ ଭାରତୀୟ ଦଳ ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଟିମ୍ ର ମନୋବଳ ଅଧିକ ରହିଛି ।

ଭାରତ ଦକ୍ଷିଣ ଆଫ୍ରିକା ହେଡ଼ ଟୁ ହେଡ଼

ପ୍ରକାଶଥାଉ କି, ଟି -20 ସିରିଜରେ (T20 Series) ଭାରତୀୟ ଦଳ ସର୍ବଦା ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡ଼ିଛି। ଟି -20 ସିରିଜରେ ଏହି ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ମୋଟ ୨୪ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଭାରତ ୧୩ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୦ଟି ମ୍ୟାଚ୍ ଜିତିଛି । ଏହା ବ୍ୟତୀତ ଗୋଟିଏ ମ୍ୟାଚ୍ ର ଫଳାଫଳ ଅସ୍ପଷ୍ଟ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ମାଟିରେ ଉଭୟ ଦଳ ମୋଟ ୭ଟି ଟି -20 ମ୍ୟାଚ୍ ରେ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତୀୟ ଦଳ ୫ଟି ଓ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍ ରେ ବିଜୟୀ ହୋଇଛି । ଏହି ଆକଳନକୁ ଦେଖିଲେ ଟି-୨୦ ସିରିଜରେ ଭାରତର ପଲ୍ଲା ଭାରି ଥିବା ଜଣାପଡୁଛି ।

ଭାରତର ଦକ୍ଷିଣ ଆଫ୍ରିକା ଯାତ୍ରା ଟି -20 ସିରିଜରୁ ଆରମ୍ଭ ହେବ । ଏହାର ପ୍ରଥମ ମ୍ୟାଚ୍ ଆଜି ଅର୍ଥାତ୍ ଡିସେମ୍ବର ୧୦ରେ, ଦ୍ୱିତୀୟଟି ୧୨ ଓ ତୃତୀୟ ଟି -20 ମ୍ୟାଚ୍ ୧୪ ଡିସେମ୍ବରରେ ଖେଳାଯିବ। ଏହି ସିରିଜରେ ଟିମ୍ ଇଣ୍ଡିଆର ଯୁବ ଖେଳାଳିଙ୍କ ଉପରେ ନଜର ରହିବ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ଯୁବ ଖେଳାଳିମାନେ ବ୍ୟାଟିଂଠାରୁ ଆରମ୍ଭ କରି ବୋଲିଂ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲେ। ଫଳରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିଥିଲା । ଏହି ସିରିଜରେ ରିଙ୍କୁ ସିଂ, ରୁତୁରାଜ ଓ ଯଶସ୍ୱୀ ଜୈସୱାଲଙ୍କ ଚତ୍ମକାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ସମ୍ଭାବ୍ୟ ଭାରତୀୟ ଦଳ

ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ/ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଙ୍କୁ ସିଂ, ଇଶାନ କିଶନ, ରବିନ୍ଦ୍ର ଜାଡେଜା, ଅର୍ଶଦୀପ ସିଂ, ମୁକେଶ କୁମାର, ମହମ୍ମଦ ସିରାଜ, କୁଲଦୀପ ଯାଦବ / ରବି ବିଷ୍ଣୋଇ ।