IND Vs ENG: ମ୍ୟାଚ୍ ଜିତିବା ପରେ ସୋସିଆଲ ମିଡ଼ିଆରେ ସୂର୍ଯ୍ୟକୁମାର ଯାଦବଙ୍କ ପୋଷ୍ଟ ଭାଇରାଲ
Advertisement
Article Detail0/zeeodisha/odisha1935954

IND Vs ENG: ମ୍ୟାଚ୍ ଜିତିବା ପରେ ସୋସିଆଲ ମିଡ଼ିଆରେ ସୂର୍ଯ୍ୟକୁମାର ଯାଦବଙ୍କ ପୋଷ୍ଟ ଭାଇରାଲ

IND Vs ENG: ରବିବାର ଲକ୍ଷ୍ନୌରେ ଖେଳାଯାଇଥିବା ଇଂଲଣ୍ତ ବିପକ୍ଷ ମ୍ୟାଚ୍ ରେ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ତିଆ (Team India) । ଫଳରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଫେରିବା ସହ ସେମିଫାଇନାଲରେ (World cup 2023 semi final) ନିଜ ସ୍ଥାନକୁ ଏପ୍ରକାର ପକ୍କା କରିଛି ଭାରତୀୟ ଦଳ। ଅନ୍ୟପକ୍ଷରେ ଇଂଲଣ୍ଡ (England) ଖେଳିଥିବା ଷଷ୍ଠ ମ୍ୟାଚରେ ପଞ୍ଚମ ପରାଜୟ ବରଣ କରି ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିଛି ।

ସୌ(ସୋସିଆଲ ମିଡିଆ)

IND Vs ENG: ଚଳିତ ବିଶ୍ବକପରେ (World cup 2023) ଅପରାଜେୟ ଧାରା ବଜାଇ ରଖିଛି ଭାରତ । ରବିବାର ଲକ୍ଷ୍ନୌରେ ଖେଳାଯାଇଥିବା ଇଂଲଣ୍ତ ବିପକ୍ଷ ମ୍ୟାଚ୍ ରେ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ତିଆ (Team India) । ଫଳରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଫେରିବା ସହ ସେମିଫାଇନାଲରେ (World cup 2023 semi final) ନିଜ ସ୍ଥାନକୁ ଏପ୍ରକାର ପକ୍କା କରିଛି ଭାରତୀୟ ଦଳ। ଅନ୍ୟପକ୍ଷରେ ଇଂଲଣ୍ଡ (England) ଖେଳିଥିବା ଷଷ୍ଠ ମ୍ୟାଚରେ ପଞ୍ଚମ ପରାଜୟ ବରଣ କରି ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିଛି । ତେବେ ଏହି ବିଜୟ ପରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି।

ସୂର୍ଯ୍ୟ (Suryakumar Yadav) ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି –‘ ଲକ୍ଷ୍ନୌରେ ଥିବାରୁ ମୁଁ ହସୁଛି’। ବାସ୍ତବରେ, ‘ନବାବ ସହର ପାଇଁ ହସନ୍ତୁ, ଯେ ଆପଣ ଲକ୍ଷ୍ନୌରେ ଅଛନ୍ତି’, ଏହି ଡାଇଲଗ ବହୁତ ପ୍ରସିଦ୍ଧ ଅଟେ । ତେବେ ମ୍ୟାଚ୍ ଜିତିବାପରେ ସୂର୍ଯ୍ୟ ଏହାକୁ ନିଜ ଶୈଳୀରେ ସୋସିଆଲ ମିଡିଆରେ ଉପସ୍ଥାପନ କରିଛନ୍ତି। ଯାହାକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଷଷ୍ଠ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ସୂର୍ଯ୍ୟକୁମାର (Suryakumar Yadav)। ସେ ୪୭ ବଲରେ ୪୯ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ୪ ଚୌକା ସହ ଗୋଟିଏ ଛକା ସାମିଲ ରହିଛି । ଲକ୍ଷ୍ନୌର ଏହି ପିଚରେ ସୂର୍ଯ୍ୟଙ୍କ ବ୍ୟାଟିଂ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲା।

ପ୍ରକାଶ ଥାଉ କି, ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୯ ରନ୍ କରିଥିଲା ଭାରତ । ୨୩୦ ରନ୍ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ତକୁ ଘାତକ ବୋଲିଂରେ ଧୂଳି ଚଟାଇଥିଲେ ଭାରତୀୟ ବୋଲର । ଫଳରେ ଅସହାୟ ଇଂଲଣ୍ଡ ୩୪.୫ ଓଭରରେ ମାତ୍ର ୧୨୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଜଶପ୍ରୀତ ବୁମରା (Jasprit Bumrah) ଓ ମହମ୍ମଦ ଶାମୀ (Mohammed Shami) ଏହି ମ୍ୟାଚ୍ ରେ ହିରୋ ସାବ୍ୟସ୍ତ ହୋଇଥିଲେ । ଶାମୀ ୨୨ ରନ୍ ଦେଇ ୪ ୱିକେଟ୍ ନେଇଥିବା ବେଳେ ବୁମରା ୩୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ ।