Babar Azam resigns: ବାବର ଆଜମ ଛାଡିଲେ ପାକିସ୍ତାନ ଟିମର ଅଧିନାୟକତ୍ୱ, ବିଶ୍ୱକପରେ ଖରାପ ପ୍ରଦର୍ଶନ ଯୋଗୁଁ ନେଲେ ନିଷ୍ପତ୍ତି
Advertisement
Article Detail0/zeeodisha/odisha1960952

Babar Azam resigns: ବାବର ଆଜମ ଛାଡିଲେ ପାକିସ୍ତାନ ଟିମର ଅଧିନାୟକତ୍ୱ, ବିଶ୍ୱକପରେ ଖରାପ ପ୍ରଦର୍ଶନ ଯୋଗୁଁ ନେଲେ ନିଷ୍ପତ୍ତି

Babar Azam: ବାବର ଆଜମଙ୍କ ଅଧିନାୟକତ୍ୱରେ ବିଶ୍ୱକପ ୨୦୨୩ ର ଲିଗ୍ ରାଉଣ୍ଡରେ ପାକିସ୍ତାନୀ ଦଳ ବାହାର ହୋଇଯାଇଥିଲା । ଦଳ ୯ଟି ମ୍ୟାଚ ମଧ୍ୟରୁ ମାତ୍ର ୪ଟିରେ ଜିତିଥିଲା ଓଏବଂ ପଞ୍ଚମ ସ୍ଥାନ ହାସଲ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା ​। ବାବର ଆଜମ ନିଜେ ବ୍ୟାଟିଂରେ ବିଫଳ ହୋଇଥିଲେ ।

 

Babar Azam Steps Down as Pakistan's Captain

Babar Azam Steps Down as Pakistan's Captain: ବିଶ୍ୱକପ ୨୦୨୩ ରେ ଦଳର ଖରାପ ପ୍ରଦର୍ଶନ ପରେ ବାବର ଆଜମ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକତ୍ୱ ଛାଡିଛନ୍ତି । ୧୫ ନଭେମ୍ବର ବୁଧବାର ଦିନ ବାବର ଏକ ବୟାନ ଜାରି କରି ଦଳର ସମସ୍ତ ଫର୍ମାଟରେ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବାବର ଆଜମଙ୍କୁ ୨୦୧୯ ରେ ପ୍ରଥମ ଥର ପାଇଁ ପାକିସ୍ତାନୀ ଦଳର ଅଧିନାୟକ କରାଯାଇଥିଲା ଓ ୨୦୨୧ ମସିହାରେ ସେ ତିନୋଟି ଫର୍ମାଟରେ ଅଧିନାୟକ ହୋଇଥିଲେ । ବାବର ନିଜ ବୟାନରେ କହିଛନ୍ତି ଯେ ପାକିସ୍ତାନ କ୍ରିକେଟ୍ ଦଳର ନେତୃତ୍ୱ ନେବା ଅତ୍ୟନ୍ତ ଗର୍ବର ବିଷୟ ଓ ଏହାକୁ ଛାଡିବାର ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର କିନ୍ତୁ ଏହି ନିଷ୍ପତ୍ତି ପାଇଁ ଏହା ମଧ୍ୟ ଉପଯୁକ୍ତ ସମୟ ।

ବାବର ଆଜମ ୨୦୧୯ ରେ ପାକିସ୍ତାନ ଦଳର ଅଧିନାୟକ ହୋଇଥିଲେ । ସେ ସମସ୍ତ ଫର୍ମାଟରେ ପାକିସ୍ତାନର ନିୟମିତ ଅଧିନାୟକ ଥିଲେ । କ୍ୟାପଟେନ ପଦ ଛାଡିବା ବିଷୟରେ ବାବର ସୋସିଆଲ ମିଡିଆରେ ଲେଖିଛନ୍ତି, "ମୋର ସେହି ମୁହୂର୍ତ୍ତ ମନେ ଅଛି, ଯେତେବେଳେ ୨୦୧୯ ରେ ପାକିସ୍ତାନ ଦଳର ଅଧିନାୟକ ହେହା ପାଇଁ ମୋତେ PCB ରୁ କଲ୍ ଆସିଥିଲା ।"

ସେ ଆହୁରି ଲେଖିଛନ୍ତି, “ହ୍ୱାଇଟ ବଲ୍ ଫର୍ମାଟରେ ଏକ ନମ୍ବରରେ ପହଞ୍ଚାଇବା କୋଚ୍, ଖେଳାଳି ଓ ଟିମ୍ ମ୍ୟାନେଜମେଣ୍ଟର ଏକ ସାମୂହିକ ପ୍ରୟାସ ଥିଲା, କିନ୍ତୁ ଏହି ଯାତ୍ରା ସମୟରେ ସେମାନଙ୍କ ପାଇଁ ଅଦମ୍ୟ ସମର୍ଥନ ପାଇଁ ମୁଁ ପାକିସ୍ତାନୀ ପ୍ରଶଂସକଙ୍କୁ କୃତଜ୍ଞ ଜଣାଇବାକୁ ଚାହେଁ ।”

ପାକିସ୍ତାନର ପୂର୍ବତନ ଅଧିନାୟକ ଆହୁରି ଲେଖିଛନ୍ତି, “ଆଜି ମୁଁ ସମସ୍ତ ଫର୍ମାଟରେ ପାକିସ୍ତାନର ଅଧିନାୟକ ପଦରୁ ଇସ୍ତଫା ଦେଉଛି । ଏହା ଏକ କଷ୍ଟସାଧ୍ୟ ନିଷ୍ପତ୍ତି କିନ୍ତୁ ମୁଁ ଭାବୁଛି ଏହା ହେଉଛି ଉପଯୁକ୍ତ ସମୟ ।”

ବାବର ଆହୁରୁ ଲେଖିଛନ୍ତି, “ମୁଁ ଖେଳାଳି ଭାବରେ ତିନୋଟି ଫର୍ମାଟରେ ପାକିସ୍ତାନ ପାଇଁ ଖେଳିବା ଜାରି ରଖିବି । ମୋର ଅଭିଜ୍ଞତା ଓ ଉତ୍ସର୍ଗ ସହିତ ମୁଁ ନୂତନ ଅଧିନାୟକ ଏବଂ ଦଳକୁ ସମର୍ଥନ ଜାରି ରଖିବି । ଏହି ଉଲ୍ଲେଖନୀୟ ଦାୟିତ୍ୱ ପାଇଁ ମୁଁ ପାକିସ୍ତାନ କ୍ରିକେଟ୍ ଦଳକୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।”

ବିଶ୍ୱକପ୍ ୨୦୨୩ ରେ ପାକିସ୍ତାନର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ
ବିଶ୍ୱକପ ୨୦୨୩ ର ୯ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ପାକିସ୍ତାନ କେବଳ ୪ଟି ଜିତିପାରିଥିଲା, ଯାହା ପରେ ଦଳ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା ।

ବାବର ଆଜମଙ୍କ ଅଧିନାୟକତ୍ବ
୨୦ଟି ଟେଷ୍ଟ ମ୍ୟାଚରେ ବାବର ପାକିସ୍ତାନ ଦଳର ଅଧିନାୟକତ୍ବ କରିଛନ୍ତି । ଏହା ବ୍ୟତୀତ ସେ ୪୩ଟି ODI ଓ ୭୧ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପାକିସ୍ତାନର ଅଧିନାୟକତ୍ବ ଦାୟିତ୍ୱ ସମ୍ଭାଳିଛନ୍ତି ।