Maa Samaleswari: ମନ୍ଦିର ହୁଣ୍ଡିରେ Love Letter, ଜାଣନ୍ତୁ କ'ଣ ଲେଖିଥିଲେ ପ୍ରେମିକା
Advertisement
Article Detail0/zeeodisha/odisha1369425

Maa Samaleswari: ମନ୍ଦିର ହୁଣ୍ଡିରେ Love Letter, ଜାଣନ୍ତୁ କ'ଣ ଲେଖିଥିଲେ ପ୍ରେମିକା

Maa Samaleswari temple Love Letter: ଜଣେ ମାଆ ତାଙ୍କ ଝିଅଙ୍କୁ ନିଟ୍ ପରୀକ୍ଷାରେ ପାସ କରାଇ ଦେବାକୁ ମାଁ ସମଲେଇଙ୍କ ନିକଟରେ ଗୁହାରି କରିଛନ୍ତି। ମନ୍ଦିର ଦାନ ହୁଣ୍ଡିରେ ଏଭଳି ଚିଠି ମିଳିବା କୌଣସି ନୂଆଁ ଘଟଣା ନୁହଁ। ନିକଟ ଅତୀତରେ ଏଭଳି ଅନେକ ଚିଠି ମିଳିଛି। କିନ୍ତୁ ଏଥର ଓଡିଆ ବ୍ୟତୀତ ବଙ୍ଗଳା, ହିନ୍ଦୀ ପରି ଅନେକ ଭାଷାରେ ମାଁଙ୍କ ନିକଟକୁ ଚିଠି ଲେଖାଯାଇଛି। 

Maa Samaleswari: ମନ୍ଦିର ହୁଣ୍ଡିରେ Love Letter, ଜାଣନ୍ତୁ କ'ଣ ଲେଖିଥିଲେ ପ୍ରେମିକା

Maa Samaleswari temple Love Letter, ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଁ ସମଲେଶ୍ୱରୀ। ତେବେ ମାଁଙ୍କର ଭକ୍ତ, ଶ୍ରଦ୍ଧାଳୁ କେବଳ ସମ୍ବଲପୁର ରେ ସୀମିତ ନୁହେଁ। ମାଁଙ୍କ ପ୍ରତି ଆଗାଢ଼ ବିଶ୍ୱାସ ରଖୁଥିବା ଭକ୍ତ ସାରା ବିଶ୍ୱରେ ଅଛନ୍ତି। ଆଉ ମା ଙ୍କ ପ୍ରତି ଭକ୍ତ ଙ୍କ ବିଶ୍ୱାସ କେତେ ଯେ ଗଭୀର ରହିଛି ତାହା ସୋମବାର ସମଲେଶ୍ୱରୀ ମନ୍ଦିରର ହୁଣ୍ଡି ଖୋଲିଲା ପରେ ଜଣାପଡିଛି। ମନ୍ଦିର ହୁଣ୍ଡିରେ ଟଙ୍କା ପାଇସା ସହ ଅନେକ ଚିଠି ବାହାରିଛି। ସେହି ଚିଠି ମଧ୍ୟରେ ଗୋଟିଏ ପ୍ରେମପତ୍ର ମଧ୍ୟ ରହିଛି, ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।

ନବରାତ୍ରି ଆରମ୍ଭ ଦିନ ମାଁ ସମଲେଶ୍ୱରୀ ମନ୍ଦିରର ହୁଣ୍ଡି ଖୋଲିଲା ପରେ ଏକ ଅଭାବନୀୟ ଜିନିଷ ଦେଖିବାକୁ ମିଳିଛି। ହୁଣ୍ଡିରୁ ଟଙ୍କା ସୁନା, ରୁପା, ଗହଣା ସହ କିଛି ଚିଠି ବାହାରିଛି। ତାହା ପୁଣି ବିଭିନ୍ନ ଭାଷାରେ ଲେଖା ହୋଇଛି। ସବୁଠାରୁ ବଡ଼ କଥା ହେଲା ଚିଠିରେ କିଏ ନିଜର ପ୍ରେମକୁ ପାଇବାକୁ ମାଁଙ୍କୁ ଗୁହାରି କରିଛି, ତ କିଏ ନିଜ ଝିଅର ନିଟ୍ ପରୀକ୍ଷାରେ ସଫଳତା ପାଇଁ ଗୁହାରି କରିଛନ୍ତି। ବଙ୍ଗୀୟ ପରି ଦେଖା ଯାଉଥିବା ଅନ୍ୟ କୌଣସି ଲିପିରେ ଲେଖା ଥିବା କେତୋଟି ଚିଠି ମିଳିଛି। ଏହା ଏକ ସାଧାରଣ ଭକ୍ତର ମାନସିକ ବା ଗୁହାରୀ କୁହାଯାଇପାରେ। ତେବେ ଏହା ମାଁ ସମଲେଶ୍ୱରୀଙ୍କ ପ୍ରତି ଥିବା ଭକ୍ତଙ୍କ ଗଭୀର ବିଶ୍ୱାସକୁ ପ୍ରମାଣିତ କରିଛି।

Also Read: Shardiya Navratri : ଜାଣନ୍ତୁ ନବରାତ୍ରୀର ପୂଜାବିଧି, କିପରି କରିବେ ମାଆଙ୍କୁ ଆରାଧାନା ?

 

ମାଁ ସମଲେଇଙ୍କ ହୁଣ୍ଡିରୁ ମିଳିଥିବା ପ୍ରେମପତ୍ରଚଟି ସମ୍ବଲପୁରୀ ଭାଷାରେ ଲେଖାଯାଇଛି। ଚିଠିରେ ମାଁଙ୍କୁ ଗୁହାରି କରି ଉଲ୍ଲେଖ କରାଯାଇଛି, "ଜୟ ମାଁ ସମଲେଇ। ମାଁ ଗୋ ମୋର ଜୁହାର ଗ୍ରହଣ କର ମାଁ। ମାଁ ମୁଁଇ ତୋର ନିକେ ଗୋଟେ ଆଶା ନେଇ କରି ଆସିଛେ। ତୁଇ ମାଁ ଗୋ ମୋର ପ୍ୟାର ରବିନ୍ଦ୍ର ସାଙ୍ଗେ ମୋତେ ବିହା କରେଇ ଦେ ମାଁ ସମକିରର୍ ସହମତିରେ। ଜୟ ମାଁ ଜଗତ ଜନନୀ କି ଜୟ।" ଏହି ଚିଠି ମାଧ୍ୟମରେ ଯୁବତୀ ଜଣକ ତାଙ୍କ ପରିବାରର ସହମତିରେ ପ୍ରେମିକ ରବିନ୍ଦ୍ରଙ୍କୁ ବିବାହ କରିବାକୁ ଚାହୁଁଥିବା ଦର୍ଶାଇଛନ୍ତି। ତେବେ ଚିଠିରେ ଯୁବତୀଙ୍କ ନାମ କିମ୍ବା ଠିକଣା ଉଲ୍ଲେଖ କରାଯାଇନାହିଁ।

ସେହିପରି ଅନ୍ୟ ଏକ ଚିଠିରେ, ଜଣେ ମାଆ ତାଙ୍କ ଝିଅଙ୍କୁ ନିଟ୍ ପରୀକ୍ଷାରେ ପାସ କରାଇ ଦେବାକୁ ମାଁ ସମଲେଇଙ୍କ ନିକଟରେ ଗୁହାରି କରିଛନ୍ତି। ମନ୍ଦିର ଦାନ ହୁଣ୍ଡିରେ ଏଭଳି ଚିଠି ମିଳିବା କୌଣସି ନୂଆଁ ଘଟଣା ନୁହଁ। ନିକଟ ଅତୀତରେ ଏଭଳି ଅନେକ ଚିଠି ମିଳିଛି। କିନ୍ତୁ ଏଥର ଓଡିଆ ବ୍ୟତୀତ ବଙ୍ଗଳା, ହିନ୍ଦୀ ପରି ଅନେକ ଭାଷାରେ ମାଁଙ୍କ ନିକଟକୁ ଚିଠି ଲେଖାଯାଇଛି। ତେବେ ସୋମବାର ମାଁ ସମଲେଇଙ୍କ ହୁଣ୍ଡିରୁ ୪ ଲକ୍ଷ ୫୯ ହଜାର ୮୦୯ ଟଙ୍କା ଓ ସୁନା-ରୁପା ଗହଣା ବାହାରିଥିବା ସୂଚନା ମିଳିଛି।