Tulsi Mala Benefits: ଜାଣନ୍ତୁ ତୁଳସୀ ମାଳ ପିନ୍ଧିଲେ କ'ଣ ମିଳେ ଫାଇଦା ? ସ୍ବାସ୍ଥ ଉପରେ କେମିତି ପଡେ ଏହାର ପ୍ରଭାବ
Advertisement
Article Detail0/zeeodisha/odisha1428452

Tulsi Mala Benefits: ଜାଣନ୍ତୁ ତୁଳସୀ ମାଳ ପିନ୍ଧିଲେ କ'ଣ ମିଳେ ଫାଇଦା ? ସ୍ବାସ୍ଥ ଉପରେ କେମିତି ପଡେ ଏହାର ପ୍ରଭାବ

Tulsi Mala Benefits: ସନାତନ ଧର୍ମରେ ତୁଳସୀର ମହତ୍ତ୍ବ ବେଶ ଅଧିକ। ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯିବା ସହ ଏହା ଏକ ପୂଜନୀୟ ବୃକ୍ଷ। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀଙ୍କୁ ପୂଜା କରାଯାଇଥାଏ। ଏହା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ଅଭାବ ହୋଇନଥାଏ।

Tulsi Mala Benefits: ଜାଣନ୍ତୁ ତୁଳସୀ ମାଳ ପିନ୍ଧିଲେ କ'ଣ ମିଳେ ଫାଇଦା ? ସ୍ବାସ୍ଥ ଉପରେ କେମିତି ପଡେ ଏହାର ପ୍ରଭାବ

Tulsi Mala Benefits: ସନାତନ ଧର୍ମରେ ତୁଳସୀର ମହତ୍ତ୍ବ ବେଶ ଅଧିକ। ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯିବା ସହ ଏହା ଏକ ପୂଜନୀୟ ବୃକ୍ଷ। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀଙ୍କୁ ପୂଜା କରାଯାଇଥାଏ। ଏହା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ କୃପା ରହିଥାଏ। ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ। ବାସ୍ତୁ ଶାସ୍ତ୍ରରେ ଏହାକୁ ନେଇ କିଛି ବିଶେଷ ମହତ୍ତ୍ୱ ଓ ଉପାୟ ବର୍ଣ୍ଣନା କରାଯାଇଛି। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ସେହିପରି ଆୟୁର୍ବେଦ ଗୁଣ ମଧ୍ୟ ତୁଳସୀରେ ରହିଛି । ତେବେ, ତୁଳସୀ ମାଳ ଧାର୍ମିକ ଏବଂ ସ୍ୱାସ୍ଥ୍ୟ ଉପକାର କ’ଣ ପ୍ରଭାବ ପକାଏ ଜାଣନ୍ତୁ।

ଦୁଇ ପ୍ରକାରର ତୁଳସୀ ମାଳ ରହିଛି : 

ସାଧାରଣତଃ ଦୁଇ ପ୍ରକାରର ତୁଳସୀ ମାଳ ରହିଛି। ଶ୍ୟାମା ତୁଳସୀ ମାଳ ଏବଂ ରାମା ତୁଳସୀ ମାଳ। ଏହି ଦୁଇ ପ୍ରକାର ତୁଳସୀ ମାଳ ପିନ୍ଧିଲେ ଅନେକ ପ୍ରକାର ଫାଇଦା ମିଳିଥାଏ । 

ଶ୍ୟାମା ତୁଳସୀ ମାଳ ପିନ୍ଧିବାର ଫାଇଦା : 

କଳା ତୁଳସୀ ମଞ୍ଜିରେ ତିଆରି ଏକ ତୁଳସୀ ମାଳ ପିନ୍ଧିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ମନରେ ସକାରାତ୍ମକତା ଭାବନା ଆସିଥାଏ । ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମନରେ ଆଧ୍ୟାତ୍ମିକ ମନଭାବ ସୃଷ୍ଟି ହୋଇଥାଏ । ଏହା କେବଳ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରାଏ ନାହିଁ,ବରଂପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଆର୍ଥିକ ସମସ୍ୟାକୁ ଦୂର କରିଥାଏ । 

ରାମା ତୁଳସୀ ମାଳ ପିନ୍ଧିବାର ଫାଇଦା :

ରାମା ତୁଳସୀ ମାଳ ଧାରଣ କରିବା ଦ୍ବାରା ମନରେ ସାତ୍ବିକ ଭାବନାକୁ ଜାଗ୍ରତ କରେ ଏବଂ ଆତ୍ମବିଶ୍ୱାସ ବଢିଥାଏ । ବ୍ୟକ୍ତି ଜଣକ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆଗେଇ ଆସନ୍ତି । ତୁଳସୀ ମାଳ ମନକୁ ଶାନ୍ତ ରଖେ । 

ବିଷ୍ଣୁ ଭକ୍ତମାନଙ୍କ ପାଇଁ ତୁଲସୀ ମାଳ କେତେ ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ :

କିମ୍ବଦନ୍ତୀ ଅନୁଯାୟୀ ତୁଳସୀ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ । ଏପରିକି ଭଗବାନ ବିଷ୍ଣୁଙ୍କୁ ଦିଆଯାଇଥିବା ପ୍ରସାଦ ମଧ୍ୟ ତୁଳସୀ ପତ୍ର ସହ ଦିଆଯାଇ ଥାଏ ।  ସେହିଭଳି ଯେଉଁମାନେ ତୁଳସୀ ମାଳ ପିନ୍ଧନ୍ତି , ସେମାନଙ୍କୁ ଭଗବାନ ବିଷ୍ଣୁ ନିଜ ଶରଣକୁ ନିଅନ୍ତି । ଏପରିକି , ଲୋକ କଥା ଅଛି ଯେ, ଯେଉଁମାନେ ତୁଳସୀ ମାଳ ପିନ୍ଧନ୍ତି ସେମାନେ ବୌକୁଣ୍ଠ ପ୍ରାପ୍ତି ହୁଅନ୍ତି। 

ତୁଳସୀ ମାଳ ପିନ୍ଧିବାର ନିୟମ :
ତୁଳସୀ ମାଳ ପିନ୍ଧିବା ପୂର୍ବରୁ ଏହାକୁ ଭଲ ଭାବରେ କ୍ଷୀର ଏବଂ ଗଙ୍ଗାଜାଲରେ ଧୋଇ ମନ୍ଦିରରେ ରଖନ୍ତୁ । ପରେ ଏହାକୁ ଭଗବାନ ଶ୍ରୀ  ବିଷ୍ଣୁ କିମ୍ବା କୃଷ୍ଣଙ୍କ ନିକଟରେ ପୂଜା କରିବା ପରେ ଏହାକୁ ପିନ୍ଧନ୍ତୁ । ତୁଳସୀ ମାଳ ପିନ୍ଧିବା ପରେ ରସୁଣ ପିଆଜ ଖାଆନ୍ତୁ ନାହିଁ । ରୁଦ୍ରାକ୍ଷ ମାଳ ସହ ତୁଳସୀ ମାଳ କେବେବି ପିନ୍ଧନ୍ତୁ ନାହିଁ । ଯେଉଁମାନେ ତୁଳସୀ ମାଳ ପିନ୍ଧିବା ପରେ ମଦ୍ୟପାନ କିମ୍ବା ଆମିଷ ଖାଇବା ଉଚିତ୍ ନୁହେଁ । ଧ୍ୟାନ ରଖିବେ ଅପରିଷ୍କାର ହାତରେ କେବେବି ତୁଳସୀ ମାଳା ଧରିବେ ନାହିଁ ।