Presidential Election 2022: କାହିଁକି ବିଜେପିକୁ ସମର୍ଥନ ଜଣାଇଲେ ଅବ୍ବାସ ଅନସାରୀ?
Advertisement
Article Detail0/zeeodisha/odisha1262225

Presidential Election 2022: କାହିଁକି ବିଜେପିକୁ ସମର୍ଥନ ଜଣାଇଲେ ଅବ୍ବାସ ଅନସାରୀ?

Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ସମର୍ଥନ ଜଣାଇଛନ୍ତି ଅବ୍ବାସ ଅନସାରୀ ତାହା ଉତ୍ତର ପ୍ରଦେସ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

Presidential Election 2022: କାହିଁକି ବିଜେପିକୁ ସମର୍ଥନ ଜଣାଇଲେ ଅବ୍ବାସ ଅନସାରୀ?

Presidential Election 2022: ସଦ୍ୟ ଉତ୍ତର ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି ମାଫିଆ ମୁଖତାର ଅନସାରୀର ପୁଅ ଅବ୍ବାସ ଅନସାରୀ। ଏକଥା ଶୁଣିବା ପରେ ଏହାକୁ ବିଶ୍ୱାସ କରିବା ହୁଏତ ସହଜ ହୋଇ ନ ପାରେ। ମାତ୍ର ଉତ୍ତର ପ୍ରଦେଶ ମଉ ଜିଲ୍ଲାର ସଦର ବିଧାନସଭା ଆସନର ସୁହେଲଦେବ ଭାରତୀୟ ସମାଜ ପାର୍ଟି ବିଧାୟକ ଅବ୍ବାସ ଅନସାରୀ ଘୋଷଣା କରିଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଯେତେବେଳେ ଯଦି କେହି କୁହେ ଯେ ମାଫିଆ ମୁଖତାର ଅନସାରୀ ପରିବାରର କୌଣସି ସଦସ୍ୟ କୌଣସି ନିର୍ବାଚନରେ ​​ବିଜେପିକୁ ସମର୍ଥନ ଦେବାକୁ ଦେବାକୁ ଘୋଷଣା କରନ୍ତି ତାହେଲେ ଏହା ଅସମ୍ଭବ ବୋଲି ମନେ ହୁଏ। ମାତ୍ର ଉତ୍ତର ପ୍ରଦେଶର ମଉ ଜିଲ୍ଲାର ସଦର ବିଧାନସଭା ଆସନର (Mau Sadar Seat) ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bhartiya Samaj Party) ଏସବିଏସପି ବିଧାୟକ (SBSP MLA) ଅବ୍ବାସ ଅନସାରୀ (Abbas Ansari) ଘୋଷଣା କରିଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। 

ମାତ୍ର ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ସମର୍ଥନ ଜଣାଇଛନ୍ତି ଅବ୍ବାସ ଅନସାରୀ ତାହା ଉତ୍ତର ପ୍ରଦେସ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଯିଏ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ "୬ ମାସ ପର୍ଯ୍ୟନ୍ତ କୌଣସି  transfer କିମ୍ବା posting ହେବ ନାହିଁ। ପ୍ରଥମେ ହିସାବ ନିଆଯିବ।" ରାଜ୍ୟରେ ସମାଜବାଦୀ ସରକାର କ୍ଷମତକୁ ଆସିବା ପରେ ପ୍ରଥମ ୬ ମାସ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ପୋଲିସ୍ କର୍ମଚାରୀଙ୍କ transfer କିମ୍ବା posting ହେବ ନାହିଁ। ସରକାର ଗଠନ ହେବାପରେ ସେହି ଲୋକଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାରର ହିସାବ ନିଆଯିବ। ଗତ ଗୁରୁବାର ମଉ ଜିଲ୍ଲାର ପାହାଡପୁରରେ ଏକ ସଭା ସମ୍ବୋଧିତ କରିବା ଅବସରରେ ଏଭଳି ବିବାଦୀୟ ବୟାନ ରଖି ବିବାଦ ଘେରକୁ ଟଣା ହୋଇଛି ଅବ୍ବାସ ଅନସାରୀ। 

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଅଖିଳେଶ ଯାଦବଙ୍କ ସହ ମୁଁ କଥା ହୋଇଛି। ମୁଁ ତାଙ୍କୁ କହିଛି ୬ ମାସ ପର୍ଯ୍ୟନ୍ତ କୌଣସି transfer କିମ୍ବା posting ହେବ ନାହିଁ। ଅବ୍ବାସ ଅନସାରୀର ଏଭଳି ବୟାନ ସାମ୍ନାକୁ ଉତ୍ତର ପ୍ରଦେଶ ପୋଲିସ ଡିଜିପି କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ମଉ ସଦର ଥାନାରେ ଆଚରଣ ବିଧି ଉଲ୍ଲଂଘନ କରି ବିବାଦୀୟ ବିବୃତ୍ତି ରଖିବା ଅଭିଯୋଗରେ ଅବ୍ବାସ ଅନସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ମାଫିଆଙ୍କୁ ଆଶ୍ରୟ ଦେବା ପାଇଁ କୁଖ୍ୟାତ ଅର୍ଜନ କରିଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ନେତୃତ୍ୱାଧିନ ସମାଜବାଦୀ ମେଣ୍ଟ ପକ୍ଷରୁ ରାଜ୍ୟର ମଉ ଜିଲ୍ଲାର ସଦର ବିଧାନସଭା ଆସନରୁ ସୁହେଲଦେବ ଭାରତୀୟ ସମାଜ ପାର୍ଟି ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ ଅବ୍ବାସ ଅନସାରୀ। ମାତ୍ର ଏହି ବୟାନ ପାଇଁ ଅଖିଳେଶ ଯାଦବଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ବର୍ତ୍ତମାନ ଅବ୍ବାସ ଅନସାରୀ ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ପ୍ରାର୍ଥୀକୁ ଭୋଟ୍ ଦେବେ।

ବିଧାନସଭା ନିର୍ବାଚନ ବେଳେ ଧମକ ଦେଇ ବିବାଦ ଘେରକୁ ଟଣା ହୋଇଥିବା ଅବ୍ବାସ ଅନସାରୀ ରାଷ୍ଟ୍ରପତି ନିର୍ବାଚନରେ କାହିଁକି ​​ବିଜେପି ପ୍ରାର୍ଥୀକୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଲେ ତାହାର କାରଣ ଜଣାପଡ଼ିଛି। ଏହା ପଛରେ ରହିଥିବା କାରଣ ହେଉଛନ୍ତି ତାଙ୍କ ଦଳର ମୁଖ୍ୟ। ସୁହେଲଦେବ ଭାରତ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭାର ଘୋଷଣା କରିଛନ୍ତି ଯେ ସେ ଏବଂ ତାଙ୍କ ଦଳର ବିଧାୟକ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ। ଉତ୍ତରପ୍ରଦେଶ ବିଧାନସଭାରେ ଦଳର ୬ ଜଣ ବିଧାୟକ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦଳ ପକ୍ଷରୁ କରାଯାଇଥିବା ଘୋଷଣା  ସହଯୋଗୀ ସମାଜବାଡି ପାର୍ଟି ଲାଗି ଏକ ଝଟକା। ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ ଚର୍ଚ୍ଚା ହେଉଛି ସମାଜବାଦୀ ମେଣ୍ଟରେ ସାମିଲ ରହିଥିବା ସହଯୋଗୀ ଦଳର ସମର୍ଥନ ସମାଜବାଦୀ ପାର୍ଟି ହରାଇବାରେ ଲାଗିଛି। 

ଓମପ୍ରକାଶ ରାଜଭାର କହିଛନ୍ତି ଯେ ସେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହେବା ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୋର ନିଷ୍ପତ୍ତି ବାବଦରେ ଅବଗତ କରିସାରିଛି। ଦଳୀୟ ଅଧ୍ୟକ୍ଷଙ୍କ ଏହି ନିଷ୍ପତ୍ତି ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ବିଧାୟକ ଅବ୍ବାସ ଅନସାରୀ କହିଛନ୍ତି ସେ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭୋଟ୍ ଦେବେ।

ବିଗତ କିଛି ଦିନ ହେବ ସମାଜବାଦୀ ପାର୍ଟି ଏବଂ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମଧ୍ୟରେ ଫାଟ ବଢିବାରେ ଲାଗିଛି। ନିକଟରେ ରାଜ୍ୟର ୨ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟିର ପରାଜୟ ପରେ ଓମପ୍ରକାଶ ରାଜଭାର ଅଖିଳେଶ ଯାଦବଙ୍କୁ କଟାକ୍ଷ କରି କହିଥିଲେ ଏସି ରୁମ ମଧ୍ୟରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରାଯାଏ ନାହିଁ। ଲୋକଙ୍କ ନିକଟକୁ ଯାଇ ପରିଶ୍ରମ କରିବାକୁ ସେ ସମାଜବାଦୀ ପାର୍ଟି ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ।

ଏହାପୂର୍ବରୁ ଓମପ୍ରକାଶ ରାଜଭାର କହିଥିଲେ ଯେ ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ କାର୍ଯ୍ୟକ୍ରମରେ ତାଙ୍କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ ସେ ତାହା ଜାଣିବାକୁ ଅଖିଲେଶ ଯାଦବଙ୍କୁ ଭେଟିବାକୁ ଚାହୁଁଛନ୍ତି। ସେ ଦାବି କରିଛନ୍ତି ଯେ ସେ ଜୁଲାଇ ୧୨ ପର୍ଯ୍ୟନ୍ତ ଅଖିଳେଶ ଯାଦବଙ୍କ ଆଭିମୁଖ୍ୟକୁ ଅପକ୍ଷା କରିବେ ଏବଂ ପରେ ତାଙ୍କ ନିଷ୍ପତ୍ତି ଘୋଷଣା କରିବେ। ଦୁଇ ଦଳ ମଧ୍ୟରେ ଜାରି ରହିଥିବା କଳହ କାରଣରୁ ସମାଜବାଦୀ ପାର୍ଟି କ୍ଷତି ସହିପାରେ ବୋଲି ଚର୍ଚ୍ଚା ହେଉଛି।

Also Read: '୬ ମାସ ପର୍ଯ୍ୟନ୍ତ ହେବ ନାହିଁ transfer କିମ୍ବା posting, ପ୍ରଥମେ ହେବ ହିସାବ'

Also Read: UP Election 2022: ନିର୍ବାଚନ ଲଢିବେ ନାହିଁ ବାପା, ପୁଅ କରିବେ ପ୍ରତିଦ୍ୱନ୍ଦ୍ୱିତା