KT Rama Rao Birthday: ମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଗଲା ଟମାଟୋ; ପୂର୍ବରୁ ବଣ୍ଟାଯାଇ ସାରିଛି ଚିକେନ୍-ମଦ
Advertisement
Article Detail0/zeeodisha/odisha1795986

KT Rama Rao Birthday: ମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଗଲା ଟମାଟୋ; ପୂର୍ବରୁ ବଣ୍ଟାଯାଇ ସାରିଛି ଚିକେନ୍-ମଦ

Telangana Politics: ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟି ରାମାରାଓଙ୍କ ଜନ୍ମଦିନ ଅବସରରେ ଟମାଟୋ ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି ବିଆରଏସ ନେତା ରାଜନାଲା ଶ୍ରୀହରି। ପୂର୍ବରୁ ସେ ମଦ ଚିକେନ ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ।

 

KT Rama Rao Birthday: ମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଗଲା ଟମାଟୋ; ପୂର୍ବରୁ ବଣ୍ଟାଯାଇ ସାରିଛି ଚିକେନ୍-ମଦ

Telangana Minister KT Rama Rao: ଗୋଟିଏ ପଟେ ଟମାଟୋ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟକୁ ନଷ୍ଟ କରିଦେଇଛି। ହେଲେ ଅନ୍ୟପଟେ ତେଲେଙ୍ଗାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଜ୍ୟରେ କ୍ଷମତାସୀନ ଶାସକ ଭାରତ ରାଷ୍ଟ୍ର ସମିତି ନେତା ତଥା ଦଳର ଦଳର ସଭାପତି କେଟି ରାମାରାଓ ୪୭ ତମ ଜନ୍ମଦିନରେ ମହିଳାଙ୍କୁ ମାଗଣା ଟମାଟୋ ବଣ୍ଟନ କରାଯାଇଥିଲା। 

ଜୁଲାଇ ୨୪ ତାରିଖ ସୋମବାର ଥିଲା ବିଆରଏସ କାର୍ଯ୍ୟକାରୀ ଅଧ୍ୟକ୍ଷ (BRS Working President) କେଟି ରାମାରାଓଙ୍କ (KT Rama Rao) ୪୭ ତମ ଜନ୍ମଦିନ। ଏହି ଅବସରରେ ୱାରଙ୍ଗଲ ଜିଲ୍ଲାର (Warangal District Telangana) ବିଆରଏସ ନେତା ରାଜନାଲା ଶ୍ରୀହରି (BRS Leader Rajanala Srihari) ୨୫୦-୩୦୦ ଜଣ ମହିଳାଙ୍କୁ ମାଗଣାରେ ଗୋଟିଏ ଲେଖାଁଏ ଟମୋଟ ବାଣ୍ଟିଥିଲେ। ପ୍ରତ୍ୟେକ ଟୋକଇରେ ୧.୫ କିଲୋଗ୍ରାମ ଟମାଟୋ ରହିଥିଲା। ଏନେଇ ବିଆରଏସ ନେତା ଜଣଙ୍କ କହିଛନ୍ତି ଯେ ୱାରଙ୍ଗଲ ସହରର ଚୋରାସ୍ତା କେନ୍ଦ୍ରରେ ମହିଳାଙ୍କୁ ମାଗଣାରେ ଗୋଟିଏ ଲେଖାଁଏ ଟୋକେଇ ଟମାଟୋ ବଣ୍ଟନ କରାଯାଇଥିଲା। 

କେଟି ରାମାରାଓଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ରହିଛି ସ୍ୱପ୍ନ 
ବିଆରଏସ ନେତା ରାଜନାଲା ଶ୍ରୀହରି କହିଛନ୍ତି ଯେ ଦିନେ ସେ ରାଜ୍ୟର ଆଇଟି ମନ୍ତ୍ରୀ କେଟି ରାମାରାଓଙ୍କୁ (Telangana IT Minister KT Rama Rao) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana Chief Minister) ଭାବରେ ଦେଖିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ତେଲେଙ୍ଗାନା କ୍ୟାବିନେଟ ମନ୍ତ୍ରୀ କେଟି ରାମାରାଓ ରାଜ୍ୟରେ ଶିଳ୍ପ ପୁଞ୍ଜି ନିବେଶ ଆଣିବାରେ ସଫଳ ହୋଇଛନ୍ତି।

ଜଣେ ଟ୍ୱିଟର ୟୁଜର ଭିଡିଓ ସେୟାର କରି କହିଛନ୍ତି ଯେ କ'ଣ ଆପଣ ବିଆରଏସ ନେତା ରାଜନାଲା ଶ୍ରୀହରିଙ୍କୁ ମନେ ରଖିଛନ୍ତି?  ଯିଏ ଜାତୀୟ ରାଜନୀତିରେ ଦଳର ପ୍ରବେଶକୁ ନେଇ ମଦ ଚିକେନ ବାଣ୍ଟିଥିଲେ। ବର୍ତ୍ତମାନ ଆଇଟି ମନ୍ତ୍ରୀ କେଟି ରାମାରାଓଙ୍କ ଜନ୍ମଦିନ ଅବସରରେ ବିଆରଏସ ନେତା ୱାରଙ୍ଗାଲ ସହରରେ ଟମାଟୋ ବଣ୍ଟନ କରିଛନ୍ତି।

ପୂର୍ବରୁ ମଦ ଚିକେନ ବାଣ୍ଟି ସାରିଛନ୍ତି ରାଜନାଲା ଶ୍ରୀହରି
ଗତ ବର୍ଷ  ଭାରତ ରାଷ୍ଟ୍ର ସମିତି ନେତା ରାଜନାଲା ଶ୍ରୀହରି ୨୦୦ ବିଆରଏସ କର୍ମକର୍ତ୍ତାଙ୍କୁ ମଦ ଚିକେନ୍ ବାଣ୍ଟିଥିଲେ। ଯେଉଁଥିପାଇଁ ସେ ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ଭାଇରାଲ ହୋଇଥିବା ବିଆରଏସ ନେତାଙ୍କ ଭିଡିଓ ଖୁବ ଚର୍ଚ୍ଚାରେ ରହିଥିଲା। ଏହି ଭିଡ଼ିଓ ରିଟ୍ୱିଟ କରି ଆନ୍ଧ୍ର ପ୍ରଦେଶ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ କହିଛନ୍ତି, ବିଆରଏସ ନେତା ଦଳର ସଭାପତି କେସିଆରଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ମଦ ଚିକେନ ବାଣ୍ଟୁଛନ୍ତି। କ'ଣ ଏହା ଆପଣଙ୍କ ବିଚାର?

Also Read: Telangana Politics: କୁକୁଡା କାରନାମା ପାଇଁ ଚର୍ଚ୍ଚାକୁ ଆସିଲେ ଟିଆରଏସ ନେତା

ଭାରତ ରାଷ୍ଟ୍ର ସମିତି (Bharat Rashtra Samithi) ବିଆରଏସ (BRS) ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samithi) ଟିଆରଏସ (TRS) ଭାବରେ ଜଣାଶୁଣା ଥିଲା। ଗତ ବର୍ଷ ଦଳର ନାମ ପରିବର୍ତ୍ତନକୁ ନିର୍ବାଚନ ଆୟୋଗ ଅନୁମତି ଦେଇଥିଲେ। ଏହି ଅବସରରେ ତେଳେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆନୁଷ୍ଠାନିକ ଭାବେ ଦଳର ଗୋଲାପୀ ରଙ୍ଗର ପତାକା ଉତ୍ତୋଳନ କରି 'ଅବ କି ବାର କିସାନ ସରକାର' ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନ ବିଜେପି ସ୍ଲୋଗାନ 'ଅବ କି ବାର ମୋଦି ସରକାର' ସହିତ ସମାନ।