Anti-liquor campaign: ବିଜେପି ସରକାର ବିରୁଦ୍ଧରେ 'ବନବାସ' ଯିବେ ଉମା ଭାରତୀ, ଜାଣନ୍ତୁ କରଣ
Advertisement
Article Detail0/zeeodisha/odisha1385152

Anti-liquor campaign: ବିଜେପି ସରକାର ବିରୁଦ୍ଧରେ 'ବନବାସ' ଯିବେ ଉମା ଭାରତୀ, ଜାଣନ୍ତୁ କରଣ

Anti-liquor campaign: ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ, ମଧ୍ୟପ୍ରଦେଶରେ ବେଆଇନ ମଦ ବିକ୍ରି ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସେ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି।

Anti-liquor campaign: ବିଜେପି ସରକାର ବିରୁଦ୍ଧରେ 'ବନବାସ' ଯିବେ ଉମା ଭାରତୀ, ଜାଣନ୍ତୁ କରଣ

Anti-liquor campaign, ଭୋପାଲ: ନିଜ ସରକାର ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ ବିଜେପିର ବରିଷ୍ଠ ନେତ୍ରୀ। ଶୁକ୍ରବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଫେସବୁକ ଲାଇଭ ଆସି, ୭ ନଭେମ୍ବର ୨୦୨୨ରୁ ୧୪ ଜାନୁଆରୀ ୨୦୨୩ ତାରିଖ ପର୍ଯ୍ୟନ୍ତ ଘରେ ରହିବେ ନାହିଁ। ମଧ୍ୟପ୍ରଦେଶରେ ନୂତନ ମଦ ନୀତି ଦାବି କରି ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହା ସହ ସେ ଆସନ୍ତା ସାଧାରଣ ନିର୍ବାଚନ, ଯେକୌଣସି ରାଜ୍ୟରୁ ଲଢିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ମଧ୍ୟପ୍ରଦେଶ ରାଜନୀତିରେ ଉମା ଭାରତୀ କିଛି ସମୟ ଧରି ସକ୍ରିୟ ଥିବା ଦେଖିବାକୁ ମିଳିଛି। ସେ ଦୀର୍ଘ ସମୟ ଧରି ମଦ ବିରୋଧି ଆନ୍ଦୋଳନ ଚଳାଇ ଆସୁଛନ୍ତି। ଉମା ଭାରତୀ ଫେସବୁକ ଲାଇଭ ଜରିଆରେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ନୂତନ ମଦ ନୀତି ପ୍ରସ୍ତୁତ ନହୁଏ ସେ ପର୍ଯ୍ୟନ୍ତ ସେ ନିଜ ଘରେ କିମ୍ବା ଅନ୍ୟ କାହା ଘରେ ରହିବେ ନାହିଁ। ୭ ନଭେମ୍ବର ୨୦୨୨ରୁ ୧୪ ଜାନୁଆରୀ ୨୦୨୩ ତାରିଖ ପର୍ଯ୍ୟନ୍ତ ବିଜେପି ନେତ୍ରୀ ବାହାରେ ତମ୍ବୁ କିମ୍ବା କୁଡିଆରେ ରହିବେ। ମଧ୍ୟପ୍ରଦେଶରେ ବେଆଇନ ମଦ ବିକ୍ରି ବିରୋଧରେ ଏହି ନିଆରା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Also Read: ରାହୁଲ ମାହୋଲ ସୃଷ୍ଟି କରିବେ ତ ପ୍ରିୟଙ୍କାଙ୍କୁ ମିଳିବ କମାଣ, ଜାଣନ୍ତୁ କଂଗ୍ରେସର ଖାସ୍ ପ୍ଲାନ୍

ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ମଦ ଉପରେ ନିଷେଧାଦେଶ ରହିବା ଉଚିତ, କାରଣ ମଦ୍ୟପାନ ଯୋଗୁଁ ରାଜ୍ୟରେ କ୍ରମାଗତ ଦୁର୍ଘଟଣା ବୃଦ୍ଧି ପାଉଛି। ମହିଳା ନିର୍ଯ୍ୟାତନା ଜନିତ ମାମଲା ବୃଦ୍ଧି ପାଉଛି। ମଦ୍ୟପାନର ଖରାପ ପ୍ରଭାବ ବ୍ୟତୀତ ଲୋକମାନେ ମଧ୍ୟ ରୋଗରେ ପୀଡିତ ହେଉଛନ୍ତି। ତେଣୁ ଏହି ସବୁ ଜିନିଷ ହଟାଇବା ପାଇଁ ରାଜ୍ୟରେ ମଦ ନିଷେଧ ରହିବା ଅତ୍ୟନ୍ତ ଜରୁରୀ। ଯେପର୍ଯ୍ୟନ୍ତ ମଧ୍ୟପ୍ରଦେଶ ସରକାର ନୂତନ ମଦ ନୀତି କାର୍ଯ୍ୟକାରୀ କରି ନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କ ଅଭିଯାନ ଜାରି ରହିବ। ଉମା ଭାରତୀ କହିଛନ୍ତି ଯେ, ମଧ୍ୟପ୍ରଦେଶ ହେଉଛି ଦେଶର ପ୍ରଥମ ରାଜ୍ୟ। ମଦ ନିଷେଧାଦେଶ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଥିବା ଭାରତୀ କହିଛନ୍ତି।

 

ମଧ୍ୟପ୍ରଦେଶର ଶିବରାଜ ସରକାରକୁ ଉମା ଭାରତୀ ଗୋଟେପଟେ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ରାଜ୍ୟରେ ମଦ ବନ୍ଦ ପାଇଁ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଉମା ଭାରତୀଙ୍କ ଏପରି ଦୋମୁହାଁ ନୀତିକୁ ନେଇ ରାଜନୈତିକ ମାହୋଲରେ ଚର୍ଚ୍ଚା ଯୋର ଧରିଛି। କିଛି ଦିନର ବିରତି ପରେ ଲୋକ ଲୋଚନକୁ ଆସିବା ପାଇଁ ବିଜେପି ନେତ୍ରୀଙ୍କ ଏହା ଏକ ଷ୍ଟଣ୍ଟ ବୋଲି କୁହାଯାଉଛି। କାରଣ ମଧ୍ୟପ୍ରଦେଶରେ ବିଜେପି ସରକାର ରହିଛି, ସେ ଯେତେବେଳେ ଚାହିଁଲେ ବିହାର ଓ ଗୁଜୁରାଟ ଭଳି ମଦ ନିଷେଧ ନେଇ ଆଇନ ପ୍ରସ୍ତୁତ କରିପାରିବେ। ଏଥିପାଇଁ ବିଜେପି ନେତ୍ରୀଙ୍କୁ ନିଜ ଦଳୀୟ ସରକାର ବିରୁଦ୍ଧରେ ଅଭିଯାନ ଚଳାଇବା ଆବଶ୍ୟକ ନାହିଁ।