ବିଜେପିରେ ବଢ଼ୁଥିବା ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶା ନେତାଙ୍କ ଲାଗି ହୋଇପାରନ୍ତି ଝଡ଼
Advertisement
Article Detail0/zeeodisha/odisha2638308

ବିଜେପିରେ ବଢ଼ୁଥିବା ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶା ନେତାଙ୍କ ଲାଗି ହୋଇପାରନ୍ତି ଝଡ଼

ଦିଲ୍ଲୀ ନିର୍ବାଚନରେ ବିଜେପିର ଅପ୍ରତ୍ୟାଶିତ ବିଜୟ ଆଜି ରାଜନୀତିକ ଓ ଗଣମାଧ୍ୟମର ଚର୍ଚ୍ଚାରେ ରହିଛି। ନିର୍ବାଚନ କମିଶନଙ୍କ ତଥ୍ୟକୁ ବିଚାରକୁ ନେଲେ ବିଜେପି ୭୦ ଆସନ ବିଶିଷ୍ଟ ବିଧାନସଭାର ୪୮ଟି ଆସନରେ ନିଜର ବିଜୟ ଅଙ୍କିତ କରିବାକୁ ଯାଉଛି। 

ବିଜେପିରେ ବଢ଼ୁଥିବା ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶା ନେତାଙ୍କ ଲାଗି ହୋଇପାରନ୍ତି ଝଡ଼

Political News: ଦିଲ୍ଲୀ ନିର୍ବାଚନରେ ପ୍ରଭାରୀ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିଥିବା ବୈଜୟନ୍ତ ପଣ୍ଡା ଏବେ ଭାରତୀୟ ଜନତା ପାର୍ଟିରେ ଅଧିକ ଗୁରୁତ୍ୱ ପାଇପାରନ୍ତି। ହେଲେ ଏହା ଚିରାଚରିତ ଭାବେ ଓଡ଼ିଶାରେ ବିଜେପି ରାଜନୀତିରୁ ‘ରେବଡ଼ି’ ଖାଉଥିବା ନେତାଙ୍କୁ ହଜମ ହୋଇନପାରେ..।  

ଦିଲ୍ଲୀ ନିର୍ବାଚନରେ ବିଜେପିର ଅପ୍ରତ୍ୟାଶିତ ବିଜୟ ଆଜି ରାଜନୀତିକ ଓ ଗଣମାଧ୍ୟମର ଚର୍ଚ୍ଚାରେ ରହିଛି। ନିର୍ବାଚନ କମିଶନଙ୍କ ତଥ୍ୟକୁ ବିଚାରକୁ ନେଲେ ବିଜେପି ୭୦ ଆସନ ବିଶିଷ୍ଟ ବିଧାନସଭାର ୪୮ଟି ଆସନରେ ନିଜର ବିଜୟ ଅଙ୍କିତ କରିବାକୁ ଯାଉଛି। ଅର୍ଥାତ୍‍ ୧୯୯୩ ନିର୍ବାଚନରେ ବିଜେପି ହାସଲ କରିଥିବା ଆସନ ସଂଖ୍ୟାଠାରୁ ୧ କମ୍‍। କିନ୍ତୁ ବିଜିତ ସଂଖ୍ୟା ଦିଲ୍ଲୀ ବିଧାନସଭାରେ ସମୁଦାୟ ଆସନର ଦୁଇ ତୃତୀୟାଂଶଠୁ ଅଧିକ ଅର୍ଥାତ୍‍ ଯେ କୌଣସି ବିଧେୟକ ଉପରେ ମୋହର ଲଗାଇବା ଲାଗି ବିଜେପି ସମର୍ଥ ହେବ। ୨୭ ବର୍ଷ ପରେ ଏହି ସଂଖ୍ୟା ହାସଲ ନିଶ୍ଚିତ ଭାବେ ବିଜେପି ଲାଗି ଏକ ବିପୁଳ ସଫଳତା। ଏ ସଫଳତା ପଛରେ କିନ୍ତୁ ଜଣେ ଓଡ଼ିଆଙ୍କ ଅବଦାନ ରହିଛି। ଯାହାଙ୍କୁ ବିଜେଡି ୨୦୧୮ ମସିହାରେ ଦଳରୁ ବିତାଡ଼ିତ କରିବାରେ ସଫଳ ହୋଇଥିଲା। 

ସିଏ କିଏ, ଆପଣମାନେ ଜାଣିଥିବେ। କେନ୍ଦ୍ରାପଡ଼ା ସାଂସଦ ତଥା ଏକଦା ନବୀନ ପଟ୍ଟନାୟକଙ୍କ ନିକଟତର ଥିବା ଶିଳ୍ପପତିରୁ ନେତା ହୋଇଥିବା ବୈଜୟନ୍ତ ପଣ୍ଡା। ’ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଲୋକଙ୍କ ବିଶ୍ୱାସ ବଢ଼ାଇଛି’ ବୋଲି ନିଜର ପ୍ରତିକ୍ରିୟାରେ କହୁଥିବା ବୈଜୟନ୍ତ ପଣ୍ଡା ଦିଲଲ୍ଲୀ ନିର୍ବାଚନ ସମୟରେ ନେତାଘଙକ୍ ଭିତରେ ସମନ୍ୱୟ ରକ୍ଷା ଲାଗି ପ୍ରଭାରୀ ଦାୟିତ୍ୱ ନେଇଥିଲେ। ଅର୍ଥାତ୍‍ ସରଳ ଭାଷାରେ କହିବାକୁ ଗଲେ ସେ ଥିଲେ ଦିଲ୍ଲୀ ନିର୍ବାଚନ ପରିଚାଳନାରେ ବିଜେପିର ମ୍ୟାନେଜର। ଆଜି ସଫଳତା ପାଇଥିବାରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବା କିଛି ବଡ଼ କଥା ନୁହେଁ, କିନ୍ତୁ ଏହାଦ୍ୱାରା ଓଡ଼ିଶା ରାଜନୀତିରେ କିଛି ପରିବର୍ତ୍ତନ ଆସିବ କି?

ଏହା ଏକ ଆକଳନ ହୋଇପାରେ କିନ୍ତୁ ବୈଜୟନ୍ତ  ଦ୍ୱିତୀୟଥର ପାଇଁ ସାଂସଦ ହୋଇଛନ୍ତି। ତାଙ୍କୁ ଏବଂ ତାଙ୍କ ଦଳକୁ ରାଜ୍ୟରେ ପ୍ରସାରିତ କରିବା ଲାଗି ତାଙ୍କ ପାଖରେ ରାଜ୍ୟର ସବୁଠାରୁ ଅଧିକ ଦେଖୁଥିବା ଟିଭି ଚ୍ୟାନେଲ ବି ରହିଛି। ଅପରପକ୍ଷେ ତାଙ୍କର ଦକ୍ଷତା ବି ବିଭିନ୍ନ ସଂସଦୀୟ ସ୍ଥାୟୀ କମିଟିରେ ପୂର୍ବରୁ ପ୍ରତିପାଦିତ ହୋଇଛି। ସିଏଜି ବିଧେୟକ, ଫାଷ୍ଟଟ୍ରାକ୍‍ କୋର୍ଟ ବିଧେୟକ, ଆଇପିସି ସଂଶୋଧନ ବିଧେୟକ, ଇନ୍‍ଟାକ୍‍ ସଂଶୋଧନ ବିଧେୟକ ପ୍ରଭୃତି ବିଧେୟକକୁ ସେ ଘରୋଇ ସଦସ୍ୟ ଭାବେ ପୂର୍ବରୁ ଆଗତ କରିଛନ୍ତି।  କିନ୍ତୁ ଏଥର ଲୋକସଭାରେ ତାଙ୍କର ଉପସ୍ଥିତି ସେତିକି ପ୍ରସ୍ଫୁଟିତ ହେଉନାହିଁ, ଯେମିତି ଆଶା କରାଯାଉଥିଲା। ଅପରପକ୍ଷେ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ଦଳର ପ୍ରଭାରୀ ଭାବେ ମଧ୍ୟ ବୈଜୟନ୍ତ ନିଜର ସଫଳତାକୁ ପ୍ରତିପାଦନ କରିଛନ୍ତି। ଦିଲ୍ଲୀରେ ବହୁ ତୁଙ୍ଗ ଓ ପ୍ରତିଭାବାନ୍‍ ରାଜନେତା ଥାଇ ମଧ୍‍ୟ ସେ କମ୍‍ ପରିଚିତ ନେତାଙ୍କୁ ସଭାପତି ଭାବେ ଗ୍ରହଣ କରି ସଂଗଠନକୁ ମଜଭୁତ କରିବାରେ ଅଧିକ ଧ୍ୟାନ ଦେଇଥିଲେ। ଫଳରେ ଦଳ ଭିତରେ କନ୍ଦଳ ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ଦିଶା ନିର୍ଦ୍ଦେଶ ଅଧିକ ରୂପାୟନ ହେବାରେ ସହାୟକ ହୋଇଥିଲା। 

ଏବେ ଦିଲ୍ଲୀ ନିର୍ବାଚନରେ ବିଜୟ ତାଙ୍କୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏପରିକି ତାଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ବି ଦାୟିତ୍ୱ ମିଳିପାରେ ବୋଲି କେହି କେହି ଆକଳନ କରିଲେଣି। କିନ୍ତୁ ଏ ପଛରେ ଏକ ବଡ଼ ପ୍ରତିବନ୍ଧକ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପୂର୍ବରୁ ହରିୟାଣା ନିର୍ବାଚନର ପ୍ରଭାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ସେତେବଳେ ବି ଦଳ ବିଜୟ ଲାଭ କରିଥିଲା। ସେ ଓଡ଼ିଶାରୁ ଅନ୍ୟ କୌଣସି ନେତା ଯେପରି ଆଗକୁ ନଯିବେ ତାହା ବିଚାର କରିପାରନ୍ତି। ଏପରିକି ଯଦି କେତେବେଳେ ଓଡ଼ିଶାରେ ଆଉ କୌଣସି ନେତାଙ୍କୁ ମନ୍ତ୍ରୀ ଭାବେ ଅବସ୍ଥାପିତ କରିବା କାର୍ଯ୍ୟ ଆସେ ସେ ତାଙ୍କ ପ୍ରତିଭାଠାରୁ କମ୍‍ ପ୍ରତିଭାବାନଙ୍କୁ ମନ୍ତ୍ରୀପଦ ପାଇଁ ଲବି କରିପାରନ୍ତି। କାରଣ ଆଗକୁ ବୈଜୟନ୍ତ ହିଁ ଧର୍ମେନ୍ଦ୍ରଙ୍କ ଲାଗି ହୋଇପାରନ୍ତି ସବୁଠାରୁ ବଡ଼ ପ୍ରତିବନ୍ଧକ।

 

Also Read- Maha Shivratri 2025: ମହାଶିବରାତ୍ରୀରେ ବର୍ଷିବ ମହାଦେବଙ୍କ କୃପା, ୩ ରାଶିର ଫିଟିବ ଭାଗ୍ୟ