Vande Bharat Train: ଗାଇଗୋରୁଙ୍କ ଧକ୍କା ସମ୍ଭାଳି ପାରିଲା ନାହିଁ ଟ୍ରେନ, ହେଲା ଏପରି କିଛି ଅବସ୍ଥା
Advertisement
Article Detail0/zeeodisha/odisha1382853

Vande Bharat Train: ଗାଇଗୋରୁଙ୍କ ଧକ୍କା ସମ୍ଭାଳି ପାରିଲା ନାହିଁ ଟ୍ରେନ, ହେଲା ଏପରି କିଛି ଅବସ୍ଥା

Vande Bharat Express Accident: ଅକ୍ଟୋବର ୬ ତାରିଖ ଗୁରୁବାର ଦିନ ପ୍ରାୟ ୧୧ ଟା ସମୟରେ ବନ୍ଦେ ଭାରତ ଟ୍ରେନ୍  ଗୋରୁପଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁ କାରଣରୁ ଟ୍ରେନ ର ଅଗ୍ର ଭାଗ  କ୍ଷତିଗ୍ରସ୍ତ ହୋଇଛି। 

Vande Bharat Train: ଗାଇଗୋରୁଙ୍କ ଧକ୍କା ସମ୍ଭାଳି ପାରିଲା ନାହିଁ ଟ୍ରେନ, ହେଲା ଏପରି କିଛି ଅବସ୍ଥା

Vande Bharat Train Accident: ନିକଟରେ ଦେଶକୁ ତୃତୀୟ ବନ୍ଦେ ଭାରତ ଟ୍ରେନ ଉପହାରରରେ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ସେମି ହାଇ ସ୍ପିଡ୍ ଟ୍ରେନ ବର୍ତ୍ତମାନ ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଚଳାଚଳ କରୁଛି। ଏନେଇ କୁହାଯାଉଛି ଯେ ସ୍ୱଦେଶୀ ସେମି-ହାଇ ସ୍ପୀଡ୍ ଟ୍ରେନ ବନ୍ଦେ ଭାରତ ଟ୍ରେନ ରେ ପୂର୍ବ ଅପେକ୍ଷା ଅନେକ ନୂତନ ବୈଶିଷ୍ଟ୍ୟ ଏବଂ ସୁବିଧା ଉପଲବ୍ଧ ରହିଛି। ଅକ୍ଟୋବର ୬ ତାରିଖ ଗୁରୁବାର ଦୁର୍ଘଟଣାର ଶିକାର ହୋଇଛି ବନ୍ଦେ ଭାରତ ଟ୍ରେନ। ଏନେଇ ମିଳିଥିବା ଖବର ଅନୁସାରେ ଗୁରୁବାର ସକାଳେ ଟ୍ରେନ ସହିତ ଗୋରୁପଲ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁ କାରଣରୁ ଏହି ଟ୍ରେନ ର ଅଗ୍ର ଭାଗ କ୍ଷତିଗ୍ରସ୍ତ ହୋଇଛି। 

ଅକ୍ଟୋବର ୬ ତାରିଖ ଗୁରୁବାର ଦିନ ପ୍ରାୟ ୧୧ ଟା ସମୟରେ ବନ୍ଦେ ଭାରତ ଟ୍ରେନ୍ (Vande Bharat Train) ଗୋରୁପଲ (Herd of Cattle) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁ କାରଣରୁ ଟ୍ରେନ ର ଅଗ୍ର ଭାଗ (Nose of Train) କ୍ଷତିଗ୍ରସ୍ତ ହୋଇଛି। ହେଲେ ଏହି ଦୁର୍ଘଟଣା ସେବା ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ଭାରତୀୟ ରେଳବାଇ (Indina Railway) ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ହେତୁ ଟ୍ରେନ୍ କିଛି ସମୟ ପାଇଁ ଅଟକି ଯାଇଥିଲା, ହେଲେ ଏହା ପରେ ଟ୍ରେନ ଏହାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି।

Also Read: Indian Railway: ରେଳ ଧାରଣାରୁ ଓଲଟିଗଲା ୨୦ ଡବା, ଦିଲ୍ଲୀ-ହାୱାଡା଼ ମାର୍ଗରେ ରେଳ ଚଳାଚଳ ପ୍ରଭାବିତ

ଗତ ସେପ୍ଟେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ତୃତୀୟ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରିଥିଲେ। ଏହି ନୂତନ ବନ୍ଦେ ଭାରତ ଟ୍ରେନ ରେ ପୂର୍ବ ଅପେକ୍ଷା ଅନେକ ନୂତନ ସୁବିଧା ଉପଲବ୍ଧ ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat  Express) ଏହାର ଗତି, ନିରାପତ୍ତା ଏବଂ ସେବା ପାଇଁ ଜଣାଶୁଣା। ଏହି ଟ୍ରେନ ସର୍ବାଧିକ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଗତି କରିପାରେ। ଏହି ଟ୍ରେନ ରେ ଶତାବ୍ଦୀ ଏକ୍ସପ୍ରେସ ଭଳି ଟ୍ରାଭେଲ୍ କ୍ଲାସ୍ (Travel Class) ରହିଛି। ଯାହା ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇଥାଏ। ପୂର୍ବ ଅପେକ୍ଷା କମ ସମୟ ମଧ୍ୟରେ ଏହା ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ।

ଏହାର ସମସ୍ତ କୋଚ ରେ ସ୍ୱୟଂଚାଳିତ କବାଟ (Automatic door), ଏକ ଜିପିଏସ୍ ଆଧାରିତ ଅଡିଓ-ଭିଜୁଆଲ୍ ଯାତ୍ରୀ ସୂଚନା ପ୍ରଣାଳୀ (GPS based Audio Visual Passenger Information System), ମନୋରଞ୍ଜନ ଉଦ୍ଦେଶ୍ୟରେ ଅନ୍‌ବୋର୍ଡ ହଟସ୍ପଟ୍ ୱାଇ-ଫାଇ (Onboard Hotspot Wi-Fi) ଏବଂ ଅତି ଆରାମଦାୟକ ବସିବା ସ୍ଥାନ ରହିଛି। ଏକଜିକ୍ୟୁଟିଭ ଶ୍ରେଣୀ (Executive Class) ରେ ଘୂର୍ଣ୍ଣନ ଚେୟାର (Rotating Chairs) ଏବଂ ବାୟୋ-ଭାକ୍ୟୁମ୍ ଟଏଲେଟ (Bio Vacuum toilet) ବ୍ୟବସ୍ଥା ଉପଲବ୍ଧ ରହିଛି।

Also Read: Indian Railways: ଆସନ୍ତକାଲି ରେଳଯାତ୍ରୀଙ୍କୁ ବଡ଼ ଉପହାର ଦେବ ଭାରତୀୟ ରେଳବାଇ

ବନ୍ଦେ ଭାରତ ଟ୍ରେନ୍ ସପ୍ତାହରେ ୬ ଦିନ ଅହମ୍ମଦାବାଦ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଚଳାଚଳ କରିଥାଏ। ଏହି ଟ୍ରେନ୍ ସକାଳ ୬ ଟା ୧୦ ମିନିଟ ରେ ମୁମ୍ବାଇ ସେଣ୍ଟ୍ରାଲ ଛାଡି ଗାନ୍ଧୀ ନଗର ଠାରେ ଦିନ ୧୨ ଟା ୧୦ ମିନିଟ ସମୟରେ ପହଞ୍ଚିବ। ଅନ୍ୟପକ୍ଷରେ ଦିନ ୨ଟା ୫ ମିନିଟ ସମୟରେ ଟ୍ରେନ ଗାନ୍ଧୀ ନଗର ଛାଡି ରାତି ୮ଟା ୩୫ ମିନିଟ ସମୟରେ ମୁମ୍ବାଇ ସେଣ୍ଟ୍ରାଲ ଠାରେ ପହଞ୍ଚିଥାଏ। ଏହି ଟ୍ରେନ୍ ମୁମ୍ବାଇ ଠାରୁ ବାହାରି ଅହମ୍ମଦାବାଦ ଠାରେ ପହଞ୍ଚି  ଯାତ୍ରା ଶେଷ କରିବାକୁ ୫ ଘଣ୍ଟା ୨୫ ମିନିଟ ସମୟ ଲାଗିବ। ଅନ୍ୟପଟେ ଗାନ୍ଧୀ ନଗର ଠାରେ ପହଞ୍ଚିବା ପାଇଁ ଟ୍ରେନ୍ ପାଇଁ ୬.୨୦ ଘଣ୍ଟା ସମୟ ଲାଗିବ।