Meghalaya Politcs: ରାଜ୍ୟପାଳଙ୍କ ଭାଷଣଙ୍କୁ ନେଇ ବିଧାନସଭାରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣାକ୍ରମ
Advertisement
Article Detail0/zeeodisha/odisha1620532

Meghalaya Politcs: ରାଜ୍ୟପାଳଙ୍କ ଭାଷଣଙ୍କୁ ନେଇ ବିଧାନସଭାରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣାକ୍ରମ

Meghalaya Governors Budget SpeecH: ବଜେଟ ଅଧିବେଶନ ବେଳେ ମେଘାଳୟ ରାଜ୍ୟପାଳ ହିନ୍ଧୀରେ ଅଭିଭାଷଣ ରଖିବାକୁ ନେଇ ମେଘାଳୟ ବିଧାନସଭାରେ ସୃଷ୍ଟି ହୋଇଛି ହଙ୍ଗାମା।  

Meghalaya Politcs: ରାଜ୍ୟପାଳଙ୍କ ଭାଷଣଙ୍କୁ ନେଇ ବିଧାନସଭାରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣାକ୍ରମ

Meghalaya Governor Phagu Chauhan: ଦକ୍ଷିଣ ଭାରତ ପରେ ଏବେ ଦେଶର ପୂର୍ବତ୍ତୋର ଭାଗରେ ହିନ୍ଦୀ ଭାଷାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସଦ୍ୟ ମେଘାଳୟ ବିଧାନସଭାରେ ଦେଖିବାକୁ ମିଳିଛି ଏହାର  ଉଦାହରଣ। ଯେଉଁଠି ରାଜ୍ୟପାଳ ହିନ୍ଦୀ ଭାଷାରେ ଭାଷଣ ଦେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ମେଘାଳୟ ବିଧାନସଭାରେ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ହିନ୍ଦୀ ଭାଷାରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ଫାଗୁ ଚୌହାନ। ରାଜ୍ୟପାଳ ହିନ୍ଦୀ ଭାଷାରେ ବିଧାନସଭାକୁ ସମ୍ବୋଧିତ କରିବା ବେଳେ ସୃଷ୍ଟି ହୋଇଥିଲା ହଙ୍ଗାମା। ରାଜ୍ୟପାଳ ଅଭିଭାଷଣକୁ ନେଇ ନାରାଜ ହୋଇଉଠିଥିଲେ ଭଏସ୍ ଅଫ୍ ପିପୁଲ୍ସ ପାର୍ଟି ବିଧାୟକ। 

ମେଘାଳୟ ବିଧାନସଭା ବାଚସ୍ପତି ଥୋମାସ ଏ ସାଙ୍ଗମା ( Meghalaya Assembly Speaker Thomas A. Sangma) ଏବଂ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା (Meghalaya CM Conrad Sangma) ଏହି ଘଟଣାରେ ହସ୍ତକ୍ଷେପ କରି କହିଛନ୍ତି ଯେ ଇଂରାଜୀ ଭାଷାରେ ପଢିବାରେ ତାଙ୍କର କିଛି ସୀମିତତା ରହିଥିବାରୁ ରାଜ୍ୟପାଳଙ୍କ (Meghalaya Governor Phagu Chauhan) ଅନୁବାଦିତ ଭାଷଣ ପ୍ରଦାନ କରାଯାଇଛି। ହେଲେ ଭଏସ୍ ଅଫ୍ ପିପୁଲ୍ସ ପାର୍ଟି ବିଧାୟକ ଦଳ ନେତା ଆର୍ଡେଣ୍ଟ ବସାଇଓଭମୋଇନ ଏବଂ ଦଳର ଅନ୍ୟ ୩ ଜଣ ବିଧାୟକ ଗୃହ ତ୍ୟାଗ କରିଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସାଙ୍ଗମା ଏବଂ ଭଏସ୍ ଅଫ୍ ପିପୁଲ୍ସ ପାର୍ଟି ବିଧାୟକ (Voice of Peoples Party MLA) ଦଳ ନେତା ଆର୍ଡେଣ୍ଟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଆର୍ଡେଣ୍ଟ ବସାଇଓଭମୋଇନ କହିଛନ୍ତି ଯେ ମେଘାଳୟ (Meghalaya) ଏକ ହିନ୍ଦୀ ଭାଷାଭାଷୀ ରାଜ୍ୟ (Hindi Speaking State) ନୁହେଁ। ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ହିନ୍ଦୀ ଭାଷାରେ ଅଭିଭାଷଣ (Meghalaya Governor Phagu Chauhans Budget Speech) ଲୋକଙ୍କ ଭାବନା ବିରୋଧୀ।

ଭଏସ୍ ଅଫ୍ ପିପୁଲ୍ସ ପାର୍ଟି ବିଧାୟକ ଦଳ ନେତା ଆର୍ଡେଣ୍ଟ ବସାଇଓଭମୋଇନ କହିଛନ୍ତି ଯେ, "ଆମକୁ ହିନ୍ଦୀ ଭାଷାଭାଷୀ ରାଜ୍ୟପାଳ ପଠାଯାଉଛି। ସେମାନେ କ’ଣ କହୁଛନ୍ତି ତାହା ଆମେ ବୁଝିପାରିଲୁ ନାହିଁ। ଏହି କାରଣରୁ ଆମେ ଗୃହତ୍ୟାଗ କରୁଛୁ। ଆମେ ଗୃହକାର୍ଯ୍ୟର ଅଂଶଗ୍ରହଣ କରିବାକୁ ଚାହୁଁନାହୁଁ। ବିରୋଧୀ ଦଳର ବିଧାୟକ କହିଥିଲେ ଯେ ଇଂରାଜୀ (English) ହେଉଛି ମେଘାଳୟ ବିଧାନସଭାର ସରକାରୀ ଭାଷା (Meghalaya Assembly Official Language)। ସେମାନେ ଏହା ମଧ୍ୟ କହିଛନ୍ତି ଯେ ମେଘାଳୟ ଲୋକଙ୍କ ଉପରେ କେନ୍ଦ୍ର ହିନ୍ଦୀ ଭାଷା (Hindi Language) ଥୋପି ପାରିବ ନାହିଁ।

ଅନ୍ୟପଟେ ଶାସକ ଏନପିପି ବିଧାୟକ ତଥା ମେଘାଳୟ ସ୍ୱାସ୍ଥ୍ୟମନ୍ତ୍ରୀ ଅମ୍ପରିନ ଲିଙ୍ଗଡୋ କହିଛନ୍ତି ଯେ ଇଂରାଜୀ ଭାଷାରେ ଲିଖିତ ଭାଷଣ ଦେବା ସତ୍ତ୍ୱେ ବିରୋଧୀ ଦଳର ବିଧାୟକ ରାଜ୍ୟପାଳଙ୍କ ଅଭିଭାଷଣ ବୁଝି ପାରୁନାହାଁନ୍ତି। ବର୍ତ୍ତମାନ ମେଘାଳୟ ବିଧାନସଭାରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ବିଧାନସଭାରେ ରାଜ୍ୟପାଳ ହିନ୍ଦୀ ଭାଷାରେ ଅଭିଭାଷଣ ରଖିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ପୂର୍ବରୁ ଦକ୍ଷିଣ ଏବଂ ପୂର୍ବ ଭାରତର ଅନେକ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟରେ କେନ୍ଦ୍ର ହିନ୍ଦୀ ଥୋପିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ହୋଇଛି।