Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ
Advertisement
Article Detail0/zeeodisha/odisha1227754

Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ

Maharashtra Politics: ଶିବସେନା ନେତା ଏକନାଥ ସିନ୍ଧେଙ୍କ ସହ ରହିଥିବା ୨୬ ବିଧାୟକ ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେ ଆଗରେ ଏକ  ସର୍ତ୍ତ ରଖିଛନ୍ତି। 

Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ

Maharashtra Politics: ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦ ନିର୍ବାଚନ ପରେ ମହାରାଷ୍ଟ୍ର ରାଜତୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଦଳ ସାମ୍ନାରେ ଏକ ସର୍ତ୍ତ ରଖିଛନ୍ତି ଦଳର ବିଦ୍ରୋହୀ ବିଧାୟକ। ଏବେ ଶିବସେନା ବିଧାୟକ  ଏକନାଥ ସିନ୍ଧେଙ୍କ ସମେତ ୨୬ ବିଧାୟକ ଗୁଜୁରାଟର ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି। 

ଶିବସେନା ନେତା ଏକନାଥ ସିନ୍ଧେଙ୍କ ସହ ରହିଥିବା ୨୬ ବିଧାୟକ ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେ ଆଗରେ ଏକ  ସର୍ତ୍ତ ରଖିଛନ୍ତି। ତାହା ହେଉଛି ଦଳ କଂଗ୍ରେସ-ଏନସିପି ସହ ମେଣ୍ଟ ଭାଙ୍ଗୁ। ତାହେଲେ ଯାଇ ଆମେ ଦଳ ସହ ରହିବୁ। ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଜେପି ସହ ସରକାର ଗଠନ କରିବାକୁ ଚାହୁଁଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ। ଦୀର୍ଘ ଦିନ ଦଳ ତଥା ଦଳୀୟ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି ଶିବସେନା ନେତା ଏକନାଥ ସିନ୍ଧେ। 

ମହାରାଷ୍ଟ୍ର ରାଜତୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ଟାଳିବା ପାଇଁ ଆରମ୍ଭ ହୋଇଯାଇଛି। ଏପରିକି ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ମେଣ୍ଟରେ ସାମିଲ ରହିଥିବା ଦଳଙ୍କ ପକ୍ଷରୁ କ୍ରାଇସିସ୍ ମ୍ୟାନେଜେଣ୍ଟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶିବସନାରେ ଯେଉଁ ସଂକଟ ସୃଷ୍ଟି ହୋଇଛି ତାହା ଅଚାନକ ହୋଇନାହିଁ। ଦୀର୍ଘଦିନ ଧରି ଏକନାଥ ସିନ୍ଧେଙ୍କୁ ଶିବସେନା ମୁଖ୍ୟ ଉଦ୍ଧବ ଠାକେରେ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା।  

ଏକନାଥ ସିନ୍ଦେ ମହାରାଷ୍ଟ୍ର ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବିଭାଗରେ ହସ୍ତକ୍ଷେପ କରାଯାଇଥିଲା। ମହାବିକାଶ ଅଘାଡି ସରକାରଙ୍କ ୨ ମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟ କ୍ରମାଗତ ଭାବରେ କରାଯାଉଥିଲା। ନଗର ଉନ୍ନୟନ ବିଭାଗ ଫାଇଲ ପତ୍ରରେ ଦସ୍ତଖତ କରିବା ପୂର୍ବରୁ ମଧ୍ୟ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେବାକୁ ବିଭାଗ ଅଧିକାରୀ ତାଙ୍କୁ କହିଥିଲେ।

ଅନ୍ୟପଟେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଦ୍ୱାରା ଏନସିପି ସୁପ୍ରିମୋ ଶରଦ ପାୱରଙ୍କ ବାବଦରେ ଯେଉଁ ବୟାନବାଜି କରାଯାଉଥିଲା ତାହାକୁ ନେଇ ନାରାଜ ହୋଇଉଠିଥିଲେ ଶିବସେନା ନେତା ଏକନାଥ ସିନ୍ଧେ। ସଞ୍ଜୟ ରାଉତ ଏବଂ ଶରଦ ପାୱାରଙ୍କ ମଧ୍ୟରେ ବଢୁଥିବା ନିବିଡତା ପାଇଁ ଶିବସେନା କ୍ଷତି ସହିବ ବୋଲି ଉଦ୍ଧବ ଠାକରେଙ୍କୁ ପୂର୍ବରୁ ଜଣାଇ ଦେଇଥିଲେ ଏକନାଥ ସିନ୍ଧେ। ଏପରିକି ଶିବସେନା କର୍ମକର୍ତ୍ତା ମଧ୍ୟ ନାରାଜ ହୋଇଉଠିଥିଲେ। ମାତ୍ର ଏହା ସତ୍ତ୍ୱେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିଲା।

ରାଜ୍ୟସଭା ନିର୍ବାଚନରେ ଦଳୀୟ ​​ବିଧାୟକଙ୍କୁ ଏକାଠି ରଖିବା ଏବଂ ନିର୍ବାଚନ ଦିନ ଶିବସେନା ସପକ୍ଷରେ ଭୋଟ୍ ଦେବା ପାଇଁ ଏକନାଥ ସିନ୍ଦେଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମହାବିକାଶ ଅଘାଡି ମେଣ୍ଟର ସହଯୋଗୀ ଦଳ ପକ୍ଷରୁ ସହଯୋଗ ଅଭାବରୁ ଶିବସେନା ପ୍ରାର୍ଥୀ ସଞ୍ଜୟ ପାୱାର ପରାଜିତ ହୋଇଥିଲେ। ଏହି ଘଟଣା ବାବଦରେ ଉଦ୍ଧବ ଠାକରେଙ୍କୁ ଅବଗତ କରାଇଥିଲେ ଏକନାଥ ସିନ୍ଧେ। 

ରାଜ୍ୟସଭା ଫଳାଫଳରୁ ଶିକ୍ଷା ଗ୍ରହଣ କରି ଏକନାଥ ସିନ୍ଦେ ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ସମସ୍ତ ବିଧାୟକଙ୍କ ସହ କଥା ହେବା ପାଇଁ ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାଚନ ପୂର୍ବରୁ ଯେତେବେଳେ ବିଧାୟକଙ୍କୁ ହୋଟେଲ ଅଣାଯାଇଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଭେଟିବାକୁ ଯାଇ ନଥିଲେ। ଯାହାକୁ ନେଇ ବିଧାୟକ ନାରାଜ ହୋଇଉଠିଥିଲେ। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଅସନ୍ତୋଷ ବିଷୟରେ କହିଥିଲେ। ଯାହାକୁ ସେ ଅଣଦେଖା କରିଥିଲେ। ମାତ୍ର ଦଳୀୟ ବିଧାୟକଙ୍କ ଅସନ୍ତୋଷ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ହୋଟେଲ ଯାଇ ଦଳୀୟ ବିଧାୟକଙ୍କୁ ଭେଟିଥିଲେ।

ଏକନାଥ ସିନ୍ଦେଙ୍କୁ ବିଧାନ ପରିଷଦ ନିର୍ବାଚନ ଦାୟିତ୍ୱରୁ ଦୂରେଇ ରଖାଯାଇଥିଲା। ତାଙ୍କ ସ୍ଥାନରେ ଆଦିତ୍ୟ ଠାକରେ ଏବଂ ବରୁଣ ସରଦେଶାଇ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ଏକନାଥ ସିନ୍ଦେ କ୍ରୋଧିତ ହୋଇ ଉଠିଥିଲେ। ବରୁଣ ସରଦେଶାଇ ଶିବସେନା ନେତା କିମ୍ବା ମନ୍ତ୍ରୀ ହୋଇନଥିବା ସତ୍ତ୍ୱେ ତାଙ୍କୁ ଗୁରୁତ୍ୱ ଦିଆଯାଉଥିଲା। ଦଳ କିମ୍ବା ସରକାରରେ ବରୁଣ ସରଦେଶାଇଙ୍କ ହସ୍ତକ୍ଷେପକୁ ଗ୍ରହଣ କରି ପାରୁନଥିଲେ ଏକନାଥ ସିନ୍ଦେ।

ମନ୍ତ୍ରୀ ହେବା ପରେ ଏକନାଥ ସିନ୍ଧେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ସମ୍ପର୍କ ବେଶ ମଧୁର ରହିଥିଲା।  ମାତ୍ର ଧିରେ ଧିରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ କମିବାରେ ଲାଗିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭେଟଘାଟ କମିବାକୁ ନେଇ ଏକନାଥ ସିନ୍ଦେ ନାରାଜ ହୋଇଉଠିଥିଲେ। କେବଳ ସେ ନୁହଁନ୍ତି ନିଜ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟ ବାବଦରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ଦଳର ବିଧାୟକଙ୍କୁ ସମୟ ଦେଇ ପାରୁନଥିଲେ।

Also Read: Maharashtra MLC Election 2022: ୪ ସିଟ୍ ହାତେଇଲା ବିଜେପି, ଶିବସେନା-ଏନସିପି ପାଇଲେ ୨-୨ ଆସନ