Maharashtra Politics: କ୍ୟାବିନେଟ ବିସ୍ତାରକୁ ନେଇ ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ
Advertisement
Article Detail0/zeeodisha/odisha1281102

Maharashtra Politics: କ୍ୟାବିନେଟ ବିସ୍ତାରକୁ ନେଇ ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ

Maharashtra Cabinet: ନୂତନ ରାଜ୍ୟ କ୍ୟାବିନେଟ ଗଠନକୁ ନେଇ ମହାରାଷ୍ଟ୍ର ରାଜଧାନୀରେ ଜାରି ରହିଛି ଚର୍ଚ୍ଚା। 

Maharashtra Politics: କ୍ୟାବିନେଟ ବିସ୍ତାରକୁ ନେଇ ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ

Maharashtra Cabinet Expansion: ମହାରାଷ୍ଟ୍ରରେ ସିନ୍ଦେ ସରକାର ଗଠନ ହେବାକୁ ଏକ ମାସ ପୂରଣ ହୋଇଛି। ଗତ ଜୁନ ୩୦ ତାରିଖରେ ବିଜେପି ସମର୍ଥନରେ ସରକାର ଗଠନ କରିଥିବା ବିଦ୍ରୋହୀ ଶିବେସେନା ବିଧାୟକଙ୍କ ନେତା ଏକନାଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମାତ୍ର ସରକାର ଗଠନକୁ ଏକମାସ ପୂରଣ ହୋଇଯାଇଥିଲେ ମଧ୍ୟ କ୍ୟାବିନେଟ ଗଠନ ହୋଇ ପାରିନାହିଁ। ନୂତନ ରାଜ୍ୟ କ୍ୟାବିନେଟ ଗଠନକୁ ନେଇ ମହାରାଷ୍ଟ୍ର ରାଜଧାନୀରେ ଜାରି ରହିଛି ଚର୍ଚ୍ଚା। 

ପୁରୁଖା ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତତ୍ୱରେ ଦଳୀୟ ବିଧାୟକ ଦଳ ବିରୋଧରେ (Revolt in Shiv Sena) ବିଦ୍ରୋହ କରିବାର ୧୦ ଦିନ ପରେ ରାଜ୍ୟରେ ବିଜେପି ସମର୍ଥନରେ ସିନ୍ଦେ ସରକାର ଗଠିତ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra Chief Minister) ପଦଭାର ଗ୍ରହଣ କରିବା ପରେ ଏକନାଥ ସିନ୍ଦେଙ୍କ (Eknath Shinde) ନେତୃତ୍ୱାଧିନ ସରକାର ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ (Mumbai Ahmedabad Bullet Train Project) କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଯେଉଁ ପ୍ରକଳ୍ପ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ (Uddhav Thackeray) ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରଙ୍କ (Maha Vikas Aghadi Government) ଅମଳରେ ଶୀତଳ ଭଣ୍ଡାରରେ ପଡ଼ି ରହିଥିଲା। ପ୍ରାୟ ସପ୍ତାହ ପୂର୍ବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ (Maharashtra Deputy Chief Minister Devendra Fadnavis) କହିଥିଲେ ଯେ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ମଞ୍ଜୁରୀ ପ୍ରଦାନ କରାଯାଇଛି।

ବର୍ତ୍ତମାନ ମହାରାଷ୍ଟ୍ର କ୍ୟାବିନେଟରେ (Maharashtra Cabinet) କେବଳ ୨ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। କ୍ୟାବିନେଟ ବିସ୍ତାରରେ ବିଳମ୍ବ ହେବାରୁ ବିରୋଧି ଦଳ ବିଜେପି ସମର୍ଥିତ ସିନ୍ଦେ ସରକାରଙ୍କୁ (Shinde Govt)  ଟାର୍ଗେଟ କରିଛନ୍ତି। ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ରତ୍ନାକର ମହାଜନ ସିନ୍ଦେ ସରକାରକୁ କଟାକ୍ଷ କରି କହିଛନ୍ତି ଯେ ମହାରାଷ୍ଟ୍ରର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଜଣ ସଦସ୍ୟଙ୍କ ଏକ କ୍ୟାବିନେଟ ସମଗ୍ର ରାଜ୍ୟକୁ ପରିଚାଳନା କରୁଛି। କୌଣସି ରାଜନୈତିକ ଦଳ ପାଇଁ ଏଭଳି ଦୟନୀୟ ପରିସ୍ଥିତି କେବେ ସୃଷ୍ଟି ହୋଇନାହିଁ ଯେ ଗୋଟିଏ ରାଜ୍ୟରେ ପୂର୍ଣ୍ଣ କ୍ୟାବିନେଟ ଗଠନ କରିପାରି ନାହିଁ। ଏଥିପାଇଁ ବିଜେପି ଭଳି ଦଳର ଉଚ୍ଚାଭିଳାଷୀ ଯୋଜନାକୁ ଦାୟୀ କରାଯିବା ଆବଶ୍ୟକ।

ପ୍ରଥମେ ୪୦ ଶିବସେନା ବିଧାୟକ (Shiv Sena MLA) ଏବଂ ପରେ ଦଳର ୧୯ ଲୋକସଭା ସାଂସଦଙ୍କ (Shiv Sena MP) ମଧ୍ୟରୁ ୧୨ ଜଣ ସାଂସଦ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ସାରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା ବିଦ୍ରୋହୀ ଶିବସେନା ସାଂସଦ ଗୋଷ୍ଠୀକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ମାତ୍ର ବାଚସ୍ପତି ବିଦ୍ରୋହୀ ଶିବସେନା ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦାବି କରିଛି। ଦଳରେ ହୋଇଥିବା ବିଦ୍ରୋହ ପରେ ଶିବସେନା ସିନ୍ଦେ-ଠାକରେ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି। ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାବିନେଟ ମନ୍ତ୍ରୀ ହେବା ଅପେକ୍ଷା ଶିବସେନା ବିଧାୟକ ଜିଲ୍ଲା ଅଭିଭାବକ ହେବାକୁ ଅଧିକ ଆଗ୍ରହୀ ବୋଲି ସିନ୍ଦେ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର (Deepak Kesarkar) କହିଛନ୍ତି। ବିଭାଗ ଆବଣ୍ଟନକୁ ନେଇ ବିଜେପି ସହ କୌଣସି ବିବାଦ ନାହିଁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ଦିନ ପରେ ମହାରାଷ୍ଟ୍ରରେ ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ଦିନରାତି ରାଜ୍ୟବାସୀଙ୍କ ପାଇଁ ଉପଲବ୍ଧ ଅଛନ୍ତି।

ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Shiv Sena Rajya Sabha MP Sanjay Raut) କହିଛନ୍ତି ଯେ ଗତ ଏକ ମାସ ଧରି ରାଜ୍ୟରେ କୌଣସି ସରକାର ନାହିଁ। ପୂର୍ବରୁ କେବେ ମହାରାଷ୍ଟ୍ରର ପ୍ରତିଷ୍ଠା ଏପରି ହ୍ରାସ ପାଇନଥିଲା। ରାଜ୍ୟର ସମ୍ମାନ କ୍ଷୁର୍ଣ୍ଣ ହୋଇଛି। ସିନ୍ଦେ-ଫଡନାଭୀସ୍ ସରକାର ଦ୍ୱାରା ନିଆଯାଇଥିବା ଶପଥ ହେଉଛି ବେଆଇନ। କ୍ୟାବିନେଟ ସମ୍ପ୍ରସାରଣରେ ବିଳମ୍ବ ହେବାର କାରଣ କିଛି ହୋଇପାରେ। ଯେଉଁଥିରେ ୧୬ ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ଉପରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଅନ୍ତର୍ଭୂକ୍ତ।

Also Read: Maharashtra Cabinet Expansion: କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?

Also Read: Maharashtra Politics: କେବେ ହେବ କ୍ୟାବିନେଟ ବିସ୍ତାର? ସାମ୍ନାକୁ ଆସିଲା ବଡ଼ ଖବର