Amit Malviya: 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହାର ଯାଞ୍ଚର ଆବଶ୍ୟକତା ନାହିଁ'
Advertisement
Article Detail0/zeeodisha/odisha1360442

Amit Malviya: 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହାର ଯାଞ୍ଚର ଆବଶ୍ୟକତା ନାହିଁ'

Central Investigation Agency: ମୁଁ ଏହା ବିଶ୍ୱାସ କରୁ ନାହିଁ ଯେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ରହିଛି। 

Amit Malviya: 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହାର ଯାଞ୍ଚର ଆବଶ୍ୟକତା ନାହିଁ'

Mamata Banerjee on PM Modi: ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଏହା ବିଶ୍ୱାସ କରନ୍ତି ନାହିଁ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ବିଜେପି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ପାଲଟା ଜବାବ ଦେଇଛି। ଏନେଇ ବିଜେପି ପକ୍ଷରୁ ଟିଏମସି ଉଦ୍ଦେଶ୍ୟରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହାର ଯାଞ୍ଚର ଆବଶ୍ୟକତା ନାହିଁ। 

ଏନେଇ ପ୍ରତିକ୍ରିୟା ରଖି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଯେ ଦଳରେ କାହାକୁ କିମ୍ବା ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ କୌଣସି ସ୍ୱୀକୃତି ଆବଶ୍ୟକ କରନ୍ତି ନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସରକାରର ବରିଷ୍ଠ ମନ୍ତ୍ରୀ, ଦଳୀୟ କର୍ମକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ରାଡାର ମଧ୍ୟରେ ଅଛନ୍ତି। କାରଣ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଲୁଟ ପାଟର ହିସାବ ଦେବାକୁ ପଡିବ। 

ସୋମବାର ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଥିଲେ ଯେ, ମୁଁ ଏହା ବିଶ୍ୱାସ କରୁ ନାହିଁ ଯେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ରହିଛି। ହେଲେ ଗୋଟିଏ ଗୋଷ୍ଠୀର ବିଜେପି ନେତା ସେମାନଙ୍କ ସ୍ୱାର୍ଥ ପୂରଣ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

ପ୍ରତ୍ୟେକ ଦିନ ବିରୋଧୀ ଦଳର ନେତାଙ୍କୁ ସିବିଆଇ ଏବଂ ଇଡି ଦ୍ୱାରା ଗିରଫ କରାଯିବା ସହ ବିଜେପି ନେତାଙ୍କ ଦ୍ୱାରା ଧମକ ଦିଆଯାଉଛି। କ'ଣ କେନ୍ଦ୍ରୀୟ ଏଜେନ୍ସି ଦେଶରେ ଏପରି କାର୍ଯ୍ୟ କରିବା ଆବଶ୍ୟକ? ମୁଁ ଭାବୁ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଏହା ପଛରେ ରହିଛି। ହେଲେ ଏପରି କିଛି ବିଜେପି ନେତା ଅଛନ୍ତି ଯେଉଁମାନେ ସିବିଆଇ-ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିଜ ସ୍ୱାର୍ଥ ପାଇଁ ଅପବ୍ୟବହାର କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି ଯେ, ସରକାର ଏବଂ ଦଳର କାର୍ଯ୍ୟକୁ ଅଲଗା ରଖନ୍ତୁ। ଏହା ଦେଶ ପାଇଁ ଭଲ ହେବ ନାହିଁ।

Also Read: West Bengal Assembly: ମମତାଙ୍କ ବଡ ବୟାନ, 'ମୁଁ ଭାବୁନାହିଁ ଯେ ପିଏମ ମୋଦି ସିବିଆଇ ଓ ଇଡିର ଅପବ୍ୟବହାର କରୁଛନ୍ତି'

ବର୍ତ୍ତମାନ ଉଭୟ ସିବିଆଇ-ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି  ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ନେତାଙ୍କ ବିରୋଧରେ ଅନେକ ମାମଲାର ଯାଞ୍ଚ କରୁଛି। ଏନେଇ ପ୍ରତିକ୍ରିୟା ରଖି ଦଳର ସୁପ୍ରିମୋ କହିଛନ୍ତି ଯେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରୁଥିବା ସିବିଆଇ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧୀନକୁ ଆସିଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅତ୍ୟଧିକ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଏହା ନିଶ୍ଚିତ କରିବା ଆବଶ୍ୟକ ଯେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଏବଂ ତାଙ୍କ ଦଳର ସ୍ୱାର୍ଥ ଯେପରି ଏକାଠି ନ ହୁଏ।

ବର୍ତ୍ତମାନ କିଛି ହାଇ ପ୍ରୋଫାଇଲ ମାମଲାରେ ବିଗତ ୨ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ଅନେକ ଟିଏମସି ନେତାଙ୍କୁ ଗିରଫ କରିସାରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ପ୍ରଥମେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ନିଲମ୍ବିତ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ  ଗିରଫ କରାଯାଇଥିଲା। ଏହା ପରେ ଟିଏମସି ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ କଥିତ ପଶୁ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା। ପୂର୍ବରୁ ବରିଷ୍ଠ ଟିଏମସି ନେତା ଫିରହାଦ ହକିମ୍ ଏବଂ ସୁବ୍ରତ ମୁଖାର୍ଜୀଙ୍କ ଗିରଫ କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କଥିତ କୋଇଲା ଚୋରା ଚାଲାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ, ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ, ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଲାୟ ଘଟକ ଏବଂ ରାଜ୍ୟରେ ଦାୟିତ୍ବରେ ଥବା କିଛି ଆଇପିଏସ ଅଧିକାରୀଙ୍କୁ ମଧ୍ୟ ଇଡି ଜେରା କରିସାରିଛି।