Dangerous Jail: ଦୁନିଆର ପ୍ରତ୍ୟେକ ଦେଶରେ ଅପରାଧ କଲେ ଦଣ୍ତ ବିଧାନର ବ୍ୟବସ୍ଥା ରହିଛି । ତେବେ କିଛି ଏପରି ଜେଲ ଅଛି ଯାହାକୁ ଦୁନିଆର ସବୁଠାରୁ ଭୟାନକ ଜେଲ ବୋଲି କୁହାଯାଇଥାଏ ।
ବ୍ରାଜିଲର କାରାଣ୍ଡିରୁ କାରାଗାର ହେଉଛି ବିଶ୍ୱର ସବୁଠାରୁ ହିଂସାତ୍ମକ ଓ ଘାତକ କାରାଗାର । ୧୯୯୨ ମସିବାରେ ଏଠାରେ ୧୦୨ ଜଣ କଏଦୀଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା।
ସାନ କ୍ୱେଣ୍ଟିନ୍ କାରାଗାର ୧୮୫୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହା କାଲିଫର୍ନିଆର ସର୍ବ ପୁରାତନ କାରାଗାର ଅଟେ । ଜେଲରେ ଏକ ଗ୍ୟାସ୍ ଚାମ୍ବର ଅଛି, କିନ୍ତୁ ସେଠାରେ ଜୀବନରୁ ମାରିବା ପାଇଁ ଇଞ୍ଜେକ୍ସନ ସାହାଯ୍ୟରେ ଫାଶୀ ଦଣ୍ଡ ଦିଆଯାଉଛି ।
ନ୍ୟୁୟର୍କର ରିକର୍ସ ଦ୍ୱୀପ ଜେଲରେ ଅନ୍ତେବାସୀ ହିଂସା ହେବାର ଇତିହାସ ରହିଛି । ଏହି କାରଣରୁ ଏହା ଦୁନିଆର ସବୁଠାରୁ କୋଠୋର କାରାଗାର ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ସିକ୍ୟୁରିଟି ମାନେ ମଧ୍ଯ ବେଳେବେଳେ ଜେଲ ଯିବାକୁ ଭୟ କରନ୍ତି ।
ସିରିଆର ପାଲମିରେ ଥିବା ଟଡମୋର ମିଲିଟାରୀ କାରାଗାର କଏଦୀ ମାନଙ୍କ ପାଇଁ ସବୁଠାରୁ ବିପଜ୍ଜନକ କାରାଗାର ଅଟେ। ୧୯୮୦ରେ ଏଠାରେ ଥିବା ବନ୍ଦୀ ମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ ମରାଯାଇଥିଲା।
ତୁର୍କୀରେ ଥିବା ଡିଆରବାକିର ଜେଲର ଏକ କୁଖ୍ୟାତ ଜେଲ ଅଟେ। ଏଠାରେ ପିଲାମାନଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ ।
ट्रेन्डिंग फोटोज़