Advertisement
Photo Details/zeeodisha/odisha1933929
photoDetails0hindi

Health Tips: ଏହିସବୁ ଖାଦ୍ୟ ଖାଇବା ପରେ ଆଦୌ ପିଅନ୍ତୁନି ପାଣି, ନଚେତ୍

Health Tips: ପାଣି ଶରୀର ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପ୍ରତିଦିନ ୮ରୁ ୯ ଗ୍ଲାସ ପାଣି ପିଇବା ନିହାତି ଜରୁରୀ । ମାତ୍ର ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ସମୟରେ କିମ୍ବା ପରେ ପାଣି ପିଇବା ଆଦୌ ଉଚିତ୍ ନୁହେଁ। 

1/5

ଆୟୁର୍ବେଦରେ ମଧ୍ଯ ପାଣି ପିଇବା ନେଇ କିଛି ନିୟମ ବର୍ଣ୍ଣନା କରାଯାଇଛି । ତେବେ ଏଭଳି କେତେକ ଖାଦ୍ୟ ରହିଛି ଯେଉଁ ଖାଦ୍ୟ ଖାଇବା ପରେ କିମ୍ବା ଖାଇବା ବେଳେ ପାଣି ପିଇବାକୁ ବାରଣ କରାଯାଇଛି । କାରଣ ଏପରି କରିବା ଦ୍ବାରା ପେଟ ସହ ଜଡିତ ସମସ୍ୟା ଯଥା ଗ୍ୟାଷ୍ଟ୍ରିକ୍‌‌,ଏସିଡିଟି, ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

2/5

ଦହି ପାଚନ ତନ୍ତ୍ର ବା ହଜମ ପାଇଁ ବେଶ ଉପକାରୀ ଅଟେ । ଏହା ଶରୀର ପାଇଁ ମଧ୍ୟ ବେଶ ହିତକର । ମାତ୍ର ଦହି ଖାଇବା ପରେ ଆଦୌ ପାଣି ପିଅନ୍ତୁ ନାହିଁ। ଏପରି କରିବା ଦ୍ବାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

3/5

ସେହିପରି କଦଳୀରେ ପ୍ରଚୁର ପରିମାଣର ଫାଇବର ରହିଥାଏ । କଦଳୀ ଖାଇବା ପରେ ବି ପାଣି ପିଇବା ଉଚିତ୍ ନୁହେଁ । ଏପରି କଲେ ପେଟରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି ହେବା ସହ ଖାଦ୍ୟ ହଜମରେ ମଧ୍ଯ ସମସ୍ୟା ହୋଇଥାଏ ।

4/5

ରାଗ, ମସଲା କିମ୍ବା ଚଟ୍‌‌ପଟା ଖାଦ୍ୟ ଖାଇବା ପରେ କିମ୍ବା ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ। ରାଗ ଲାଗିବା ସମୟରେ ସର୍ବଦା କ୍ଷୀର କିମ୍ବା ଦହି ଖାଆନ୍ତୁ। ଏହି ସମୟରେ ପାଣି ପିଇବା ଦ୍ୱାରା ପେଟରେ ଜଳାପୋଡା ସମସ୍ୟା ବୃଦ୍ଧି ପାଇଥାଏ।

5/5

କମଳା, ଅଙ୍ଗୁର ଓ ଲେମ୍ବୁରେ ପ୍ରଚୁର ମାତ୍ରାରେ ପାଣି ରହିଥାଏ। ଏହିସବୁ ଫଳ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।