Advertisement
Photo Details/zeeodisha/odisha1568916
photoDetails0hindi

Bollywood Celebrity: ଦିନେ ଚେହେରା ଯୋଗୁଁ ହୋଇଥିଲେ ରିଜେକ୍ଟ, ଆଜି ସେମାନେ ବଡ଼ ବଡ଼ ଷ୍ଟାର

ବଲିଉଡ଼ରେ ଏପରି ଅନେକ ଷ୍ଟାର ଥିବେ ଯାହାଙ୍କୁ ଦେଖିବା ଲାଗି ଆପଣ ଫିଲ୍ମ ଦେଖୁଥିବେ। ଏମିତି ଅନେକ ହିରୋ ବା ହିରୋଇନ୍ ମଧ୍ଯ ଥିବେ ଯାହାଙ୍କ ଲୁକ୍ ଉପରେ ଆପଣ ଫିଦା ହୋଇଯାଉଥିବେ । ତେବେ କଣ ଆପଣ ଜାଣିଛନ୍ତି କି? ଆପଣଙ୍କ ସୁପରଷ୍ଟାରଙ୍କୁ ମଧ୍ୟ ଦିନେ ତାଙ୍କ ଲୁକ୍ ପାଇଁ ରିଜେକ୍ଟ କରାଯାଇଥିଲା ।

1/7

ଅମିତାଭ ବଚ୍ଚନ- ନିଜର ଗମ୍ଭୀର ସ୍ବର ପାଇଁ ଅମିତାଭ ବଚ୍ଚନଙ୍କୁ ଅଲ ଇଣ୍ତିଆ ରେଡ଼ିଓରେ ରିଜେକ୍ଟ କରାଯାଇଥିଲା । ପରେ ଅମିତାଭ ବଚ୍ଚନଙ୍କୁ ତାଙ୍କ ଉଚ୍ଚତା ପାଇଁ ମଧ୍ୟ ଫିଲ୍ମ ମେକରର୍ସ ମାନେ ଫିଲ୍ମ ଦେବାକୁ ମନାକରିଦେଇଥିଲେ ।

2/7

ଗୋବିନ୍ଦା- ୯୦ ଦଶକର ସୁପରଷ୍ଟାର ଗୋବିନ୍ଦାଙ୍କୁ ତାଙ୍କ ଲୁକସ୍ ପାଇଁ ରିଜେକ୍ଟ କରାଯାଇଥିଲା । କିନ୍ତୁ ରିଜେକ୍ଟ ପରେ ବି ହାର ମାର ନଥି୍ଲେ ଗୋବିନ୍ଦା । ନିଜ ଦମଦାର ଅଭିନୟ ବଳରେ ସେ ହୋଇପାରିଥିଲେ ସୁପରଷ୍ଟାର।

3/7

ନୱାଜୁଦ୍ଦିନ ସିଦ୍ଦିକି- ବଲିଉଡ଼ରେ ଜଣେ ନାମକରା ଅଭିନେତା ଭାବେ ପରିଚିତ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମଧ୍ଯ ନିଜର ଶ୍ୟାମଳ ରଙ୍ଗ ପାଇଁ ରିଜେକ୍ଟ ହେବାକୁ ପଡ଼ିଥିଲା। ଏନେଇ ଖୋଦ ନୱାଜୁଦ୍ଦିନ ସିଦ୍ଦିକି ଅନେକ ଇଣ୍ଟରଭିୟ୍ୟୁରେ ସୂଚନା ଦେଇଛନ୍ତି ।

4/7

ଶାହାରୁଖ ଖାନ- ବଲିଉଡ଼ର କିଙ୍ଗ ଶାହାରୁଖ ଖାନଙ୍କୁ ବା କିଏ ନ ଜାଣେ । ୪ ବର୍ଷ ପରେ ବଡ଼ ପରଦାକୁ ଜବରଦସ୍ତ କମ୍ ବ୍ୟାକ କରିଛନ୍ତି ବଲିଉଡ଼ର ବାଦଶାହା । ତେବେ ବଲିଉଡ଼ର କିଙ୍ଗଙ୍କୁ ମଧ୍ୟ ନିଜର ଲୁକ୍ ପାଇଁ ରିଜେକ୍ଟ କରାଯାଇଥିଲା ।

5/7

ଧନୁଷ- ସାଉଥ ସୁପରଷ୍ଟାର ଧନୁଷଙ୍କୁ ମଧ୍ୟ ନିଜ ଲୁକସ୍ ପାଇଁ ବହୁତ ଥର ରିଜେକ୍ଟ ହେବାକୁ ପଡ଼ିଥିଲା। କୁହାଯାଏ ପ୍ରଥମେ ଧନୁଷଙ୍କ ପରର୍ସନାଲିଟି ହିରୋଙ୍କ ପରି ନଥିଲା ।

6/7

ଅନୁଷ୍କା ଶର୍ମା- ବିରାଟ କୋହଲିଙ୍କ ପତ୍ନୀ ତଥା ବର୍ତ୍ତମାନର ଆଗଧାଡ଼ିର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ପ୍ରଥମ ଅନେକ ଚଳଚ୍ଚିତ୍ର ନିର୍ମାତା ରିଜେକ୍ଟ କରିଦେଇଥିଲେ। ତାଙ୍କ କହିବାନୁସାରେ, ଅନୁଷ୍କା ସୁନ୍ଦର ହୋଇଥିଲେ ମଧ୍ୟ ତାଙ୍କଠାରେ ହିରୋଇନ୍ ହେବା ଭଳି କୌଣସି ବିଶେଷ ଗୁଣ ନଥିଲା।

 

7/7

କ୍ୟାଟ୍ରିନା କୈଫ- କ୍ୟାଟ୍ରିନା କୈଫଙ୍କ ନାମ ଆଜି ଇଣ୍ଡଷ୍ଟ୍ରିର ସଫଳ ଓ ସର୍ବାଧିକ ଚାର୍ଜ ନେଉଥିବା ଅଭିନେତ୍ରୀ ତାଲିକାରେ ଆସୁଛି। କିନ୍ତୁ କ୍ୟାଟ୍ରିନାଙ୍କୁ ତାଙ୍କ ସିପଲ ଲୁକସ ପାଇଁ ଚଳଚ୍ଚିତ୍ର ନିର୍ମାତା ରିଜେକ୍ଟ କରିଦେଇଥିଲେ ।