Advertisement
Photo Details/zeeodisha/odisha1661685
photoDetails0hindi

Akshaya tritiya 2023: ଅକ୍ଷୟ ତୃତୀୟା ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ; ମାଡ଼ି ବସିବ ସଙ୍କଟ, ହୋଇଯିବେ କାଙ୍ଗାଳ!

Akshaya tritiya 2023: ଚଳିତ ବର୍ଷ ଏପ୍ରିଲ ମାସ ୨୨ ତାରିଖରେ ପଡୁଛି ଅକ୍ଷୟ ତୃତୀୟା । କୁହାଯାଏ ଏହି ଦିନ ଘର ପାଇଁ କୌଣସି ବସ୍ତୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ଅକ୍ଷୟ ତୃତୀୟାରେ ଭୁଲରେ ମଧ୍ୟ କିଣିବା ଉଚିତ୍ ନୁହେଁ । ଏହି ସବୁ ଜିନିଷ ବା ବସ୍ତୁ କିଣିବା ଦ୍ବାରା ରାହୁଙ୍କର ଖରାପ ପ୍ରଭାବ ବୃଦ୍ଧି ପାଇଥାଏ ।

1/5

ଏହିଦିନ ବିଶେଷ କରି ପ୍ଲାଷ୍ଟିକ୍, ଲୁହା କିମ୍ବା ଆଲୁମିନିୟମ୍ ନିର୍ମିତ ଜିନିଷ ଖାସ କରି ବାସନ କିଣିବା ଉଚିତ୍ ନୁହେଁ । ଏହିସବୁ ଜିନିଷ କିଣିବା ଦ୍ବାରା ରାହୁଙ୍କ କୋପ ଦୃଷ୍ଟି ପଡ଼ିଥାଏ । ଅକ୍ଷୟ ତୃତୀୟାରେ ଏହିସବୁ ଜିନିଷ ଘରକୁ ଆଣିଲେ ନକରାତ୍ମକତା ବଢିବା ସହ ମାଆ ଲକ୍ଷ୍ମୀ ରୋଷ କରିଥାଆନ୍ତି।

2/5

ଏଥର ଅକ୍ଷୟ ତୃତୀୟା ପର୍ବ ଦିନ ଶନିବାର ହୋଇଥିବାରୁ ଏହି ଦିନ କୋଇଲା, କାଜଲ, କଳା କପଡା, ସୋରିଷ ତେଲ କିଣନ୍ତୁ ନାହିଁ। ଏହି ସବୁ ଜିନିଷ କିଣିବା ଦ୍ବାରା ଶନି ଦେବ କ୍ରୋଧିତ ହୋଇଥାଆନ୍ତି ଓ ଜୀବନରେ ବଡ଼ ବିପତ୍ତି ଆସିଥାଏ ।

3/5

ଅକ୍ଷୟ ତୃତୀୟାରେ ଟଙ୍କା କରଜ ଦେବା, ଖାଦ୍ୟ ସାମଗ୍ରୀ ନେଣଦେଣ କରିବା ଉଚିତ୍ ନୁହେଁ । କୁହାଯାଏ ଏପରି କରିବା ଦ୍ବାରା ଜୀବନରେ ଆର୍ଥିକ ସମସ୍ୟା ଲାଗି ରହିଥାଏ ।

4/5

ଅକ୍ଷୟ ତୃତୀୟାରେ ଚୋରି, ଜୁଆ, ମଦ୍ୟପାନ, ଆମିଷ ଖାଦ୍ୟ ଭୋଜନଠାରୁ ଦୂରେଇ ରୁହନ୍ତୁ । ଏପରି କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧ ବୃଦ୍ଧି ପାଇନଥାଏ ।

5/5

ଅକ୍ଷୟ ତୃତୀୟା ଦିନ ପରିବାରରେ ଶାନ୍ତି ବଜାୟ ରଖିବା ଉଚିତ୍ । କାରଣ ଯେଉଁ ଘରେ ଝଗଡା ଓ ବିବାଦ ଲାଗି ରହିଥାଏ, ମାଆ ଲକ୍ଷ୍ମୀଙ୍କ ସେଠାରେ ବାସ କରନ୍ତି ନାହିଁ । ଏହା ଦ୍ବାରା ଦୁର୍ଭାଗ୍ୟ ମାଡ଼ି ବସିଥାଏ ।