Advertisement
Photo Details/zeeodisha/odisha2540909
photoDetails0hindi

Mustard leaves benefits: ଶୀତ ଦିନେ ଖାଆନ୍ତୁ ସୋରିଷ ଶାଗ, ଦୂର ହେବ ବଡ଼ ରୋଗ !

Mustard leaves benefits: ସୋରିଷ ଶାଗରେ ଅନେକ ପ୍ରକାରର ଭିଟାମିନ୍ ରହିଛି । ବିଶେଷ କରି ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ବି 12, ସି, ଡି, ଆଇରନ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଉପାଦାନ ସୋରିଷ ଶାଗରୁ ମିଳିଥାଏ . ଯାହା କର୍କଟ ଭଳି ଅନେକ ରୋଗରୁ ରକ୍ଷା କରିଥାଏ ବୋଲି ବିବେଚନା କରାଯାଏ । ଆସନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

1/5

ଶୀତ ଋତୁରେ ସୋରିଷ ଶାଗ ଖାଇବା ଅତ୍ୟନ୍ତ ଲାଭଦାୟକ । ସୋରିଷ ଶାଗ ଭିଟାମିନ୍ ଏ ର ଗନ୍ତାଘର । ସୋରିଷ ଶାଗରେ ଏପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ, ଯାହା ଆଖି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସୋରିଷ ଶାଗ ଖାଇବା ଭଲ ଦୃଷ୍ଟି ଶକ୍ତି ଉପରେ ସୁ ପ୍ରଭାବ ପଡିଥାଏ ।

2/5

ସୋରିଷ ଶାଗରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଅତ୍ୟନ୍ତ ଲାଭଦାୟକ । ନିୟମିତ ଶୋରିଷ ଶାଗ ଖାଇବା ଦ୍ୱାରା ଅନେକ ଶରୀରଠୁ କିଛି ରୋଗ ଦୂରରେ ରହିଥାଏ ।

3/5

ସୋରିଷ ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ବିଶେଷ କରି ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଶୀତଦିନେ ସୋରିଷ ଶାଗ ଖାଇବା ଦ୍ୱାରା ହୃଦୟ ଉପରେ ସୁ ପ୍ରଭାବ ପଡିଥାଏ ।

4/5

ଶୀତ ଋତୁରେ ସୋରିଷ ଶାଗ ଖାଇବା ଦ୍ୱାରା କର୍କଟ ଭଳି ବିପଜ୍ଜନକ ରୋଗକୁ ମଧ୍ୟ ଏଡାଯାଇପାରେ ବୋଲି ସାଧାରଣରେ ବିଶ୍ୱାସ ରହିଛି । ସୋରିଷ ଶାଗରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଏହା ବ୍ୟତୀତ ସୋରିଷ ଶାଗ ଖାଇବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ ସ୍ୱାସ୍ଥ୍ୟକର ସାବ୍ୟସ୍ତ ହୋଇଥାଏ । ସୋରିଷ ଶାଗ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିଥାଏ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। ଆପଣ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।