Advertisement
Photo Details/zeeodisha/odisha2541362
photoDetails0hindi

Navpancham Rajyog 2024: ଡିସେମ୍ବର ୧୫ରେ ନବପଞ୍ଚମ ରାଜଯୋଗ! ଟଙ୍କା ଗଦିରେ ଶୋଇବେ ୫ ରାଶି

Navpancham Rajyog 2024 Effects on Zodiac Signs: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଡିସେମ୍ବର ୧୫ ତାରିଖ ସକାଳ ୯ଟା ୫୬ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପ୍ରେମ, ସୌନ୍ଦର୍ଯ୍ୟ, ସମ୍ପର୍କ ଓ ଆନନ୍ଦର କାରକ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର-ସୂର୍ଯ୍ୟଙ୍କ ମିଳନ ନବପଞ୍ଚମ  ରାଜଯୋଗ ସୃଷ୍ଟି କରୁଛି। ଏହି ନବ-ପଞ୍ଚମ ରାଜଯୋଗ  କିଛି ରାଶି ପାଇଁ ବରଦାନ ପାଲଟିବ। ଜାତକ ବା ରାଶିରେ ସୂର୍ଯ୍ୟ-ଶୁକ୍ରଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଧନୀ-ହେବା ସହ ସମସ୍ତ ସୁଖ-ସମୃଦ୍ଧି ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

1/5

ବୃଷ: ନବପଞ୍ଚମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ପଦୋନ୍ନତି ସହ ଦରମା ବଢିବ।  ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। କ୍ଷତି ସହୁଥିବା ବ୍ୟବସାୟୀମାନଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଫ୍ଲାଟ୍ ବା ଘର କିଣିବାର ସ୍ବପ୍ନ ସାକାର ହେବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜକ୍ଟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ନିଜ ସାଥୀଙ୍କ ସହ ଭଲ ସମୟ ବିତେଇବେ। 

ALSO READ: Today Horoscope: ଆଜି ହନୁମାନଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ALSO READ: Surya Gochar 2024: ଧନୁରେ ସୂର୍ଯ୍ୟଙ୍କ ଚଳନ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, କିଣିବ ନୂଆ ଘର ସହ...

2/5

କୁମ୍ଭ: ନବପଞ୍ଚମ-ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ରହିବ।  ବିଶେଷକରି ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ।  ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ।  ନୂଆ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବେ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀ ମାନେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। 

 

3/5

ମୀନ: ନବପଞ୍ଚମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ହାସଲ୍ କରିବେ। ବିଶେଷକରି, କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବାରେ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ଆୟ ବଢିବ। ବ୍ୟାଙ୍କ୍ ବାଲାନ୍ସ  ବୃଦ୍ଧି ପାଇବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ-ପ୍ୟାକେଜ୍ ରେ କୌଣସି ଏକ ସଂସ୍ଥାରୁ ଅଫର ମିଳିବ। ବ୍ୟବସାୟୀମାନଙ୍କ ରୋଜଗାରରେ ବୃଦ୍ଧି ହେବ। ଲାଭ ବଢିବା ସହ ଗ୍ରାହକଙ୍କ ସଂଖ୍ୟା ବି ବଢିବ। ନୂତନ ଆୟର ଉତ୍ସ ସୃଷ୍ଟି ହେବେ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାର ସମର୍ଥ ହେବେ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ବିବାହ ପ୍ରତିଶ୍ର଼ୃତି ପାଇବେ। 

 

4/5

ସିଂହ: ନବପଞ୍ଚମ ରାଜଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ବ୍ୟବସାୟା ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବ। ଆମଦାନୀ ଓ ରପ୍ତାନୀ ବ୍ୟବସାୟୀ କରୁଥିବା ଲୋକକଙ୍କ ପାଇଁ ସମୟ ଶୁଭ ରହିବ।  ବ୍ୟବସାୟୀରେ ଭଲ ଦ୍ବି-ପଇସା ଲାଭ ମିଳିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଯେଉଁମାନେ ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋହ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ସାଥୀ ସହ ଦୂରସ୍ଥାନକୁ ଯାତ୍ରାକ କରିବେ। 

 

5/5

ବିଛା :  ନବପଞ୍ଚମ ରାଜଯୋଗ ଏହି ରାଶିର ଭାଗ୍ୟ ବଦଳାଇବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାର ସମର୍ଥ ହେହେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ  ଚାକିରି ଅନୁସନ୍ଧାନରେ ଅଛନ୍ତି। ସେମାନଙ୍କୁ ଚାକିରି ମିଳିବ। ବିଦେଶରେ ପାଠପଢିବା ପାଇଁ  ଇଚ୍ଛା କରିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ବ୍ୟବସାୟୀମାନ ପାର୍ଟନର ସିପ୍ ବ୍ୟବସାୟରୁ ଲାଭ ପାଇବେ। ପତି-ପତ୍ନୀ ମଧ୍ୟରେ ଲାଗି ରହିଥିବା ବିବାଦ ଦୂର  ହେବ। ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)