World Post Day 2023: ଭାରତୀୟ ଡ଼ାକ ସେବାର ଉପଯୋଗିତା ଓ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ‘ବିଶ୍ୱ ପୋଷ୍ଟ ଦିବସ’ ଭାବେ ପାଳନ କରାଯାଏ ।
Trending Photos
World Post Day 2023: ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ଯୁଗରେ ସତ୍ବା ହରାଇବାକୁ ବସିଛି ଡାକ ସେବା । କିନ୍ତୁ ଆଜି ବି ଯେଉଁଠାରେ ଆପଣଙ୍କର ସ୍ମାର୍ଟ ଫୋନ୍ କିମ୍ବା ଇଣ୍ଟରନେଟ୍ ପହଞ୍ଚିପାରିବ ନାହିଁ ସେହି ସ୍ଥାନରେ ପହଁଞ୍ଚିଯାଇଥାଏ ଡ଼ାକ ସେବା । ତେବେ ଭାରତୀୟ ଡ଼ାକ ସେବାର ଉପଯୋଗିତା ଓ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ‘ବିଶ୍ୱ ପୋଷ୍ଟ ଦିବସ’ ଭାବେ ପାଳନ କରାଯାଏ ।
ସୂଚନା ଅନୁଯାୟୀ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚିଠି, ପାର୍ସଲ କିମ୍ବା କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ପଠାଇବାରେ ଡାକ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ବ୍ୟକ୍ତିଙ୍କ ମନର କଥାକୁ ଲିଖିତ ଆକାରରେ ପ୍ରକାଶ କରିଥାଏ । ଡାକ ବିଭାଗର ପ୍ରାଥମିକ କାର୍ଯ୍ୟ ହେଉଛି ଚିଠି, ଟଙ୍କା ଓ ପାର୍ସଲ ସଂଗ୍ରହ, ପ୍ରକ୍ରିୟାକରଣ, ପ୍ରସାରଣ ଓ ବଣ୍ଟନ । ଦୂରରେ ଥିବା ଲୋକଙ୍କୁ ଯୋଗାଯୋଗ କରିବାରେ ଡ଼ାକ ସେବା ସାହାଯ୍ୟ କରିଥାଏ । ଯଦିଓ ପରିବର୍ତ୍ତିତ ସମୟରେ, ଏହି କାର୍ଯ୍ୟ ଗୁଡିକ ସୋସିଆଲ୍ ମିଡିଆ ମାଧ୍ୟମରେ ମଧ୍ୟ ସମ୍ପନ୍ନ ହେଉଛି, କିନ୍ତୁ ଡ଼ାକ ସେବାର ଗୁରୁତ୍ୱକୁ ଆଜି ମଧ୍ୟ ଅସ୍ୱୀକାର କରିହେବ ନାହିଁ । ତେବେ ‘ବିଶ୍ୱ ପୋଷ୍ଟ ଦିବସ’ ଅବସରରେ ଆସନ୍ତୁ ଜାଣିବା ଏହାର ଗୁରୁତ୍ୱ, ଇତିହାସ।
ବିଶ୍ବ ଡ଼ାକ ଘରର ଇତିହାସ
୧୮୭୪ ମସିହା ଅକ୍ଟୋବର ୯ ତାରିଖରେ ସ୍ୱିଜରଲ୍ୟାଣ୍ଡ ରାଜଧାନୀ ବର୍ନରେ ଏକ ୟୁନିଭର୍ସାଲ ଡାକ ୟୁନିୟନ (ୟୁପିୟୁ) ଗଠନ କରାଯାଇଥିଲା, ଯେଉଁଥିରେ ବିଶ୍ବର ୨୨ଟି ଦେଶ ଅନ୍ତର୍ଭୁକ୍ତ ରହିଥିଲେ । ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ୍ ଡ଼ାକ ବିଭଗ ଓ ପୋଷ୍ଟାଲ ସର୍ଭିସ ପାଇଁ କାର୍ଯ୍ୟ କରୁଥିବା ପ୍ରଥମ ଆନ୍ତର୍ଜାତୀୟ ସଂଗଠନ ଅଟେ । ପରେ ୧୯୬୯ ମସିହାରେ ଜାପାନର ରାଜଧାନୀ ଟୋକିଓରେ ୟୁପିୟୁ (UPU)ର ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ, ୟୁପିୟୁ ଗଠନ ଦିନ ଅର୍ଥାତ୍ ୯ ଅକ୍ଟୋବର ଦିନ ‘ବିଶ୍ୱ ଡ଼ାକ ସେବା ଦିବସ’ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା ।
ଭାରତୀୟ ଡାକ ସେବାକୁ ନେଇ କୌତୁହଳପୂର୍ଣ୍ଣ ତଥ୍ୟ