କ'ଣ ସେହି National Herald case, ଯାହାକୁ ନେଇ କଂଗ୍ରେସ ଛାତିରେ ପଶିଛି ଛନକା?
Advertisement
Article Detail0/zeeodisha/odisha1218263

କ'ଣ ସେହି National Herald case, ଯାହାକୁ ନେଇ କଂଗ୍ରେସ ଛାତିରେ ପଶିଛି ଛନକା?

ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଥିବା ବେଳେ କଂଗ୍ରେସ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି। ତେବେ କଣ ସେହି ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା, ଆସନ୍ତୁ ଜାଣିବା..

ଫାଇଲ ଫଟୋ

National Herald case: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ଏହି ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଅଭିଯୁକ୍ତ କରାଯାଇଛି। କେନ୍ଦ୍ରୀୟ ସଂସ୍ଥା ଇଡି ଏହାର ତଦନ୍ତ କରୁଛି। ସୋମବାର ରାହୁଲ ଗାନ୍ଧୀଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଇଡି କାର୍ଯ୍ୟାଳୟକୁ ଡକା ଯାଇଛି। କୋରୋନା ସଂକ୍ରମିତ ହୋଇଥିବାରୁ ସୋନିଆ ଗାନ୍ଧୀ ଆସନ୍ତା ୨୩ ତାରିଖରେ ଇଡିରେ ହାଜର ହେବେ। ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଥିବା ବେଳେ କଂଗ୍ରେସ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି। ତେବେ କଣ ସେହି ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା, ଆସନ୍ତୁ ଜାଣିବା..

କଣ ସେହି ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା?

୧୯୩୮ ମସିହାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଆରମ୍ଭ କରିଥିଲେ। ଏହାକୁ Associated Journals Limited (AJL) ନାମକ ସଂସ୍ଥା ପରିଚାଳନା କରୁଥିଲା। ଏହା କାହାରି ବ୍ୟକ୍ତିଗତ ସମ୍ପତ୍ତି ନଥିଲା। ୧୯୩୭ରେ ପ୍ରତିଷ୍ଠା ହୋଇଥିବା AJLରେ ୫୦୦୦ ସ୍ୱାଧିନତା ସଂଗ୍ରାମୀ ସେୟାର ହୋଲଡର ଥିଲେ। ୨୦୧୦ ବେଳକୁ AJLର ମାତ୍ର ୧୦୫୭ ଅଂଶୀଦାର ଥିଲେ। ଧୀରେ ଧୀରେ କମ୍ପାନୀ କ୍ଷତି ସହିଲା ଆଉ ୨୦୧୧ରେ କମ୍ପାନୀର ମାଲିକାନା Young Indian Pvt Ltd (YIL)କୁ ସ୍ଥାନାନ୍ତର ହେଲା। ସେତେବେଳେ YILର ବୋର୍ଡ ଅଫ ଡାଇରେକ୍ଟରରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଥିଲେ। 

Also Read: National Herald case : ଦିଲ୍ଲୀରେ ଲାଗିଲା 'ରାହୁଲ ଗାନ୍ଧୀ ଝୁକେଗା ନେହିଁ' ପୋଷ୍ଟର

AJL ଅଧିଗ୍ରହଣରେ ଠକେଇ ହୋଇଥିବା ନେଇ ୨୦୧୨ରେ ବିଜେପି ନେତା ତଥା ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ। YILଅଧିଗ୍ରହଣରେ ଠକେଇ ଏବଂ ବିଶ୍ୱାସ ଭଙ୍ଗ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଏକ ଟ୍ରାଏଲ କୋର୍ଟରେ ପିଟିସନ ଦାଖଲ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡର ସମ୍ପତ୍ତିକୁ YIL ହଡପ କରି ନେଇଛି। ବିଜେପି ନେତା ସ୍ୱାମୀ ଆହୁରି ଦାବି କରିଛନ୍ତି ଯେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଲାଭ ପାଇବା ପାଇଁ ସମ୍ପତ୍ତି ନେଇଛନ୍ତି। ଏଥିସହ ଅଧିଗ୍ରହଣ ବାବଦକୁ AJLକୁ YIL ୯୦ କୋଟି ଟଙ୍କା ଦେବାର ଥିଲା କିନ୍ତୁ ତାକୁ ମାତ୍ର ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଏହାର ଅର୍ଥ ହେଉଛି ଯେ କଂଗ୍ରେସ ଅବଶିଷ୍ଟ ୮୯.୫ କୋଟି ଟଙ୍କା ଠକେଇ କରିଛି।

ଆୟକର ଅଧିନିୟମ ଅନୁଯାୟୀ, କୌଣସି ରାଜନୈତିକ ସଂଗଠନ ତୃତୀୟ ପକ୍ଷ ସହିତ ଆର୍ଥିକ କାରବାର କରିପାରିବେ ନାହିଁ। ୨୦୦୮ରେ ନ୍ୟାସନାଲ ହେରାଲ୍ଡ ବନ୍ଦ କରିବା ସମୟରେ କଂଗ୍ରେସ, AJLକୁ ୯୦ କୋଟି ଟଙ୍କା ଦେଇଥିଲା। ନ୍ୟାସନାଲ ହେରାଲ୍ଡ ବନ୍ଦ ହେବାର କିଛି ମାସ ପୂର୍ବରୁ ହିଁ YIL ପ୍ରତିଷ୍ଠା ହୋଇଥିଲା। କମ୍ପାନୀରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରତ୍ୟେକଙ୍କର ସେୟାର ୩୮% ଲେଖାଏଁ ଥିଲା। ଆଉ ଅବଶିଷ୍ଟ ୨୪% ସେୟାରର ମାଲିକ କଂଗ୍ରେସ ନେତା ମୋତିଲାଲ ଭୋରା ଏବଂ ଓସ୍କାର ଫର୍ଣ୍ଣାଣ୍ଡିସ୍, ସାମ୍ବାଦିକ ସୁମନ ଦୁବେ ଏବଂ ଉଦ୍ୟୋଗୀ ସାମ ପିଟ୍ରୋଡା ଥିଲେ।