Trump : ହତ୍ୟା ଉଦ୍ୟମ ପରେ ଟ୍ରମ୍ପଙ୍କ ପ୍ରଥମ ସମ୍ବୋଧନ: ଗଣତନ୍ତ୍ର ପାଇଁ ଗୁଳି ଖାଇଲି
Advertisement
Article Detail0/zeeodisha/odisha2346571

Trump : ହତ୍ୟା ଉଦ୍ୟମ ପରେ ଟ୍ରମ୍ପଙ୍କ ପ୍ରଥମ ସମ୍ବୋଧନ: ଗଣତନ୍ତ୍ର ପାଇଁ ଗୁଳି ଖାଇଲି

Trump At First Rally Since Assassination Attempt: ହତ୍ୟା ଉଦ୍ୟମର ଶିକାର ହୋଇ ଅଳ୍ପକେ ବର୍ତ୍ତିଯିବା ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ସେ ଗଣତନ୍ତ୍ର ପାଇଁ ଗୁଳି ଖାଇଲେ ବୋଲି କହିଛନ୍ତି ।

donald Trump

Trump At First Rally Since Assassination Attempt: ହତ୍ୟା ଉଦ୍ୟମର ଶିକାର ହୋଇ ଅଳ୍ପକେ ବର୍ତ୍ତିଯିବା ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ତଥା ଚଳିତ ନିର୍ବାଚନର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ସେ ଗଣତନ୍ତ୍ର ପାଇଁ ଗୁଳି ଖାଇଲେ ବୋଲି ଟ୍ରମ୍ପ କହିଛନ୍ତି । ଗୁଳିମାଡର ଶିକାର ହେବାର ଗୋଟିଏ ଦିନ ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ଗତକାଲି (ଶନିବାର) ମିଚିଗାନ ସହରରେ ପାର୍ଟି ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ପହଞ୍ଚିଥିଲେ ଟ୍ରମ୍ପ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ‘‘ମୁଁ କୌଣସି ଚରମପନ୍ଥୀ ନୁହେଁ । ମୁଁ ଗଣତନ୍ତ୍ର ପାଇଁ ଗୁଳି ଖାଇଛି ।

’ଟ୍ରମ୍ପ ନିଜ ପ୍ରତିଦ୍ବନ୍ଦୀ ଡେମୋକ୍ରାଟିକ ପାର୍ଟିକୁ କଟାକ୍ଷ କରିଥିଲେ ।ବର୍ତ୍ତମାନର ରାଷ୍ଟ୍ରପତି ଜୋ.ବାଇଡେନଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ଡେମୋକ୍ରାଟିକ ପାର୍ଟି ଯଥାସମ୍ଭବ ପ୍ରୟାସ ଜାରି ରଖିଛି । ବାଇଡେନଙ୍କ ବୟସ ଓ ନିର୍ବାଚିତ ହେବା ପରେ ୨୦୨୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବାର ଦକ୍ଷତା ଉପରେ ତାଙ୍କ ନିଜ ଦଳ ସନ୍ଦେହ ପ୍ରକଟ କରୁଛି । ସେଥିପାଇଁ ନିଜ ଦଳ ଭିତରୁ ନିର୍ବାଚନରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରାଯାଉଥିବା ଟ୍ରମ୍ପ କହିଥିଲେ। 

ଗତ ଶୁକ୍ରବାର ପେନସିଲଭେନିଆ ସହରରେ ଏକ ରାଜନୈତିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଆତତାୟୀର ଗୁଳି ତାଙ୍କ କାନରେ ବାଜିଥିଲା।କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ଟ୍ରମ୍ପ । ଏହାପରେ ରିପବ୍ଲିକାନ ପାର୍ଟି ତାଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।

 ରିପବ୍ଲିକାନ ପାର୍ଟି ବ୍ୟାନରରେ ଟ୍ରମ୍ପଙ୍କର ଏହା କ୍ରମାଗତ 3ୟ ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା । ଆମେରିକାର ବ୍ୟବସାୟ ଜଗତରେ ସକ୍ରିୟ ଥିବା ଟ୍ରମ୍ପ ୨୦୧୬ ମସିହାରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ।୨୦୨୦ ରେ ମଧ୍ୟ ତାଙ୍କୁ ଦଳ ପୁନର୍ବାର ପ୍ରାର୍ଥୀ କରିଥିଲା । ହେଲେ ସେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ.ବାଇଡେନଙ୍କଠାରୁ ପରାଜିତ ହୋଇଥିଲେ ।84 ବର୍ଷ ବୟସରେ ଆମେରିକାର ସର୍ବାଧିକ ବୟସ୍କ ରାଷ୍ଟ୍ରପତି ହୋଇଥିଲେ ବାଇଡେନ । ଏଥର ମଧ୍ୟ ସେ ନିର୍ବାଚନ ଲଢିବାକୁ ଇଚ୍ଛା କରିଛନ୍ତି ।