ମହାକାଶରେ ନାଚିଲେ ସୁନୀତା, ଭିଡ଼ିଓ ହେଲା ଭାଇରାଲ
Advertisement
Article Detail0/zeeodisha/odisha2283643

ମହାକାଶରେ ନାଚିଲେ ସୁନୀତା, ଭିଡ଼ିଓ ହେଲା ଭାଇରାଲ

ମହାକାଶଚାରୀ ସୁନୀତା ୱିଲିୟମ୍ସ ସ୍ପେସ୍ ଷ୍ଟେସନରେ ତାଙ୍କର ଆଗମନକୁ ପାଳନ କରି ସେ ଖୁସିରେ ନାଚିଥିଲେ

sunita williams(social media)

ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ କ୍ରୁମେଟ ବଚ ୱିଲମୋରଙ୍କ ସହ ବୋଇଙ୍ଗ ଷ୍ଟାରଲିନର୍ ଗୁରୁବାର ଦିନ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ସୁରକ୍ଷିତ ଭାବେ ଡକ୍ କରିଛନ୍ତି।

୫୯ ବର୍ଷୀୟ ଭାରତୀୟ ମୂଳ ମହାକାଶଚାରୀ ପ୍ରଥମ ମହିଳା ଭାବରେ ସୁନୀତା ୱିଲିୟମ୍ସ ଏହାର ପ୍ରଥମ ମିଶନରେ ଏକ ନୂତନ କ୍ରୁଡ୍ ମହାକାଶଯାନକୁ ପାଇଲଟ୍ ଏବଂ ପରୀକ୍ଷଣ କରିଥିଲେ।

ସ୍ପେସ୍ ଷ୍ଟେସନରେ ତାଙ୍କର ଆଗମନକୁ ପାଳନ କରି ସେ ଖୁସିରେ ନାଚିଥିଲେ ଏବଂଆଇଏସଏସରେ ତାଙ୍କ ସହିତ ସେଠାରେ ଥିବା ଅନ୍ୟ ୭ଜଣ ମହାକାଶଚାରୀଙ୍କୁ ଆଲିଙ୍ଗନ କରିଥିଲେ।

ଏହାପୂର୍ବରୁ ୱିଲିୟମ୍ସ ଭଗବାନ ଗଣେଶଙ୍କର ଏକ ପ୍ରତିମା ଏବଂ ଶ୍ରୀମଦ୍ ଭଗବଦ୍ ଗୀତାକୁ ମହାକାଶକୁ ନେଇଥିଲେ ଏବଂ ଏହା ତାଙ୍କର ତୃତୀୟ ଯାତ୍ରା ଥିଲା।

 

ଆଇଏସଏସରେ ଏକ ପୁରୁଣା ପରମ୍ପରାର ଅଂଶ ଭାବରେ ସୁନିତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ଘଣ୍ଟି ବଜାଇ ସ୍ୱାଗତ କରାଯାଇଥିଲା ବୋଲି ଏକ ଏନଡିଟିଭି ରିପୋର୍ଟରେ ଦର୍ଶାଯାଇଛି।

ମହାକାଶ ଷ୍ଟେସନ‌ରେ ଥିବା ମହାକାଶଚାରୀଦଳଙ୍କୁ ସେ ଅନ୍ୟ ଏକ ପରିବାର ବୋଲି କହିବା ସହ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ।