IND vs BAN: ପ୍ରଥମ ଟି-୨୦ ରେ ଏହି ପ୍ଲେଇଂ-11 ସହ ପଡି଼ଆକୁ ଉହ୍ଲାଇବ ଟିମ୍ ଇଣ୍ଡିଆ! ଡେବ୍ୟୁ କରିବେ ୩ ଖେଳାଳି
Advertisement
Article Detail0/zeeodisha/odisha2460805

IND vs BAN: ପ୍ରଥମ ଟି-୨୦ ରେ ଏହି ପ୍ଲେଇଂ-11 ସହ ପଡି଼ଆକୁ ଉହ୍ଲାଇବ ଟିମ୍ ଇଣ୍ଡିଆ! ଡେବ୍ୟୁ କରିବେ ୩ ଖେଳାଳି

IND vs BAN Playing 11: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଗ୍ୱାଲିଅରର ନବ ନିର୍ମିତ ମାଧବ ରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯିବ। ଏହାସହ ୧୪ ବର୍ଷ ପରେ ଗ୍ୱାଲିଅରରେ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିବ। ଏହି ସହରରେ ଖେଳାଯାଇଥିବା ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ୨୦୧୦ ମସିହାରେ ଖେଳା ଯାଇଥିଲା।

 

IND vs BAN Playing 11

India vs Bangladesh 1st T20 Playing 11: ଟେଷ୍ଟ ସିରିଜରେ ବାଂଲାଦେଶକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଟି-୨୦ ସିରିଜକୁ ମଧ୍ୟ କ୍ଲିନ୍ ସ୍ୱିପ୍ କରିବାକୁ ଚାହୁଁଛି। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ରବିବାର ଦିନ ଗ୍ୱାଲିଅରର ନବ ନିର୍ମିତ ମାଧବ ରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ମୟଙ୍କ ଯାଦବ, ହର୍ଷିତ ରାଣା ଓ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଡେବ୍ୟୁ କରିପାରନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ଗିଲ, ପନ୍ତ, ଜୈସୱାଲ, ସିରାଜ ଓ ଅକ୍ଷରଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ଜାଣନ୍ତୁ ଏହି ମ୍ୟାଚ୍ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍।

ଏହି ଖେଳାଳିମାନଙ୍କୁ ମିଳିବ ସୁଯୋଗ 
କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦୁଇଟି ବଡ ନାମ। ଏମାନଙ୍କ ବ୍ୟତୀତ ଟି-୨୦ ବିଶ୍ୱକପ ବିଜେତା ଦଳର ଅଂଶ ଗ୍ରହଣ କରିଥିବା ଶିବମ ଦୁବେ ଓ ଅର୍ଶଦୀପ ସିଂ ମଧ୍ୟ ପ୍ଲେଇଂ ଇଲେଭେନରେ ମନୋନୀତ ହେବେ। ଜିମ୍ବାୱେ ବିପକ୍ଷରେ ଏକ ଶତକ ହାସଲ କରିଥିବା ଅଭିଷେକ ଶର୍ମା ସଞ୍ଜୁ ସାମସନଙ୍କ ସହ ଓପନିଂ କରି ପାଇପାରନ୍ତି। ରିଙ୍କୁ ସିଂ ମଧ୍ୟମ କ୍ରମରେ ରହିବେ। ସ୍ପିନ୍ ବିଭାଗର ଦାୟିତ୍ୱ ୱାଶିଂଟନ୍ ସୁନ୍ଦର ଏବଂ ରବି ବିଷ୍ଣୋଇଙ୍କ ଉପରେ ରହିବ। ହର୍ଷିତ ରାଣା, ମୟଙ୍କ ଯାଦବ ଡେବ୍ୟୁ କରିପାରନ୍ତି।

ଅନଭିଜ୍ଞ ବଙ୍ଗଳାଦେଶ ଦଳ
ବାଂଲାଦେଶକୁ ନିଜର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନଙ୍କ ବିନା ଖେଳିବାକୁ ଅଭ୍ୟସ୍ତ ହେବାକୁ ପଡିବ। ଶାକିବ ଗତ ମାସରେ ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଟେଷ୍ଟ ସିରିଜରେ ଉଭୟ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ପରାସ୍ତ କରିଥିଲା, କିନ୍ତୁ ଏହାର ଟି-୧୦ ଦଳର ଅଧିକାଂଶ ଖେଳାଳି ସେହି ଦଳର ଅଂଶ ନଥିଲେ।

ଭାରତର ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ହର୍ଷିତ ରାଣା ଓ ମୟଙ୍କ ଯାଦବ।

ବାଂଲାଦେଶ  ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ଲିଟନ୍ ଦାସ, ତାନଜିଦ୍ ହାସନ ତମିମ, ନାଜମୁଲ ହୁସେନ୍ ଶାନ୍ତୋ (ଅଧିନାୟକ), ତାହିଦ୍ ହ୍ରିଡୋ, ମହମୁଦ ଉଲ୍ଲା, ଜେକର ଅଲି ଅନିକ, ମେହେଦି ହାସନ ମିରାଜ, ରିଷଦ ହୁସେନ୍, ମୁସ୍ତାଫିଜୁର ରହମାନ, ତସ୍କିନ୍ ଅହମ୍ମଦ ଓ ତାନଜିମ ହାସନ ସାକିବ।

Also Read: Irani Cup 2024: ମ୍ୟାଚ୍ ଡ୍ର ହେବା ପରେ ମଧ୍ୟ ମୁମ୍ବାଇ କାହିଁକି ପାଇଲା ଇରାନୀ କପ୍ ଟ୍ରଫି? ଜାଣନ୍ତୁ କ’ଣ ରହିଛି BCCI ର ନିୟମ