ଜେରା ହେବେ ରାହୁଲ, ଥାନାରେ ଦାଖଲ ହେଲା ମାମଲା
Advertisement
Article Detail0/zeeodisha/odisha2566240

ଜେରା ହେବେ ରାହୁଲ, ଥାନାରେ ଦାଖଲ ହେଲା ମାମଲା

Rahul Gandhi: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ଏହାଦ୍ୱାରା ତାଙ୍କୁ ପୁଲିସ ଜେରା କରିବାର ରାସ୍ତା ଉନ୍ମୁକ୍ତ ହୋଇଛି। ଯଦିଓ ଦାୟର ହୋଇଥିବା ସମସ୍ତ ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଜାମିନ ଯୋଗ୍ୟ କିନ୍ତୁ ଏହା ରାହୁଲଙ୍କ ପାଖରେ ପୁଲିସ ପହଞ୍ଚିବାକୁ କ୍ଷମତା ଦେଇଛି। 

Rahul Gandhi

ଭୁବନେଶ୍ୱର: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ଏହାଦ୍ୱାରା ତାଙ୍କୁ ପୁଲିସ ଜେରା କରିବାର ରାସ୍ତା ଉନ୍ମୁକ୍ତ ହୋଇଛି। ଯଦିଓ ଦାୟର ହୋଇଥିବା ସମସ୍ତ ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଜାମିନ ଯୋଗ୍ୟ କିନ୍ତୁ ଏହା ରାହୁଲଙ୍କ ପାଖରେ ପୁଲିସ ପହଞ୍ଚିବାକୁ କ୍ଷମତା ଦେଇଛି। 

ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀର ସଂସଦୀୟ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି। ବିଜେପି ପକ୍ଷରୁ ଦାୟଲ ଏତଲାକୁ ଭିତ୍ତିକରି ରାହୁଲଙ୍କ ବିରୁଦ୍ଧରେ ୬ଟି ଧାରାରେ ଅଭିଯୋଗ ଦାଖଲ କରାଯାଇଛି। ଏହି ଧାରାଗୁଡ଼ିକ ହେଉଛି ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫, ୧୧୬, ୧୨୫, ୧୩୧ ଏବଂ ୩୫୧ ଧାରାର ଉପଧାରା ୩ ଓ ୫। ଏହି ଧାରା ସବୁ ଆକ୍ରମଣ, ଜାଣିଶୁଣି ଆକ୍ରମଣ ପ୍ରଭୃତି ପାଇଁ ଉଦ୍ଦିଷ୍ଟ। 

ବିଜେପି ପକ୍ଷରୁ ସାଂସଦ ବାଂଶୁରୀ ସ୍ୱରାଜ ଏବଂ ଅନୁରାଗ ଠାକୁର ଆଜି ଅପରାହ୍ଣରେ  ଥାନାରେ ପହଞ୍ଚି ଏତଲା ଦାଖଲ କରିଥିଲେ। ଏହି ଏତଲାରେ ବିଏନ୍‍ଏସ୍‍ର ଧାରା ୧୦୯ ଅନୁସାରେ ମାମଲା ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା। ଏହା ହତ୍ୟା ପାଇଁ ଉଦ୍ୟମ ଅପରାଧ ସହ ସଂପୃକ୍ତ। କିନ୍ତୁ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ମାମଲାରେ ଅଭିଯୋଗ ଦାୟର କରାଯାଇ ନାହିଁ। 

ଆଜି ପୂର୍ବାହ୍ଣରେ ସଂସଦ ଆରମ୍ଭ ହେବା ପୂର୍ବରୁ ବିଜେପି ସାଂସଦମାନେ ସଂସଦର ମକର ଦ୍ୱାର ନିକଟରେ ପ୍ରଦର୍ଶନ କରୁଥିବା ସମୟରେ କଂଗ୍ରେସର ସଦସ୍ୟମାନେ ତାଙ୍କ ଆଡ଼କୁ ଆସିଥିଲେ। ଏହି ସମୟରେ ପୁଲିସ କରିଡରରେ ନଯାଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରଦର୍ଶନ କରୁଥିବା ସାଂସଦଙ୍କ ମଧ୍ୟରେ ପ୍ରବେଶ କରିବାରୁ ଧକ୍କା ଲାଗିଥିଲା। ଏଥିରେ ସାଂସଦ ପ୍ରତାପ ଷଡ଼ଙ୍ଗୀ  ଏବଂ ମୁକେଶ ରାଜପୁତ ଗୁରୁତର ଆହତ ହୋଇ ନିକଟସ୍ଥ ରାମ ମନୋହର ଲୋହିଆ ହସ୍‍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ଆଜି ସଂସଦର ଉଭୟ ଗୃହର ହଟ୍ଟଗୋଳ ହୋଇଛି। ଲୋକସଭା ଦିନ ତମାମ ମୁଲତବୀ ରହିଥିବାବେଳେ ରାଜ୍ୟସଭାରେ ଏ ପ୍ରସଙ୍କକୁ ନେଇ ଗ୍ୟହରେ ଅସ୍ୱଭାବିକ ପରିସ୍ଥିତି ଦେଖିବାକୁ ମିଳିଛି।