Bijapur Naxalite Encounter: ନକ୍ସଲ ପ୍ରଭାବିତ ଛତିଶଗଡର ବିଜାପୁରରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି । ଫଳରେ ୮ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି।
Trending Photos
Chhattisgarh Encounter: ଛତିଶଗଡ଼ର ବିଜାପୁରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗଙ୍ଗାଲୁର ଥାନା ଅଞ୍ଚଳର ଟୋଡକା ନିକଟ ଜଙ୍ଗଲରେ ପୋଲିସ-ନକ୍ସଲ ମୁହାଁମୁହିଁ ହେବା ଫଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ୮ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସମସ୍ତ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ଏବେ ବି ଜାରି ରହିଛି।
DRG ଏବଂ STF ଯବାନଙ୍କ ମିଳିତ ଉଦ୍ୟମରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ନିହତ ନକ୍ସଲଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ଏବେ ମଧ୍ୟ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଏନକାଉଣ୍ଟରରେ ନିହତ ମାଓବାଦୀଙ୍କ ମୃତଦେହକୁ ସୁରକ୍ଷା ବାହିନୀ ନିଜ ହେପାଜତକୁ ନେଇଛି। ଏହି ନକ୍ସଲ ଅଭିଯାନରେ ଜିଲ୍ଲା ରିଜର୍ଭ ଗାର୍ଡ (DRG), ସ୍ପେଶାଲ୍ ଟାସ୍କ ଫୋର୍ସ (STF), କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ ଏହାର ସ୍ୱତନ୍ତ୍ର ୟୁନିଟ୍ କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନର ଯବାନମାନେ ସାମିଲ ଅଛନ୍ତି।
କୁହାଯାଉଛି ଯେ, ପଶ୍ଚିମ ବସ୍ତର ଡିଭିଜନରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ସୁରକ୍ଷା ବାହିନୀ ଏହି ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲା । ଶନିବାର ଦିନ ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଟିମ୍ ବାହାରିଥିଲା। ଏହି ସମୟରେ ଗାଲୁର ଥାନା ଅଞ୍ଚଳ ଅନ୍ତର୍ଗତ ଟୋଡକା ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।
ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ନକ୍ସଲ ପ୍ରଭାବିତ ଜିଲ୍ଲା ଗରିଆବନ୍ଦରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର କୁଲହାଡି ଘାଟରେ ଅବସ୍ଥିତ ଭାଲୁ ଡିଗି ଜଙ୍ଗଲରେ ହୋଇଥିଲା। ଏହି ଏନକାଉଣ୍ଟରରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ଦିଆଯାଇଥିଲା ।
Also Read- ମୁହାଁମୁହିଁ ହେଲେ ସୁପରଷ୍ଟାର ଅନୁଭବ ମହାନ୍ତି ଓ ନିର୍ଦ୍ଦେଶକ ଟୁଟୁ ନାୟକ, ଆଉ ତାପରେ...
Also Read- ୧୦୦ଟି କମ ଫସଲ ଉତ୍ପାଦକତା ଥିବା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଆରମ୍ଭ ହେବ