ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ
Advertisement
Article Detail0/zeeodisha/odisha1203051

ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ

PM Kisan Samman Scheme: ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା (Pradhan Mantri Kisan Samman Nidhi Scheme) ଅଧୀନରେ ଏକାଦଶ କିସ୍ତି ରାଶି ଟ୍ରାନ୍ସଫର କରିବା ସହିତ ପିଏମ ମଧ୍ୟ ଏହି ଅବସରରେ ପିଏମ କିସାନ (PM-KISAN) ଯୋଜନାର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବେ । ଆମେ ଆପଣଙ୍କୁ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧.୮୦ ଲକ୍ଷ କୋଟି ଟଙ୍କା କୃଷକ (Farmers) ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ

ନୂଆଦିଲ୍ଲୀ: PM Kisan Samman Scheme: ମୋଦି ସରକାର (Modi Government) ନିଜ କାର୍ଯ୍ୟକାଳର ଅଷ୍ଟମ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ପିଏମ ମୋଦି (PM Modi) ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଗରିବ କଲ୍ୟାଣ ସମ୍ମେଳନରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅନ୍ତର୍ଗତ ଏକାଦଶ କିସ୍ତି ରାଶି ପିଏମ ଚାଷୀଙ୍କ ଖାତାକୁ ଟ୍ରାନ୍ସଫର କରିବେ ।

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା (Pradhan Mantri Kisan Samman Nidhi Scheme) ଅଧୀନରେ ଏକାଦଶ କିସ୍ତି ରାଶି ଟ୍ରାନ୍ସଫର କରିବା ସହିତ ପିଏମ ମଧ୍ୟ ଏହି ଅବସରରେ ପିଏମ କିସାନ (PM-KISAN) ଯୋଜନାର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବେ । ଆମେ ଆପଣଙ୍କୁ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧.୮୦ ଲକ୍ଷ କୋଟି ଟଙ୍କା କୃଷକ (Farmers) ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ ଝାଡ଼ଖଣ୍ଡର ସୋରେନ ସରକାର!

ଏହା ବି ପଢ଼ନ୍ତୁ:-ନନ୍ଦୀଙ୍କ ଠାରୁ ୮୩ ଫୁଟ ଦୂରରେ 'ଶିବଲିଙ୍ଗ', କାନ୍ଥରେ ତ୍ରିଶୂଳ ଓ ହାତୀ ଚିହ୍ନ; ସାମ୍ନାକୁ ଆସିଲା ଜ୍ଞାନବାପିର ଆଉ ଏକ ଭିଡିଓ

ଏହା ବି ପଢ଼ନ୍ତୁ:-ଚୀନକୁ ଲାଗିଲା ବଡ଼ ଝଟକା!

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ୍ ଯୋଜନାରେ କେନ୍ଦ୍ର ସରକାର ଏହି ଟଙ୍କାକୁ ତିନୋଟି କିସ୍ତିରେ ପଠାଇଛନ୍ତି । ପ୍ରଥମ କିସ୍ତି ଡିସେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥିବାବେଳେ ଦ୍ୱିତୀୟ କିସ୍ତି ଏପ୍ରିଲ ୧ରୁ ଜୁଲାଇ ୩୧ ମଧ୍ୟରେ ଏବଂ ତୃତୀୟ କିସ୍ତି ଅଗଷ୍ଟ ୧ରୁ ନଭେମ୍ବର ୩୦ ମଧ୍ୟରେ ଚାଷୀଙ୍କ ଖାତାରେ ଟ୍ରାନ୍ସଫର କରିଦିଆଯାଇଥାଏ । ଯଦି ଡକ୍ୟୁମେଣ୍ଟଗୁଡିକ ସଠିକ୍ ରହେ, ତେବେ ସମସ୍ତ ପଞ୍ଜୀକୃତ ଚାଷୀଙ୍କୁ ଏକାଦଶ କିସ୍ତିର ଲାଭ ମିଳିବ । ବର୍ତ୍ତମାନ ପର୍ଯ୍ୟନ୍ତ ୨-୨ ହଜାର ଟଙ୍କାର ୧୦ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇସାରିଛି । ଦଶମ କିସ୍ତି ଜାନୁଆରୀ ୧, ୨୦୨୨ରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୁଏ । ଏପର୍ଯ୍ୟନ୍ତ ସରକାର ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିସାରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଅନେକ ଥର ଚାଷୀମାନେ ଏହି ଯୋଜନା ଅଧୀନରେ ନିଜକୁ ପଞ୍ଜୀକୃତ କରାନ୍ତି, କିନ୍ତୁ ରାଶି ସେମାନଙ୍କ ଆକାଉଣ୍ଟରେ ଆସେ ନାହିଁ । ଯଦି ଏହା ମଧ୍ୟ ଆପଣଙ୍କ ସହିତ ପୂର୍ବରୁ ଘଟିଛି, ତେବେ ଆପଣଙ୍କର ନାମ ଅଛି କି ନାହିଁ ତୁରନ୍ତ ଏହି ତାଲିକାକୁ ଦେଖି ନିଅନ୍ତୁ । ବର୍ତ୍ତମାନ ଆପଣ ଘରେ ବସି ଅତି ସହଜରେ ଜାଣିପାରିବେ କି ପିଏମ କିସାନ ସମ୍ମାନ ନିଧିର ଟଙ୍କା ଆପଣଙ୍କୁ ପଠାଯାଇଛି କି ନାହିଁ ।

ଠିକ୍ କରି ନିଅନ୍ତୁ ନିଜର ରେକର୍ଡ 

ଯେଉଁ ଚାଷୀଙ୍କ ଆକାଉଣ୍ଟରେ କୌଣସି ଟଙ୍କା ଆସି ନାହିଁ । ସେମାନେ ମଧ୍ୟ ନିଜର ରେକର୍ଡ ଯାଞ୍ଚ କରିବା ଉଚିତ । ଯଦି ଆଧାର, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ କିଛି ଭୁଲ ଅଛି, ତେବେ ଏହାକୁ ସଂଶୋଧନ କରନ୍ତୁ । ଯାହାଫଳରେ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯଦି ରେକର୍ଡରେ କୌଣସି ତ୍ରୁଟି ଅଛି ତେବେ ଆପଣ ଏହି ଯୋଜନାର ଲାଭ ପାଇବେ ନାହିଁ । ପୂର୍ବରୁ ୧.୩ କୋଟି ଚାଷୀଙ୍କୁ ଆବେଦନ କରିବା ପରେ ମଧ୍ୟ ସେମାନେ ଟଙ୍କା ପାଇପାରିନଥିଲେ । କାରଣ ସେମାନଙ୍କ ରେକର୍ଡରେ ତ୍ରୁଟି ଅଛି କିମ୍ବା ଆଧାର କାର୍ଡ ନାହିଁ ।

କିପରି କରିବେ ରେକର୍ଡ ଚେକ୍ 

ପିଏମ କିସାନ ସମ୍ମାନ ନିଧି ସ୍କିମର (PM Kisan Samman Nidhi Scheme) ର ୱେବସାଇଟ୍ (pmkisan.gov.in) କୁ ଲଗ୍ ଇନ୍ କରନ୍ତୁ । ଏହା ପରେ ଏଥିରେ ଦିଆଯାଇଥିବା 'Farmers Corner' ଟ୍ୟାବରେ କ୍ଲିକ୍ କରନ୍ତୁ । ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି ଏବଂ ଆପଣଙ୍କର ଆଧାର ସଠିକ୍ ଭାବରେ ଅପଲୋଡ୍ ହୋଇନାହିଁ କିମ୍ବା କୌଣସି କାରଣରୁ ଆଧାର ନମ୍ବର ଭୁଲ୍ ଭାବରେ ରେକର୍ଡ କରାଯାଇଛି । ତେବେ ଏହାର ସୂଚନା ଏଥିରେ ମିଳିବ । ନାଁର ବନାନକୁ ମଧ୍ୟ ଯାଞ୍ଚ କରନ୍ତୁ ।

ଏହି ହେଲ୍ପଲାଇନ ନମ୍ବରରେ ସାହାଯ୍ୟ ନିଅନ୍ତୁ 

ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092)ରେ କଥା ହୁଅନ୍ତୁ ।

ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାର ଏହା ହେଉଛି ସୁବିଧା 

ଆପଣଙ୍କୁ କହି ରଖୁଛୁ ଯେ ଏହା ମୋଦି ସରକାରଙ୍କ ସବୁଠାରୁ ବଡ କୃଷକ ଯୋଜନା । ତେଣୁ ଚାଷୀଙ୍କୁ ଅନେକ ପ୍ରକାରର ସୁବିଧା ମଧ୍ୟ ଦିଆଯାଇଛି । ଏଥିରେ ଏକ ହେଲ୍ପଲାଇନ ନମ୍ବର ଅଛି । ଯାହା ମାଧ୍ୟମରେ ଦେଶର ଯେକୌଣସି କ୍ଷେତ୍ରର କୃଷକମାନେ ସିଧାସଳଖ କୃଷି ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିପାରିବେ ।

ପିଏମ କିସାନ ଟୋଲ୍ ଫ୍ରି ନମ୍ବର: 18001155266 

ପିଏମ କିସାନ ହେଲ୍ପଲାଇନ ନମ୍ବର: 155261

ପିଏମ କିସାନ ଲ୍ୟାଣ୍ଡଲାଇନ୍ ନମ୍ବର: 011—23381092, 23382401

ପିଏମ କିସାନର ନୂତନ ହେଲ୍ପଲାଇନ: 011-24300606 

ପିଏମ କିସାନର ଆଉ ଏକ ହେଲ୍ପଲାଇନ: 0120-6025109 

ଇ-ମେଲ୍ ଆଇଡି: pmkisan-ict @ gov.in