Firing at Kolkata Museum: ସଂଗ୍ରହାଳୟରେ ଗୁଳିମାଡ଼, ଜଣେ ଅର୍ଦ୍ଧ ସାମରିକ ବଳ ଯବାନ ନିହତ
Advertisement
Article Detail0/zeeodisha/odisha1291430

Firing at Kolkata Museum: ସଂଗ୍ରହାଳୟରେ ଗୁଳିମାଡ଼, ଜଣେ ଅର୍ଦ୍ଧ ସାମରିକ ବଳ ଯବାନ ନିହତ

Armed CISF Jawan: କୋଲକାତା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ସଂଗ୍ରହାଳୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପ୍ରଶାସନିକ ନିୟନ୍ତ୍ରଣରେ ରହିଥିବା ଏକ ସ୍ୱୟଂଶାସିତ ସଙ୍ଗଠନ। 

Firing at Kolkata Museum: ସଂଗ୍ରହାଳୟରେ ଗୁଳିମାଡ଼, ଜଣେ ଅର୍ଦ୍ଧ ସାମରିକ ବଳ ଯବାନ ନିହତ

Kolkata Museum Firing: ଶନିବାର ସନ୍ଧ୍ୟାରେ କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ଠାରେ ଜଣେ ବ୍ୟକ୍ତି ଗୁଳି ଚଳାଇବାରୁ ପରେ ଜଣେ ଅର୍ଦ୍ଧ ସାମରିକ ବଳ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ଗୁଳମାଡ଼ ଘଟଣାରେ ଅନେ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପୋଲିସ କାର ଉପରକୁ ଗୁଳି ଚଳାଇବାରୁ ଗାଡି ଡ୍ରାଇଭର ସମେତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ଠାରେ ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (Central Industrial Security Force) ସିଆଇଏସଏଫ ଯବାନ (CISF Jawan) ବୋଲି ଜଣାପଡ଼ିଛି। ଯିଏ ତାଙ୍କ ସହଯୋଗୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ କରିଥିବା ସିଆଇଏସଏଫ ଯବାନଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ସିଆଇଏସଏଫ ହେଡକନଷ୍ଟେବଲ ଅକ୍ଷୟ ମିଶ୍ର। ତାଙ୍କ ଘର ଓଡ଼ିଶାରେ ହୋଇଥିବା ଜଣାପଡିଛି। ଏହି ଗୁଳିମାଡ଼ରେ ସିଆଇଏସଏଫ ଆସିଷ୍ଟାଣ୍ଟ ସବ ଇନସପେକ୍ଟର ଆର.କେ ଷଡଙ୍ଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଗତ ୨୦୧୯ ବର୍ଷରୁ ଏହି ସଂଗ୍ରହାଳୟର (Kolkata Museum) ସୁରକ୍ଷା ଦାୟିତ୍ୱରେ ସଶସ୍ତ୍ର ସିଆଇଏସଏଫ ଯବାନଙ୍କୁ (Armed CISF Jawan) ନିୟୋଜିତ କରାଯାଇଛି। କୋଲକାତା ସହରର (Kolkata Town) କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ସଂଗ୍ରହାଳୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ (Culture Ministry of India) ପ୍ରଶାସନିକ ନିୟନ୍ତ୍ରଣରେ ରହିଥିବା ଏକ ସ୍ୱୟଂଶାସିତ ସଙ୍ଗଠନ (Autonomous Organisation)।