Oman Flash Floods: ଓମାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏପରି ଅଘଟଣ ଘଟିଥିଲା, ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Trending Photos
Oman Flash Floods: ଓମାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏପରି ଅଘଟଣ ଘଟିଥିଲା, ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଓମାନର ଉତ୍ତର ଅଲ ଶାର୍କିୟା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।
At least 17 dead after flash floods in #Oman ,including one from Kerala, dead. Schools shifted to online mode pic.twitter.com/rC7Hfvy7iR
— Smriti Sharma (@SmritiSharma_) April 16, 2024
ଓମାନ ଗଣମାଧ୍ଯମର ରିପୋର୍ଟ ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ରୟାଲ ଓମାନ ପୋଲିସ ଓ ଓମାନ ସେନାକୁ ନିୟୋଜିତ କରାଯାଇଛି । ତେବେ ଏହି ସମୟରେ ଦୁବାଇରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ବର୍ଷା ବେଳେ ଘଣ୍ଟା ପ୍ରତି ୭୦ କିଲୋମିଟର ପବନ ସହ ବର୍ଷା ଓ କୁଆପଥର ମାଡ଼ ହେବା ନେଇ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।