PM lunch: ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର
Advertisement
Article Detail0/zeeodisha/odisha2102656

PM lunch: ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ PMO ରୁ ଏହି ୮ ସାଂସଦଙ୍କୁ ଏକ କଲ ଆସିଥିଲା ​​ଯେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି। ପିଏମଓର ଡାକରା ପରେ ସମସ୍ତ ୮  ସାଂସଦ ପ୍ରଧାନମନ୍ତ୍ର

PM lunch: ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର

PM lunch: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ PMO ରୁ ଏହି ୮ ସାଂସଦଙ୍କୁ ଏକ କଲ ଆସିଥିଲା ​​ଯେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି। ପିଏମଓର ଡାକରା ପରେ ସମସ୍ତ ୮  ସାଂସଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ, କିନ୍ତୁ ସେମାନଙ୍କୁ କାହିଁକି ଡକାଗଲା ତାହା କାହାରି ଧାରଣା ନଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସାଂସଦମାନଙ୍କୁ କହିଥିଲେ, ମୁଁ ଆଜି ଆପଣଙ୍କୁ ଦଣ୍ଡିତ କରିବି। ତା’ପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସାଂସଦ କ୍ୟାଣ୍ଟିନକୁ ନେଇ ମଧ୍ୟାହ୍ନ ଭୋଜନ କରିଥିଲେ। ପିଏମ ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିବା ସାଂସଦଙ୍କ ନାମ ହେଉଛି ଏଲ ମୁରୁଗାନ, ରିତେଶ ପାଣ୍ଡେ, ହୀନା ଗାୱିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ରାମ ମୋହନ ନାଇଡୁ ଏବଂ ଜାମିଆଙ୍ଗ ସେରିଙ୍ଗ ନାମଗାଲ। ତେବେ ଏହି ସାଂସଦଙ୍କ ମଧ୍ୟରେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର ମଧ୍ୟ ସାମିଲ ରହିଥିଲେ। 

 

ବୈଠକରେ କଣ ହୋଇଥିଲା ଚର୍ଚ୍ଚା
ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କ୍ୟାଣ୍ଟିନରେ ପ୍ରାୟ ଏକ ଘଣ୍ଟା ରହିଥିଲେ। ଏହି ସମୟରେ ମୋଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅନୁଭୂତି ବିଷୟରେ ପଚାରିଥିଲେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ପରାମର୍ଶ ସାଂସଦଙ୍କ ଆଗରେ ପ୍ରକାଶ କରିଥିଲେ। ଏହି ସମୟ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା ଜଣାପଡ଼ିଛି। 

ମୋଦି ଏହି ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରୁଥିବା ବେଳେ କହିଥିଲେ କି ମୁଁ ମଧ୍ୟ ଏକ ସାଧାରଣ ମଣିଷ। ସବୁବେଳେ ଜଣେ ପ୍ରଧାନମନ୍ତ୍ରୀ ଭାବେ ମୁଁ ରହିନଥାଏ। କେବଳ ଏତିକି ନୁହେଁ ମୁଁ ମଧ୍ୟ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିଥାଏ। ଆଜି ଇଚ୍ଛା ହେଲା ଆପଣମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ସହିତ କିଛି ଆଲୋଚନା କରିବା ପାଇଁ। ଏଥିପାଇଁ ମୁଁ ଆପଣ ମାନଙ୍କୁ ଡକାଇଥିଲି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।