ମେଷ: ଫେବୃଆରୀର ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଜୀବନରେ କିଛିଟା ବଡ଼ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ ସତର୍କ ରହିବାକୁ ପଡିବ। ଶତ୍ରୃମାନେ ମିତ୍ର ଭଳି ବ୍ୟବହାର କରିବେ। ବଡ଼ କ୍ଷତି କରିବା ପାଇଁ ଯୋଜନା କରିବେ।ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଠିକ୍-ଠାକ୍ ରହିବ। କୌଣସି ସଂସ୍ଥା / ମ୍ୟୁଚୁଆଲ୍ ଫଣ୍ତରେ ଟଙ୍କା ବିନିଯୋଗ ପାଇଁ ଯୋଜନା କରିବେ। କୌଣସି ବଡ଼ ଗୁରୁତ୍ବପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ। ବାଣିଜ୍ୟ ବ୍ୟବସାୟରେ ଏତେ ଖାସ୍ ଲାଭ ପାଇବେ ନାହିଁ। ପ୍ରେମ ଜୀବନରେ ଫାଟ ସୃଷ୍ଟି ହୋଇପାରେ। ଋତୁ କାଳୀନ ରୋଗରେ ପଡିପାରନ୍ତି। ସ୍ବାସ୍ଥ୍ୟପ୍ରତି ଯନ୍ତ୍ରବାନ୍ ରୁହନ୍ତୁ।
ALSO READ: Viral Video: ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ଏହି ଭିଡିଓ ଭାଇରାଲ୍ , ଦେଖନ୍ତୁ
ALSO READ: Gold Rate Today: ବଜେଟ୍ ପୂର୍ବରୁ ଅଧିକ ମହଙ୍ଗା ହେଲା ସୁନା, ଭରି ପିଛା ଏତିକି ଟଙ୍କା ବୃଦ୍ଧି ପାଇଲା ରେଟ୍
କର୍କଟ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ସପ୍ତାହର ପ୍ରଥମାର୍ଦ୍ଧରେ, ନିଜ ପରିବାର ସହିତ ମଜାମସ୍ତିରେ ସମୟ ଅତିବାହିତ କରିବେ। ଦୂରସ୍ଥାନକୁ ପରିବାର ସହିତ ଯାତ୍ରା କରିବାକୁ ପଡିପାରେ। ସପ୍ତାହର ମଧ୍ୟ ଭାଗରେ ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ। ବାଣିଜ୍ୟ-ବ୍ୟବସାୟରେ ଲାଭ ପୂର୍ବ ସପ୍ତାହ ଅପେକ୍ଷା ବଢିବ। ଦିର୍ଘ ଦିନରୁ ଅଧା ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ। ବୈବାହିକ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବ।
ସିଂହ: ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିବା ସହିତ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। କଠିନ କାର୍ଯ୍ୟରେ ସାଙ୍ଗସାଥୀଙ୍କ ଠାରୁ ସାହାର୍ଯ୍ୟ ପାଇ ଅଧା କାମ ପୂରା କରିବାରେ ସଫଳ ହେବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ କର୍ମକ୍ଷେତ୍ରରେ ଟେନସନ୍ କମ୍ ହେବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ୍ ହେବ। ପିଲାମାନଙ୍କ କ୍ୟାରିୟରକୁ ନେଇ ଟିକେ ଚିନ୍ତିତ ରହିବେ। ପ୍ରେମ ସମ୍ପର୍କରେ ବୁଝାବଣାର ଅଭାବ ହେତୁ ଝଗଡା ହେବ। ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ସପ୍ତାହଟି ଅନୁକୂଳ ରହିବ। ସପ୍ତାହ ଶେଷରେ ଜୀବନ ସାଥୀଙ୍କ ସହିତ ଦୂରଯାତ୍ରା କରିବେ।
ମକର: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ପ୍ରତିଯୋଗିତା ବା କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଚାକିରି କରୁଥିବା ଲୋକମାନେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଂଶାସ ପାଇବେ। ବ୍ୟବସାୟରେ ସଫଳତା ପାଇବ। ପରିବାରରେ ଦେଖାଦେଇଥିବା ପୁରୁଣା ମତଭେଦକୁ ଭୁଲି ସବୁକିଛି ଠିକ୍ ଠାକ୍ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
କୁମ୍ଭ: ନୂଆ ସପ୍ତାହରେ ଏହି ରାଶିଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆୟ-ବ୍ୟୟ ସମାନ ରହିବ। ବ୍ୟବସାୟ କରୁଥିବା ଲୋକେ ବଡ଼ ଡିଲ୍ ଫାଇନାଲ୍ କରିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ବିଦେଶ ଯାତ୍ରା କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିଲେ ମଧ୍ୟ କାମ କରିବା ପାଇଁ ଉତ୍ସାହ ବଢିବ। ଯ-ଦି ଆପଣ କେଉଁ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଡେଟ୍ ରେ ଯିବେ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ट्रेन्डिंग फोटोज़