ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!
Advertisement
Article Detail0/zeeodisha/odisha1353550

ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!

Nuclear War: ଯଦି ଆମେ ଦୁନିଆରେ ପରମାଣୁ ବୋମା (Nuclear Bombs) ଥିବା ଦେଶ ସଂଖ୍ୟା ବିଷୟରେ ଆଲୋଚନା କରିବା, ତେବେ ସେମାନଙ୍କ ସଂଖ୍ୟା ହେଉଛି ୮ । ଏହି ଦେଶଗୁଡିକରେ ପ୍ରାୟ ୧୩,୦୦୦ ପରମାଣୁ ବୋମା ଅଛି ।

ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!

ନୂଆଦିଲ୍ଲୀ: Nuclear War: ଋଷ (Russia) ଓ ୟୁକ୍ରେନ (Ukraine) ରେ ଆରମ୍ଭ ହୋଇଥିବା ଭୀଷଣ ଯୁଦ୍ଧରେ ବର୍ତ୍ତମାନ ପରମାଣୁ ଆକ୍ରମଣ (Nuclear Attack) ର ଚର୍ଚ୍ଚା ଆରମ୍ଭ ହୋଇଛି । ସେହିପରି ତାଇୱାନ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି । ଯଦି କୌଣସି ବଡ଼ ଯୁଦ୍ଧ ଆରମ୍ଭ ହୁଏ ଓ ଏଥିରେ ପରମାଣୁ ଆକ୍ରମଣ କରାଯାଏ, ତେବେ ଅଧିକାଂଶ ଦେଶର ନାମ ପୃଥିବୀର ମାନଚିତ୍ରରୁ ଉଭେଇଯିବ । ତଥାପି ଏପରି ୫ଟି ସ୍ଥାନ ରହିଛି, ଯେଉଁଠାରେ ଏହି ପରମାଣୁ ଯୁଦ୍ଧ (Nuclear War) ର କୌଣସି ପ୍ରଭାବ ପଡ଼ିବ ନାହିଁ ଓ ଲୋକମାନେ ସେଠାରେ ଖୁସିରେ ରହିବେ ।

ଯଦି ଆମେ ଦୁନିଆରେ ପରମାଣୁ ବୋମା (Nuclear Bombs) ଥିବା ଦେଶ ସଂଖ୍ୟା ବିଷୟରେ ଆଲୋଚନା କରିବା, ତେବେ ସେମାନଙ୍କ ସଂଖ୍ୟା ହେଉଛି ୮ । ଏହି ଦେଶଗୁଡିକରେ ପ୍ରାୟ ୧୩,୦୦୦ ପରମାଣୁ ବୋମା ଅଛି । ଏହି ସଂଖ୍ୟା ଏତେ ବଡ଼ ଯେ ଦୁନିଆକୁ ଥରେ ନୁହେଁ ଅନେକ ଥର ଶେଷ କରାଯାଇପାରିହେବ । ଋଷ (Russia) ପାଖରେ ସର୍ବାଧିକ ୬,୮୦୦ ପରମାଣୁ ବୋମା ଅଛି । ଏହା ପରେ ଆମେରିକାର ନମ୍ୱର ଆସିଥାଏ । ଏଭଳି ପରିସ୍ଥିତିରେ ଦୁନିଆ ସାମ୍ନାରେ ପ୍ରଶ୍ନ ଉଠୁଛି ଯେ ଯଦି ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ଯୁଦ୍ଧ ଆରମ୍ଭ ହୁଏ, ତେବେ ଲୋକମାନେ କେଉଁ ସ୍ଥାନକୁ ଯାଇ ନିଜ ଜୀବନ ରକ୍ଷା କରିପାରିବେ? ଆଜି ଆମେ ଆପଣଙ୍କୁ ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛୁ ।

ସୁରକ୍ଷିତ ରହିବ ଆଣ୍ଟାର୍କଟିକା 

'ଦ ସନ୍'ର ରିପୋର୍ଟ ଦାବି କରିଛି ଯେ, ଯଦି ଦୁନିଆରେ କେବେ ପରମାଣୁ ଯୁଦ୍ଧ (Nuclear War) ହୁଏ, ତେବେ ସମସ୍ତ ଦେଶ ଧ୍ୱଂସ ହୋଇଯିବ କିନ୍ତୁ ଆଣ୍ଟାର୍କଟିକା (Antarctica) ରହିବ । ଏହାର କାରଣ ହେଉଛି ଜୁନ୍ ୧୯୬୧ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଯାହା ଏହି ବରଫ ମହାଦେଶରେ ସାମରିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଥିଲା । ପ୍ରାରମ୍ଭରେ ଏହି ଚୁକ୍ତିରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚିଲି, ଫ୍ରାନ୍ସ, ଜାପାନ, ନ୍ୟୁଜିଲାଣ୍ଡ, ନରୱେ, ଦକ୍ଷିଣ ଆଫ୍ରିକା, ସୋଭିଏତ ସଂଘ, ବ୍ରିଟେନ ଏବଂ ଆମେରିକା ସାମିଲ ଥିଲେ । ପରେ ବ୍ରାଜିଲ, ଚୀନ୍, ଜର୍ମାନୀ, ଉତ୍ତର କୋରିଆ, ପୋଲାଣ୍ଡ ଏବଂ ଭାରତ ସମେତ ଦୁନିଆର ସମସ୍ତ ଦେଶ ମଧ୍ୟ ଏହି ଚୁକ୍ତିରେ ଯୋଗ ଦେଇଥିଲେ ।

ଆମେରିକାର କୋଲୋରାଡୋ ପ୍ରଭାବିତ ହେବ ନାହିଁ 

ରିପୋର୍ଟ ଅନୁଯାୟୀ, ପରମାଣୁ ଯୁଦ୍ଧ (Nuclear War) ରେ ଆମେରିକା ମଧ୍ୟ ଦୁନିଆ ମାନଚିତ୍ରରୁ ଲିଭିଯିବ, କିନ୍ତୁ କୋଲୋରାଡୋ (Colorado) ର ଏକ ପାର୍ବତ୍ୟ ଅଞ୍ଚଳରେ ନିର୍ମିତ ଏକ କେନ୍ଦ୍ର ସୁରକ୍ଷିତ ରହିବ । ଏହି ପର୍ବତ ଭିତରେ ଗୁମ୍ଫା ତିଆରି କରି ଆମେରିକା ସେନା ନିଜର ପରମାଣୁ ପ୍ରୁଫ୍ ଭିତ୍ତିଭୂମି ନିର୍ମାଣ କରିଛି । ଏହି ଗୁମ୍ଫାର ପ୍ରବେଶ ପଥରେ ୨୫ ଟନ୍ ଓଜନ ବିଶିଷ୍ଟ ଏକ ଭରପୂର କବାଟ ଅଛି, ଯାହାକୁ ପରମାଣୁ ବୋମା ମଧ୍ୟ ତରଳାଇ ପାରିବ ନାହିଁ । ଏହି କମ୍ପ୍ଲେକ୍ସ ଭିତରେ ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ (American Aerospace Defense Command:NORAD) ଓ ଯୁକ୍ତରାଷ୍ଟ୍ରର ଉତ୍ତର କମାଣ୍ଡର ମୁଖ୍ୟାଳୟ (United States Northern Command) ଅବସ୍ଥିତ । ସୋଭିଏତ ସଂଘ (Soviet Union) ର ବୋମା ବିସ୍ଫୋରଣକାରୀ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ପରମାଣୁ ଆକ୍ରମଣର ମୁକାବିଲା ପାଇଁ ୧୯୬୬ ମସିହାରେ ଏହି ସାମରିକ ବେସ ଆମେରିକା ଦ୍ୱାରା ନିର୍ମିତ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ପୁଣି ଲାଗିଲା ଜୋରଦାର ଝଟକା! ଏଠାରେ ବିଜେପିରେ ଯୋଗ ଦେଲା ଜେଡିୟୁର ପୂରା ୟୁନିଟ

ଅଧିକ ପଢ଼ନ୍ତୁ:-କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା

ଅଧିକ ପଢ଼ନ୍ତୁ:-କଂଗ୍ରେସର ନୂଆ ଆକ୍ରାମକ ଅବତାର, ଏଣିକି ଆତ୍ମରକ୍ଷା ନୁହେଁ ପାଲଟା ଆକ୍ରମଣ କରୁଛି ଦଳ

ପରମାଣୁ ଆକ୍ରମଣରୁ ରକ୍ଷା ପାଇଯିବ ଆଇସଲ୍ୟାଣ୍ଡ!

ଆଇସଲ୍ୟାଣ୍ଡ (Iceland) ଉତ୍ତର ପୋଲରେ ଅବସ୍ଥିତ ଏକ ଛୋଟ ଦେଶ । ବର୍ଷସାରା ବରଫରେ ଆଚ୍ଛାଦିତ ଆଇସଲ୍ୟାଣ୍ଡ ହେଉଛି ଏକ ନିରପେକ୍ଷ ଦେଶ, ସେ ବିଶ୍ୱର ବିଭିନ୍ନ ଦେଶରେ ଘଟୁଥିବା ରାଜନୀତିରୁ ନିଜକୁ ଦୂରେଇ ରଖେ । ଏହି କାରଣ ହେଉଛି ବିଶ୍ୱର କୌଣସି ଦେଶ ଆଇସଲ୍ୟାଣ୍ଡକୁ ନିଜର ଶତ୍ରୁ ଦେଶ ଭାବରେ ଦେଖନ୍ତି ନାହିଁ । ତେଣୁ ସେଠାରେ ପରମାଣୁ ଆକ୍ରମଣ (Nuclear Attack) ର ସମ୍ଭାବନା ବହୁତ କମ୍, ଏହାକୁ ବିଶ୍ୱର ଏକ ସୁରକ୍ଷିତ ସ୍ଥାନ ଭାବରେ ପରିଣତ କରେ ।

ଗୁଆମ୍ ମଧ୍ୟ ସୁରକ୍ଷିତ ସ୍ଥାନ ତାଲିକାରେ ସାମିଲ

ଗୁଆମ୍ (Guam) ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଛୋଟ ଦ୍ୱୀପ ଦେଶ । ଏହାର ଜନସଂଖ୍ୟା ମାତ୍ର ୧ ଲକ୍ଷ ୬୮ ହଜାର । ସେନାରେ କେବଳ ୧୩୦୦ ଲୋକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କେବଳ ୨୮୦ ଜଣ ପୂର୍ଣ୍ଣକାଳୀନ କର୍ମଚାରୀ ଅଟନ୍ତି । ବାକି ଅସ୍ଥାୟୀ ଅଟନ୍ତି । ଏହି ଦେଶ ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଦୁନିଆର ଏହି ଛୋଟ ଦେଶକୁ ସେମାନଙ୍କର ଶତ୍ରୁ ଦେଶ ବୋଲି କେହି ଭାବନ୍ତି ନାହିଁ । ଏଭଳି ପରିସ୍ଥିତିରେ ଏହା ଉପରେ ପରମାଣୁ ଆକ୍ରମଣ ହେବାର ସମ୍ଭାବନା ମଧ୍ୟ କମ୍ ହୋଇଯାଏ । ଯେଉଁଥିପାଇଁ ଏହା ବିଶ୍ୱର ସୁରକ୍ଷିତ ଅଞ୍ଚଳ ତାଲିକାରେ ସାମିଲ ରହିଛି ।

ବିବାଦ ସତ୍ତ୍ୱେ ସୁରକ୍ଷିତ ରହିବ ଇସ୍ରାଏଲ

ଇସ୍ରାଏଲ  (Israel) ହେଉଛି ଅନେକ ମୁସଲମାନ ଦେଶର ଶତ୍ରୁ ଓ ସେମାନେ ଏହାର ଅସ୍ତିତ୍ୱ ବିଲୋପ କରିବାକୁ ମଧ୍ୟ ଧମକ ଦେଇଛନ୍ତି । ଏସବୁ ସତ୍ତ୍ୱେ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ ହେବାର ବହୁତ କମ୍ ସମ୍ଭାବନା ଅଛି । ଏହାର କାରଣ ହେଉଛି ଇସଲାମ (Islam), ଖ୍ରୀଷ୍ଟିଆନ (Christianity) ଏବଂ ଇହୁଦୀ (Judaism) ଧର୍ମର ପ୍ରାଚୀନ ସ୍ମାରକୀ ଅଛି । ଯାହାକୁ କୌଣସି ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ରାଷ୍ଟ୍ର ପରମାଣୁ ଆକ୍ରମଣ କରି ଶେଷ କରିବାକୁ ଚାହିଁବେ ନାହିଁ । ଏହି କାରଣରୁ ଏହି ଦେଶ ମଧ୍ୟ ପରମାଣୁ ଅସ୍ତ୍ରରୁ ସୁରକ୍ଷିତ ଥିବା ଦେଶ ତାଲିକାରେ ସାମିଲ ରହିଛି ।