Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- U 19 ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍ ଟ୍ରଫି ଜିତିଛି ଭାରତ । ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଶ୍ବ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି । ଦକ୍ଷିଣ ଆଫ୍ରିକା ୮୨ରେ ଅଲଆଉଟ୍ ହୋଇଥିବାବେଳେ ଭାରତ ୮୪/୧ ସ୍କୋର ହାସଲ କରି ବିଜୟଲାଭ କରିଛି ।
Headlines 02- ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି ।
Headlines 03- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଡ଼ା ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୩ଟି ଦେଶ ଉପରେ ଆମଦାନୀ ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ । ଉକ୍ତ ଦେଶ ଗୁଡିକ ହେଉଛି କାନାଡା, ମେକ୍ସିକୋ ଓ ଚୀନ୍ । କାନାଡା, ମେକ୍ସିକୋରୁ ଆସୁଥିବା ସାମଗ୍ରୀରେ ୨୫% ଟାରିଫ୍ ଲାଗୁ କରାଯାଇଛି । ସେହିପରି ଚୀନ୍ ସାମଗ୍ରୀ ଉପରେ ୧୦% ଟାରିଫ୍ ଲଗାଇଥନ୍ତି ଟ୍ରମ୍ପ ।
Headlines 04- ୨୦୨୫-୨୬ ବଜେଟକୁ ନେଇ ମୁହଁ ଖୋଲିଛି ବିଜେଡି । ଦଳର ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଏଥର ବଜେଟରେ ଓଡ଼ିଶା ଅଧିକ ଅବହେଳିତ ହୋଇଛି । ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଇ ବଜେଟରେ ଅନେକ ବ୍ୟବସ୍ଥା ହୋଇଛି । ଯାହା ବି ହେଉ ସରକାର କିଛି ରିଲିଫ୍ ଦେଇଛନ୍ତି ତାହାକୁ ମୁଁ ସ୍ୱାଗତ କରୁଛି ବୋଲି ପ୍ରସନ୍ନ କହିଛନ୍ତି।
Headlines 05- ଫେବ୍ରୁଆରୀ ୮ରେ ମିଳିବ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଯାଜପୁରରେ ସୁଭଦ୍ରା ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ରହିଛି । ୩ ଓ ୪ ତାରିଖରେ ବ୍ୟାଙ୍କରେ NPCI ଚେକ୍ କରିପାରିବେ ବୋଲି ପ୍ରଭାତୀ କହିଛନ୍ତି ।
Headlines 06- NAAC ରେଟିଂ ଲାଞ୍ଚ କାରବାର ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ ଭିତରେ ରହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ସଦସ୍ୟ । ଜ୍ୟୋତି ବିହାର ପରିସରରେ ଥିବା ସଂପୃକ୍ତ ସଦସ୍ୟଙ୍କ କ୍ବାର୍ଟର୍ସ ସିଲ୍ କରାଯାଇଥିବା ସୂଚନା ମିଳିଛି ।
Headlines 07- କଳାହାଣ୍ଡିରେ ପୁଣି ହାତୀ ଉପଦ୍ରବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ୨ ଜଣଙ୍କୁ ଦଳି ମାରିଛି ହାତୀ । ବିଶ୍ବନାଥପୁର ରେଞ୍ଜ କାଦମାଳି ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି । ଶୋଇଥିବା ସମୟରେ ବୃଦ୍ଧ ଓ ବୃଦ୍ଧାଙ୍କୁ କଚାଡି ଦଳିଦେଇଛି ହାତୀ । ହାତୀକୁ ଦେଖିବା ପରେ ଘରର ଅନ୍ୟ ସଦସ୍ୟମାନେ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତିଛନ୍ତି ।
Headlines 08- ନଦୀ ଭିତରେ ସେଲଫି ଉଠାଇବା ବେଳେ ଅଘଟଣ । ଡଙ୍ଗା ଓଲଟି ପଡିବାରୁ ୨ ନାବାଳକ ନିଖୋଜ ନଦୀ ପାଣିରେ ନିଖୋଜ ହୋଇଛନ୍ତି । କୋରାପୁଟରୁ ଏପରି ଖବର ସାମ୍ନାକୁ ଆସିଛି । ନିଖୋଜ ନାବାଳକ ଜୋଲାପୁଟ ହାଇସ୍କୁଲର ଛାତ୍ର ବୋଲି ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଘଟଣାସ୍ଥଳରେ ମାଛକୁଣ୍ଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Headlines 09- ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜି ସକାଳ ୧୦ଟାରୁ ବାରବାଟୀରେ ଆରମ୍ଭ ହୋଇଛି ଟିକେଟ ବିକ୍ରି । ଅନଲାଇନରେ ମଧ୍ୟ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟିକେଟ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ ଗୁଡିକୁ ପ୍ରାୟ ୧୪ ହଜାର ଟିକେଟ ବିକ୍ରି କରାଯିବ । ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ବିକ୍ରିହେବ ପ୍ରାୟ ୧୨ ହଜାର ଟିକେଟ । ହର୍ସଗେଟ ପାଖ କାଉଣ୍ଟରରେ ୬ ହଜାର ଟଙ୍କାରୁ ଅଧିକ ମୂଲ୍ଯର ଟିକେଟ ବିକ୍ରି କରାଯିବ । ଅନ୍ଯ ଗ୍ଯାଲେରୀ ପାଇଁ ୪ଟି କାଉଣ୍ଟରରେ ମିଳିବ ଟିକେଟ ।
Headlines 10- କଣ୍ଟାବାଞ୍ଜିରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଅନ୍ଲାଇନ୍ ବେଟିଂ ଗେମ୍ର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୋଲିସ । ଅନଲାଇନ ବେଟିଂ ଗେମ୍ ମାମଲାରେ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ଟି ଲ୍ୟାପ୍ଟପ୍, ବ୍ୟାଙ୍କ ପାସ୍ବୁକ୍ ସହ ୧୮ଟି ମୋବାଇଲ ଜବତ କରାଯାଇଛି । କଣ୍ଟାବାଞ୍ଜି ସହର ସହ ରାଜ୍ୟ ବାହାରେ ମଧ୍ୟ ଅନଲାଇନ ବେଟିଂ ଚାଲିଥିବା ବୋଲି କୁହାଯାଉଛି ।
Also Read- Kumbh Sankranti 2025: ବୁଧଙ୍କ ପ୍ରଭାବ, କୁମ୍ଭ ସଂକ୍ରାନ୍ତି ପୂର୍ବରୁ ୩ ରାଶିରେ ଧନ ବର୍ଷା !
Also Read- Video: ଛି ଛି ଛି ରେ ନନୀ ତାଳରେ ବାଜିଲା ଦୁଲଦୁଲି, ଭିଡିଓ ଭାଇରାଲ୍