Kerala Ragging Horror: ଯେଉଁମାନେ ଟଙ୍କା ଦେବାକୁ ମନା କଲେ ସେମାନଙ୍କୁ ନିର୍ମମ ଭାବେ ମାଡ଼ ମରାଯାଇଥିଲା। ଯେତେବେଳେ ଜଣେ ଛାତ୍ର ଏହି ନିର୍ଯାତନାକୁ ବରଦାସ୍ତ କରିନଥିଲେ, ସେତେବେଳେ ସେ ତାଙ୍କ ବାପାଙ୍କୁ ପୂରା କଥା କହିଥିଲେ। ସେ ତିନି ଜଣ ଛାତ୍ରଙ୍କୁ ପୋଲିସ ନିକଟକୁ ଯାଇ ଅଭିଯୋଗ କରିବାକୁ ପ୍ରୋତ୍ସାହିତ କରିଥିଲେ, ଯାହାପରେ ପୂରା ଘଟଣାକୁ ପଦାକୁ ଆଣିଛି।
Trending Photos
Kerala Ragging Horror: ଉଲଗ୍ନ କଲେ , ପ୍ରାଇଭେଟ ପାର୍ଟରେ ଡମ୍ବେଲ୍ ଟାଙ୍ଗି, ଏକ ଜ୍ୟୋମେଟ୍ରି ବକ୍ସର କମ୍ପାସ୍ ରେ ଖୋବି ଖୋବି ରକ୍ତ ବାହାର କରିବା ପରେ ରକ୍ତଭିଜା ଅବସ୍ଥାରେ ମାଡ଼ ମାରିଥିଲେ। ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ର ମାନଙ୍କୁ କେବଳ ଦିନେ କି ଦୁଇ ଦିନ ନୁହେଁ, ରାଗିଂ ନାଁରେ ତିନି ମାସ ଧରି ଏହି ଜଘନ୍ୟ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନର୍ସିଂ ପ୍ରଥମ ବର୍ଷର ତିନି ଜଣ ଛାତ୍ର ଗାନ୍ଧୀନଗର ଥାନାରେ ପହଞ୍ଚି ସେମାନଙ୍କ ସହ ଘଟିଥିବା ଭୟଙ୍କର ରାଗିଂ ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ତେବେ ତୃତୀୟ ବର୍ଷର ୫ ଜଣ ଛାତ୍ରଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଆଣ୍ଟି ରାଗିଂ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। କଲେଜ କର୍ତ୍ତୃପକ୍ଷ ମଧ୍ୟ ଅଭିଯୁକ୍ତ ଛାତ୍ରଙ୍କୁ ନିଲମ୍ବିତ କରିଛନ୍ତି।
ଗାନ୍ଧିନଗର ଥାନାରେ ଅଭିଯୋଗ କରିଥିବା ପ୍ରଥମ ବର୍ଷର ୩ ଜଣ ଛାତ୍ର ତିରୁବନନ୍ତପୁରମର ବୋଲି ଜଣାପଡ଼ିଛି। ପୋଲିସ ନିକଟରେ ଦିଆଯାଇଥିବା ଅଭିଯୋଗରେ ସେ ରାଗିଂ ନାଁରେ ଘୃଣ୍ୟ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ରାଗିଂ ନାଁରେ ଏହି ହିଂସାତ୍ମକ ଓ ଜଘନ୍ୟ କାଣ୍ଡ ୨୦୨୪ ନଭେମ୍ବରରେ ଆରମ୍ଭ ହୋଇଥିଲା, ଯାହା ଲଗାତାର ତିନି ମାସ ଧରି ଚାଲିଆସୁଛି। ରାଗିଂ ନାଁରେ ସିନିୟର ଛାତ୍ରମାନେ ତାଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରୁଥିଲେ ବୋଲି ସେ କହିଛନ୍ତି। ଏହାପରେ ଜିମ୍ ରେ ମାଂସପେଶୀକୁ ମଜଭୁତ କରିବା ପାଇଁ ବ୍ୟବହୃତ ହେଭି ଡମ୍ବେଲ୍ କୁ ସେମାନଙ୍କ ପ୍ରାଇଭେଟ ପାର୍ଟରେ ଟାଙ୍ଗି ଦିଆଯାଇଥିଲା। ଏହାପରେ ସେମାନଙ୍କ ଶରୀରକୁ ଛୁରୀ ଭଳି ଧାରୁଆ ଜିନିଷରେ ଜ୍ୟୋମେଟ୍ରି ବକ୍ସର କମ୍ପାସ୍ ରେ ଖୋବି ଖୋବି ନିର୍ଯାତନା କରାଯାଇଥିଲା।
ପୀଡ଼ିତ ଛାତ୍ର ମାନେ ପୋଲିସକୁ କହିଛନ୍ତି ଯେ କମ୍ପାସ୍ ରେ ଟାଟୁ କରିବା ପରେ ସିନିୟର ଛାତ୍ରଙ୍କ ନିର୍ଯାତନା ବନ୍ଦ ହୋଇନଥିଲା। ଏହାପରେ ସେମାନଙ୍କ କ୍ଷତରେ ଜଳୁଥିବା ଲୋସନ ଲଗାଗଲା, ଯେଉଁଥିପାଇଁ ସେମାନେ ପାଗଳ ଭଳି ଚିତ୍କାର କରୁଥିଲେ, ତା'ପରେ ସିନିୟର ଛାତ୍ରମାନେ ଜୋର ଜବରଦସ୍ତ ଲୋସନ କୁ ନେଇ ପାଟିରେ ଭରି ଦେଉଥିଲେ। ପୂରା ଘଟଣା ମୋବାଇଲରେ କଏଦ ହୋଇଥିଲା। ଏହାପରେ ସିନିୟର ମାନେ ତାଙ୍କୁ ଧମକ ଦେଉଥିଲେ ଯେ ଯଦି ସେ କାହା ନିକଟରେ ଅଭିଯୋଗ କରନ୍ତି ତେବେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ଏବଂ ତାଙ୍କ ଭବିଷ୍ୟତ ଖରାପ ହେବ।
ସିନିୟର ଛାତ୍ରମାନେ ଟଙ୍କା ମଧ୍ୟ ଆଦାୟ କରୁଥିଲେ
ଅଭିଯୋଗରେ ଏହା ମଧ୍ୟ ଦର୍ଶାଯାଇଛି ଯେ ସିନିୟର ଛାତ୍ରମାନେ ରବିବାର ଦିନ ମଦ କିଣିବା ପାଇଁ ଜୁନିୟର ମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଯେଉଁମାନେ ଟଙ୍କା ଦେବାକୁ ମନା କଲେ ସେମାନଙ୍କୁ ନିର୍ମମ ଭାବେ ମାଡ଼ ମରାଯାଇଥିଲା। ଯେତେବେଳେ ଜଣେ ଛାତ୍ର ଏହି ନିର୍ଯାତନାକୁ ବରଦାସ୍ତ କରିନଥିଲେ, ସେତେବେଳେ ସେ ତାଙ୍କ ବାପାଙ୍କୁ ପୂରା କଥା କହିଥିଲେ। ସେ ତିନି ଜଣ ଛାତ୍ରଙ୍କୁ ପୋଲିସ ନିକଟକୁ ଯାଇ ଅଭିଯୋଗ କରିବାକୁ ପ୍ରୋତ୍ସାହିତ କରିଥିଲେ, ଯାହାପରେ ପୂରା ଘଟଣାକୁ ପଦାକୁ ଆଣିଛି।
୫ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି। ପ୍ରଥମ ବର୍ଷ ଛାତ୍ରଙ୍କ ଅଭିଯୋଗ କୁ ଭିତ୍ତି କରି ଗାନ୍ଧିନଗର ପୋଲିସ ୫ ଜଣ ତୃତୀୟ ବର୍ଷ ଛାତ୍ରଙ୍କୁ ଗିରଫ ରଖିଛି। ବୁଧବାର ଅପରାହ୍ନରେ ସମସ୍ତଙ୍କୁ ପୋଲିସ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରି କୋର୍ଟ ଚାଲାଣ କରିଥିବା ବେଳେ ସେଠାରୁ ସେମାନଙ୍କୁ ପୋଲିସ ରିମାଣ୍ଡରେ ନିଆଯାଇଛି। ନିକଟରେ କେରଳରେ ରାଗିଂର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ କୋଚିର ଏକ ସ୍କୁଲରେ ପଢୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ । ମୃତ ଛାତ୍ରୀଙ୍କ ମା' ଅଭିଯୋଗ କରିଛନ୍ତି ଯେ ସ୍କୁଲର ଅନ୍ୟ ପିଲାମାନେ ତାଙ୍କ ପୁଅକୁ ରାଗିଂ କରୁଛନ୍ତି ଏବଂ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ଏହି ମାନସିକ ଚାପରେ ହିଁ ତାଙ୍କ ପୁଅ ଆତ୍ମହତ୍ୟା କରିଥିଲେ। ତେବେ ପୋଲିସ ଏବେ ସେହି ଘଟଣାର ତଦନ୍ତ ଜାରି ରଖିଛି।
Also Read: Chaturgrahi Yog 2025: ମହା ଶିବରାତ୍ରୀରେ ୪ଟି ଗ୍ରହର ମହାସଂଯୋଗ, ଖୋଲିବ ଏହି ୫ରାଶିର ଭାଗ୍ୟ
Also Read: Odia Rapper Abhinav Singh: ସ୍ତ୍ରୀ ପାଇଁ ଜୀବନ ହାରିଲେ ଓଡ଼ିଆ ରାପର୍ ଅଭିନବ ସିଂ, ଭାଇରାଲ ହେଉଛି ଏହିସବୁ ଫଟୋ