Southwest Monsoon: ମୌସୁମୀ ବାୟୁକୁ ନେଇ ସକରାତ୍ମକ ଭବିଷ୍ୟବାଣୀ କଲା ପାଣିପାଗ ବିଭାଗ, ଜାଣନ୍ତୁ ଏଥର କେତେ ହେବ ବର୍ଷା?
Advertisement
Article Detail0/zeeodisha/odisha1648160

Southwest Monsoon: ମୌସୁମୀ ବାୟୁକୁ ନେଇ ସକରାତ୍ମକ ଭବିଷ୍ୟବାଣୀ କଲା ପାଣିପାଗ ବିଭାଗ, ଜାଣନ୍ତୁ ଏଥର କେତେ ହେବ ବର୍ଷା?

IMD Prediction On Monsoon: ଚଳିତ ବର୍ଷ ଆସିବାକୁ ଯାଉଥିବା ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସକାରାତ୍ମକ ଭବିଷ୍ୟବାଣୀ କରାଯାଇଛି।   

 Southwest Monsoon: ମୌସୁମୀ ବାୟୁକୁ ନେଇ ସକରାତ୍ମକ ଭବିଷ୍ୟବାଣୀ କଲା ପାଣିପାଗ ବିଭାଗ, ଜାଣନ୍ତୁ ଏଥର କେତେ ହେବ ବର୍ଷା?

IMD Prediction on Monsoon: ଚଳିତ ବର୍ଷ ମୌସୁମୀ ଋତୁ ସମୟରେ ଦେଶରେ ସାଧାରଣ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଉତ୍ତର-ପଶ୍ଚିମ ଭାରତ, ପଶ୍ଚିମ, କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ପରିମାଣରେ ବୃଷ୍ଟିପାତ ହୋଇପାରେ। ଅନ୍ୟପକ୍ଷରେ ଦେଶର ଉପଦ୍ୱୀପୀୟ କ୍ଷେତ୍ର ସଂଲଗ୍ନ ପୂର୍ବ ଭାଗ, ଉତ୍ତର-ପୂର୍ବ ଅଞ୍ଚଳ ଏବଂ ଉତ୍ତର-ପଶ୍ଚିମ ଭାରତର କେତେକ ଅଞ୍ଚଳରେ ସାଧାରଣ ବର୍ଷା ହୋଇପାରେ।

ପାଣିପାଗ ବିଭାଗ କହିଛି ଯେ ଚଳିତ ବର୍ଷ ଜୁନ୍ ମାସରୁ ସେପ୍ଟେମ୍ବର ମାସରେ ଦେଶରେ ୮୩.୫ ମିଲିମିଟର ବର୍ଷା ହେବ। ବିଭାଗ କହିଛି ଯେ ଚଳିତ ବର୍ଷ ଜୁନ୍ ମାସରୁ ସେପ୍ଟେମ୍ବର ମଧ୍ୟରେ ୯୬ ପ୍ରତିଶତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ଏହି ବୃଷ୍ଟିପାତ ପରିମାଣ ସାଧାରଣ ବର୍ଷା ବର୍ଗରେ ଆସିଥାଏ। ମୌସୁମୀ ବର୍ଷା ସମ୍ପର୍କିତ ତଥ୍ୟ ସ୍ଥିର ଏବଂ ଗତିଶୀଳ ପଦ୍ଧତି ବ୍ୟବହାର କରି ଏହି ତଥ୍ୟ ସଂଗ୍ରହ କରାଯାଇଛି। ଯଦି ଜଳବାୟୁକୁ ଦେଖାଯାଏ, ତାହେଲେ ଚଳିତ ବର୍ଷ ୬୭ ପ୍ରତିଶତ ସମ୍ଭାବନା ରହିଛି ଯେ ବର୍ଷା ସ୍ୱାଭାବିକ ହୋଇପାରେ କିମ୍ବା ସାମାନ୍ୟ ମାତ୍ରା ଠାରୁ ଅଧିକ ହୋଇପାରେ।

Also Read: ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ

ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବ ମଧ୍ୟ ଦେଖାଯିବ। ଅର୍ଥାତ ମରୁଡ଼ି ଭଳି ପରିସ୍ଥିତିର ସାମ୍ନା ମଧ୍ୟ କରିବାକୁ ପଡିପାରେ। ସୂଚନା ଅନୁଯାୟୀ, ମୌସୁମୀ ସମୟରେ ଏଲ୍ ନିନୋ ଅବସ୍ଥା ବିକଶିତ ହୋଇପାରେ। ଏହାର ପ୍ରଭାବ ମୌସୁମୀ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଭବ କରାଯାଇପାରେ। ହେଲେ ତଥାପି ଏହାର ଅର୍ଥ ନୁହେଁ ଯେ ବର୍ଷା କମ୍ ହେବ। ବିଗତ କିଛି ବର୍ଷ ମଧ୍ୟରେ, ଏଲ୍ ନିନୋ ସମୟରେ ସାମାନ୍ୟ କିମ୍ବା ସାମାନ୍ୟ ଠାରୁ ଅଧିକ ବୃଷ୍ଟିପାତ ହୋଇଥିବାର ଦେଖିବାକୁ ମିଳିଥିଲା​।

ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଭାରତ ମହାସାଗରରେ ସକରାତ୍ମକ ଦୁଇ ଧ୍ରୁବୀୟ ଅବସ୍ଥା ବିକଶିତ ହେବାର ସମ୍ଭାବନା ରହିଛି। ଗତ ୧୯୫୧ ମସିହାରୁ ୨୦୨୨ ପର୍ଯ୍ୟନ୍ତ, ଏଲ୍ ନିନୋ ଅବସ୍ଥାରେ ଏପରି ୬ ବର୍ଷ ରହିଥିଲା ଯେତେବେଳେ ବର୍ଷା ସ୍ୱାଭାବିକ ମାତ୍ରା ଠାରୁ ଅଧିକ ହୋଇଥିଲା। ଦେଶରେ ମୌସୁମୀ ଋତୁ ଜୁନ ପହିଲାରୁ ଆରମ୍ଭ ହୋଇଥାଏ। ଯାହା ସେପ୍ଟମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥାଏ।  
 
କ'ଣ ଏହି ମୌସୁମୀ ବର୍ଷା? 

ମୌସୁମୀ ହେଉଛି ଏକ ଅଞ୍ଚଳର ପ୍ରବଳ ପବନର ଦିଗରେ ଏକ ଋତୁ ପରିବର୍ତ୍ତନ। ମୌସୁମୀ ପ୍ରାୟତ ଭାରତ ମହାସାଗର ସହିତ ଜଡିତ। ମୌସୁମୀ ସର୍ବଦା ଥଣ୍ଡା ଅଞ୍ଚଳରୁ ଗ୍ରୀଷ୍ମ ଆଡ଼କୁ ଗତି କରେ। ଭାରତରେ ମୌସୁମୀ ଋତୁ ଅନେକ ବଡ଼ ଏବଂ ବିସ୍ତୃତ ପ୍ରକ୍ରିୟାରେ ଗଠିତ। ମେ-ଜୁନ୍ ମାସରେ ଭାରତୀୟ ଉପଦ୍ୱୀପ ଗ୍ରୀଷ୍ମ ଋତୁରେ ଗରମ ହୋଇଯାଏ ଏବଂ ଆରବ ସାଗର ଏବଂ ବଙ୍ଗୋପସାଗର ଠାରେ ଏହାର ତାପମାତ୍ରା ତୁଳନାତ୍ମକ ଭାବରେ କମ୍ ରହିଥାଏ। ଏହି ତାପମାତ୍ରା ପାର୍ଥକ୍ୟ ହେତୁ ସମୁଦ୍ର ପାଣିରୁ ମେଘ ବହୁ ପରିମାଣରେ ଉତ୍ତର ଭାରତ ଆଡକୁ ଗତି କରେ। ଯିବା ସମୟରେ ବେଳେ ଏହା ସମଗ୍ର ଭାରତରେ ବର୍ଷା କରାଇଥାଏ। ଯାହାକୁ ମୌସୁମୀ ବର୍ଷା କୁହାଯାଏ।

ମୌସୁମୀ ସାଧାରଣତ ଜୁନ ମାସରେ ଆସିଥାଏ। ଦେଶରେ ମୌସୁମୀ ଋତୁ ସାଧାରଣତଃ ଜୁନ୍ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥାଏ। ପଶ୍ଚିମ-କେନ୍ଦ୍ରୀୟ ଭାରତୀୟ ଅଞ୍ଚଳରେ ହେଉଥିବା ମୋଟ ବାର୍ଷିକ ବୃଷ୍ଟିପାତର ୯୦% ଏହି ସମୟ ମଧ୍ୟରେ ହୋଇଥାଏ। ଦକ୍ଷିଣ ଏବଂ ଉତ୍ତର-ପଶ୍ଚିମ ଭାରତରେ  ବାର୍ଷିକ ବୃଷ୍ଟିପାତର ୫୦-୭୫ ପ୍ରତିଶତ ବର୍ଷା ମୌସୁମୀ ଋତୁରେ ହୋଇଥାଏ। ପ୍ରତିବର୍ଷ ମୌସୁମୀ ସାଧାରଣତଃ ଜୁନ୍ ପହିଲରେ କେରଳ ଠାରେ ପହଞ୍ଚିଥାଏ। ପରେ ମୌସୁମୀ ଦେଶର ଅନ୍ୟ ଅଞ୍ଚଳକୁ ଗତି କରିଥାଏ।