hyderbad crime: ସ୍ତ୍ରୀକୁ ମାରି ପ୍ରେସର କୁକରରେ ରୋଷେଇ କରିଦେଲା ନୃସଂଶ ସ୍ୱାମୀ
Advertisement
Article Detail0/zeeodisha/odisha2613246

hyderbad crime: ସ୍ତ୍ରୀକୁ ମାରି ପ୍ରେସର କୁକରରେ ରୋଷେଇ କରିଦେଲା ନୃସଂଶ ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲା ସାରା ଦେଶକୁ ଚକିତ କରିଦେଇଥିଲା। ତେଲେଙ୍ଗାନାର ହାଇଦ୍ରାବାଦରୁ ଏବେ ସମାନ ଏକ ମାମଲା ସାମ୍ନାକୁ ଆସିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ପୂର୍ବତନ ସେନା କର୍ମଚାରୀ ଏବଂ ବର୍ତ୍ତମାନ ସହରରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି

hyderbad crime: ସ୍ତ୍ରୀକୁ ମାରି ପ୍ରେସର କୁକରରେ ରୋଷେଇ କରିଦେଲା ନୃସଂଶ ସ୍ୱାମୀ

hyderbad crime:ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲା ସାରା ଦେଶକୁ ଚକିତ କରିଦେଇଥିଲା। ତେଲେଙ୍ଗାନାର ହାଇଦ୍ରାବାଦରୁ ଏବେ ସମାନ ଏକ ମାମଲା ସାମ୍ନାକୁ ଆସିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ପୂର୍ବତନ ସେନା କର୍ମଚାରୀ ଏବଂ ବର୍ତ୍ତମାନ ସହରରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ଶରୀରର ଅଂଶଗୁଡ଼ିକୁ ପ୍ରେସର କୁକରରେ ରୋଷେଇ କରିଦେଇଥିବା ଭଳି ଛାତିଥରା ଘଟଣା ଏବେ ସାମ୍ନାକୁ ଆସିଛି। 

ସୂଚନା ଅନୁଯାୟୀ, ପୋଲିସ ହତ୍ୟା ସନ୍ଦେହରେ ୩୫ ବର୍ଷୀୟା ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା।ତେବେ ଅଭିଯୁକ୍ତ ସ୍ୱାମୀଙ୍କୁ ଯେତେବେଳେ ପୋଲିସ ଜେରା କରିଥିଲେ ସେହି ସମୟରେ ବେଶ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ଶୁଣି ପୋଲିସ ବେଶ ଚକିତ ହୋଇଯାଇଥିଲା। ଅଭିଯୁକ୍ତ ସ୍ୱାମୀ କହିଥିଲା କି ତା ସ୍ତ୍ରୀର କିଛି ଅଙ୍ଗକୁ କାଟି ରୋଷେଇ କରିଦେଇଥିଲା। ଆଉ କିଛି ଅଙ୍ଗକୁ ହ୍ରଦରେ ଫିଙ୍ଗି ଦେଇଥିଲା। 

ତେବେ ଦାମ୍ପତ୍ୟ ଜୀବନରେ କଳହ ଆସିବାରୁ ଏପରି କାଣ୍ଡ ଭିଆଇଥିବା ନେଇ ପୋଲିସ ସନ୍ଦେହ ପ୍ରକଟ କରିଛି। ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଅଧିକ ତଦନ୍ତ ପରେ ହିଁ ଜଣାପଡିବ ବୋଲି ସେ କହିଛନ୍ତି। ମୃତକ ଜଣକ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କ ବାପାମା ପୋଲିସରେ ଅଭିଯୋଗ କରିଥିଲେ। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନାମ ଗୁରୁ ମୂର୍ତ୍ତି। ଗୁରୁ ବର୍ତ୍ତମାନ କାଞ୍ଚନବାଗରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ସେନାରେ କାର୍ଯ୍ୟରତ ଥିଲେ ଏବଂ ଅବସର ନେଇସାରିଛନ୍ତି। ଗୁରୁ ମୂର୍ତ୍ତି ୧୩ ବର୍ଷ ପୂର୍ବେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି।