Earthquake: ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ୫.୯ ତୀବ୍ରତା
Advertisement
Article Detail0/zeeodisha/odisha2613280

Earthquake: ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ୫.୯ ତୀବ୍ରତା

ନୂଆଦିଲ୍ଲୀ: ଭୂମିକମ୍ପର ପ୍ରବଳ କମ୍ପନରେ ପୁଣି ଥରେ ପୃଥିବୀ ଥରି ଉଠିଛି। ଆଜି ସକାଳେ ଫିଲିପାଇନ୍ସରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳେ କେନ୍ଦ୍ରୀୟ ଫିଲିପାଇନ୍ସରେ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଏବଂ ୫.୯ ତୀବ୍ରତା ବିଶିଷ୍ଟ ରହିଥିଲା। ଫିଲିପାଇନ

Earthquake: ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ୫.୯ ତୀବ୍ରତା

Earthquake:ନୂଆଦିଲ୍ଲୀ: ଭୂମିକମ୍ପର ପ୍ରବଳ କମ୍ପନରେ ପୁଣି ଥରେ ପୃଥିବୀ ଥରି ଉଠିଛି। ଆଜି ସକାଳେ ଫିଲିପାଇନ୍ସରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳେ କେନ୍ଦ୍ରୀୟ ଫିଲିପାଇନ୍ସରେ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଏବଂ ୫.୯ ତୀବ୍ରତା ବିଶିଷ୍ଟ ରହିଥିଲା। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ୍ ସିସମୋଲୋଜି (PHIVOLCS) ଏକ ବୁଲେଟିନରେ ଭୂମିକମ୍ପକୁ ନିଶ୍ଚିତ କରି କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନରୁ 10 କିଲୋମିଟର (6 ମାଇଲ) ତଳେ ଥିଲା । ଏହା ଲେଟେ ପ୍ରଦେଶର ସାନ ଫ୍ରାନ୍ସିସ୍କୋ ସହର ନିକଟରେ କେନ୍ଦ୍ରୀଭୂତ ଥିଲା। ସଂସ୍ଥା ପ୍ରାୟ ୪୫ଟି ଭୂମିକମ୍ପ ରେକର୍ଡ କରିଛି। ସହର ମୁଖ୍ୟ ବାର୍ନି କ୍ୟାଟିଗ୍ ଭୂମିକମ୍ପର ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଭୂମିକମ୍ପଗୁଡ଼ିକ ବହୁତ ଶକ୍ତିଶାଳୀ ଥିଲା ଏବଂ ଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି।

 

ଡେକାନ ହେରାଲ୍ଡ ରିପୋର୍ଟ ଅନୁଯାୟୀ ଭୂମିକମ୍ପ ଯୋଗୁଁ ଫିଲିପାଇନ୍ସରେ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ସମୁଦ୍ରରେ ମଧ୍ୟ ଉଚ୍ଚ ଉଚ୍ଚ ଢେଉ ଉଠିଥିବା ନେଇ ସୂଚନା ରହିଛି। ଅନେକ ଘରର କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି। ରାଜପଥରେ ଫାଟ ସୃଷ୍ଟି ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସାନ ଫ୍ରାନ୍ସିସ୍କୋ ପୋଲିସ ମୁଖ୍ୟ ବାର୍ନି କାପିଗ୍ କହିଛନ୍ତି ଯେ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ବାହାରି ଆସିବାକୁ ବାଧ୍ୟ ହୋଇଥିଲେ, କିନ୍ତୁ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ। ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରର 'ରିଙ୍ଗ୍ ଅଫ୍ ଫାୟାର'ରେ ଅବସ୍ଥିତ ହୋଇଥିବାରୁ ସେଠାରେ ଭୂମିକମ୍ପ ସାଧାରଣ, ଯେଉଁଠାରେ ଜ୍ୱାଳାମୁଖୀ କାର୍ଯ୍ୟକଳାପ ଏବଂ ଭୂମିକମ୍ପ ପ୍ରାୟତଃ ଘଟେ। ସେଥିପାଇଁ ଫିଲିପାଇନ୍ସରେ ସର୍ବଦା ଭୂମିକମ୍ପ ସତର୍କତା ଥାଏ।