Amarnath Flood: ଯାତ୍ରା ବେଳେ ପୁଣି ଆସିଲା ବନ୍ୟା, ୪ ହଜାର ତୀର୍ଥଯାତ୍ରୀ ଉଦ୍ଧାର
Advertisement
Article Detail0/zeeodisha/odisha1276631

Amarnath Flood: ଯାତ୍ରା ବେଳେ ପୁଣି ଆସିଲା ବନ୍ୟା, ୪ ହଜାର ତୀର୍ଥଯାତ୍ରୀ ଉଦ୍ଧାର

Flood during Amarnath Yatra:  ଜୁଲାଇ ୮ ତାରିଖରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଥିଲା। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ। ଯେଉଁ କାରଣରୁ ଗୁମ୍ଫା ନିକଟରେ ନିର୍ମିତ ଅନେକ ତମ୍ବୁ ନଷ୍ଟ ହୋଇଯାଇଥିଲା।

Amarnath Flood: ଯାତ୍ରା ବେଳେ ପୁଣି ଆସିଲା ବନ୍ୟା, ୪ ହଜାର ତୀର୍ଥଯାତ୍ରୀ ଉଦ୍ଧାର

Flood during Amarnath Yatra: ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ପୁନର୍ବାର ପ୍ରବଳ ବର୍ଷା ହେତୁ ଅମରନାଥ ଗୁମ୍ଫା ନିକଟରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁମ୍ଫା ଚାରିପାଖରେ ଥିବା ପାହାଡରେ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତୁରନ୍ତ ସତର୍କତା ଜାରି କରାଯାଇଥିଲା। ମଙ୍ଗଳବାର ପର୍ଯ୍ୟନ୍ତ ପ୍ରାୟ ୪ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ପଞ୍ଚତରଣୀ ଏବଂ ପବିତ୍ର ଗୁମ୍ଫା ମଧ୍ୟରେ ହେଉଥିବା ଅମରନାଥ ଯାତ୍ରା ଖରାପ ପାଗ କାରଣରୁ ପ୍ରଭାବିତ ହୋଇଛି।

ପବିତ୍ର ଗୁମ୍ଫା ମନ୍ଦିରର (Amarnath Cave) ଚାରି ପାଖରେ ଅବସ୍ଥିତ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯାହା ଫଳରେ ଜଳ ସ୍ତର ବଢି ଯାଇ ଥିଲା। ଅଧିକାରୀ କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ତୀର୍ଥଯାତ୍ରୀଙ୍କୁ (Amarnath Pilgrims) ପଞ୍ଚତରଣୀ ଶିବିରକୁ ନିଆଯାଇଥିଲା। ପ୍ରବଳ ବର୍ଷା ହେତୁ କୌଣସି ଧନଜୀବନ ନଷ୍ଟ ହେବାଥିବାର ଖବର ମିଳିନାହିଁ। ପାଗ ଭଲ ହେବା ମାତ୍ରେ ଏହି ଯାତ୍ରା ଆରମ୍ଭ ହେବ। ଏହାପୂର୍ବରୁ ଜୁଲାଇ ୮ ତାରିଖରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା (Amarnath Cloudburst) ହୋଇଥିଲା। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ। ଯେଉଁ କାରଣରୁ ଗୁମ୍ଫା ନିକଟରେ ନିର୍ମିତ ଅନେକ ତମ୍ବୁ ନଷ୍ଟ ହୋଇଯାଇଥିଲା।

ସୁରକ୍ଷା ବଳ ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆହତଙ୍କୁ ଡାକ୍ତରଖାନା ନେବା ପାଇଁ ସେନା ହେଲିକପ୍ଟର ବ୍ୟବହାର କରାଯାଇଥିଲା। ସେତେବେଳେ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଥିଲା। ଏହା ପରେ ୧୬ ଜୁଲାଇରେ ପୁଣିଥରେ ଯାତ୍ରା (Amarnath Yatra) ଆରମ୍ଭ ହୋଇଥିଲା।

ପ୍ରାୟ ୪୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରା ୩୦ ଜୁନରୁ ଦୁଇଟି ପ୍ରମୁଖ ମାର୍ଗରେ ଆରମ୍ଭ ହୋଇଥିଲା। ତାହା ହେଉଛି ଦକ୍ଷିଣ କାଶ୍ମୀରରେ ୪୮ କିଲୋମିଟର ଲମ୍ବା ପାରମ୍ପାରିକ ନନୱାନ୍-ପହଲଗାମ୍ ମାର୍ଗ ଏବଂ କେନ୍ଦ୍ରୀୟ କାଶ୍ମୀରର ଗଣ୍ଡରବାଲରେ ୧୪ କିଲୋମିଟର ଲମ୍ବା ବାଲଟାଲ ମାର୍ଗ। ଚଳିତ ବର୍ଷ ୨ ଲକ୍ଷ ୩୦ ହଜାରରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫାରେ ବାବା ବାର୍ଫାନୀ (Baba Barfani) ଦର୍ଶନ କରିଛନ୍ତି। ଅମରନାଥ ୧୧ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶେଷ ହେବ। ଏଥର ଅମରନାଥ ଯାତ୍ରା ସମୟରେ ମୋଟ ୩୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି।

Also Read: Cloud Burst: କାହିଁକି ଫାଟିଥାଏ ବାଦଲ? କିପରି ସୃଷ୍ଟି କରିଥାଏ ତାଣ୍ଡବ?