Pakistan Imran Khan Shot: ଆଜାଦୀ ମାର୍ଚ୍ଚ ବେଳେ ଇମରାନ ଖାନଙ୍କୁ ଉପରେ ଗୁଳିମାଡ଼, ରାଲି ବେଳେ ନିଆଗଲା ଡାକ୍ତରଖାନା
Advertisement
Article Detail0/zeeodisha/odisha1423768

Pakistan Imran Khan Shot: ଆଜାଦୀ ମାର୍ଚ୍ଚ ବେଳେ ଇମରାନ ଖାନଙ୍କୁ ଉପରେ ଗୁଳିମାଡ଼, ରାଲି ବେଳେ ନିଆଗଲା ଡାକ୍ତରଖାନା

Firing on Imran Khan: ଗୁରୁବାର ଆଜାଦୀ ମାର୍ଚ୍ଚ କରୁଥିବା ବେଳେ ଗୁଳିମାଡ଼ର ଶୀକାର ହୋଇଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। 

Pakistan Imran Khan Shot: ଆଜାଦୀ ମାର୍ଚ୍ଚ ବେଳେ ଇମରାନ ଖାନଙ୍କୁ ଉପରେ ଗୁଳିମାଡ଼, ରାଲି ବେଳେ ନିଆଗଲା ଡାକ୍ତରଖାନା

 Former Pakistan PM Imran Khan: ଆଜାଦୀ ମାର୍ଚ୍ଚ ବେଳେ ଗୁଳିମାଡର ଶୀକାର ହୋଇଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ଗୁଳିମାଡରେ ଆହତ ହୋଇଥିବା ପିଟିଆଇ ନେତାଙ୍କୁ ରାଲି ସ୍ଥଳରୁ ଡାକ୍ତରଖାନା ନିଅଯାଇଛି।  ଦେଶର ଗୁଜରାନୱାଲା ଠାରେ ଏହି ଘଟଣା ଘଟିଥିବା କୁହାଯାଉଛି। ଗୁରୁବାର ହୋଇଥିବା ଗୁଳିମାଡ଼ ଘଟଣାରେ କିଛି ଲୋକ ଆହତ ହୋଇଥିବାର ଖବର ମିଳିଛି। 

ଗୁରୁବାର ଆଜାଦୀ ମାର୍ଚ୍ଚ କରୁଥିବା ବେଳେ ଗୁଳିମାଡ଼ର ଶୀକାର ହୋଇଥିଲେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ପିଟିଆଇ ନେତାଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ଜଡିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା କୁହାଯାଉଛି। 

ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଶାହୱାଜ ସରିଫ ସରକାର ବିରୋଧରେ ଆଜାଦୀ ମାର୍ଚ୍ଚ ନାମରେ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି ପିଟିଆଇ ନେତା ଇମରାନ ଖାନ। ତାଙ୍କର ଏହି ରାଲି ଲାହୋର ଠାରୁ ଆରମ୍ଭ ହୋଇ  ଇସଲାମାବାଦ ପର୍ଯ୍ୟନ୍ତ ଯିବ। ଏହି କ୍ରମରେ ଗୁରୁବାର ୱାଜିରାବାଦ ଠାରେ ପହଞ୍ଚିଥିଲା ଇମରାନଙ୍କ ଖାନଙ୍କ ପଦଯାତ୍ରା। ହେଲେ ରାଲି ଚାଲିଥିବା ବେଳେ ଅଚାନକ ହୋଇଥିଲା ଗୁଳିମାଡ଼। ଏହି ଘଟଣାରେ ଇମରାନ ଖାନଙ୍କ ସମେତ ମୋଟ ୬ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗୁଳି ଚଳାଇବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣଙ୍କ କେଉଁ ସଙ୍ଗଠନ ସହ ଜଡିତ ଅଛନ୍ତି ଏବଂ ସେ କାହିଁକି ଗୁଳିମାଡ଼ କରିଛନ୍ତି ତାହା କାରଣ ଜାଣିବାକୁ ଚେଷ୍ଟା କରୁଛି ପୋଲିସ। 

ପୋଲିସ କହିବା ଅନୁସାରେ ଗୁରୁବାର ଇମରାନ ଖାନ ୱାଜିରାବାଦ ଅଞ୍ଚଳରେ ତାଙ୍କ ପଦଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ କଣ୍ଟେନର ପାଖରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ  ଗୁଳି ଲାଗିବା କାରଣରୁ ଆହତ ହୋଇଛନ୍ତି ପିଟିଆଇ ନେତା। ତାଙ୍କ ମ୍ୟାନେଜର ସହ ତାଙ୍କର ଅନ୍ୟ ୫ ଜଣ ସମର୍ଥକ ମଧ୍ୟ ଗୁଳିମାଡ଼ କାରଣରୁ ଆହତ ହୋଇଥିବା ଜଣାପଡ଼ିଛି। ଗୁଳି ବିନିମୟ ହେବାର କିଛି ସମୟ ପରେ ଇମରାନ ଖାନଙ୍କ ସମର୍ଥକ ତାଙ୍କୁ ବୁଲେଟ୍ ପ୍ରୁଫ୍  ଗାଡି଼ରେ ବସାଇ ଡାକ୍ତରଖାନା ନେଇ ଯାଇଥିଲେ। ଯଦିଓ ସେ ଗୁଳିମାଡ଼ ହୋଇଛନ୍ତି ହେଲେ ବର୍ତ୍ତମାନ ତାଙ୍କ ଅବସ୍ଥା  ସୁରକ୍ଷିତ ରହିଥିବା କୁହାଯାଉଛି। ହେଲେ ଇମରାନ ଖାନଙ୍କ ଜଣେ ଆହତ ସମର୍ଥକଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରାଲି ବେଳେ ଇମରାନ ଖାନଙ୍କ କିଛି ସମର୍ଥକ କଣ୍ଟେନର ଉପରେ ଥିଲେ। ଗୁଳିମାଡ଼ ପରେ ସୁରକ୍ଷା କର୍ମୀ ଯଥାଶୀଘ୍ର ଇମରାନ ଖାନଙ୍କ କଣ୍ଟେନର ଚାରି ପାଖରେ ଘେରାବନ୍ଦୀ କରି ଆକ୍ରମଣକାରୀକୁ  ଧରି ନେଇଥିଲେ। ଏହି ଘଟଣା ପରେ ତୁରନ୍ତ ଇମରାନ ଖାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି କହିଛି ଯେ ସେ ଖାନ ସୁରକ୍ଷିତ ଅଛନ୍ତି। ଅନ୍ୟପଟେ ଦେଶର ପଞ୍ଜାବ ପ୍ରଦେଶର ରାଜ୍ୟପାଳ ତଥା ଇମାନ ଖାନଙ୍କ ସହଯୋଗୀ ଫୈସଲ ଜାଭେଦଙ୍କ ଉପରେ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ପ୍ରତିକ୍ରିୟା ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଛି। ଅନ୍ୟପଟେ ପିଟିଆଇ କହିଛି ଯେ ଏହା ଇମରାନ ନୁହେଁ ବରଂ ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ।