ଧର୍ମେନ୍ଦ୍ରଙ୍କ ପତିଆରାକୁ ଆଉ ଏକ ଉଡ଼ାଣ: ହରିୟାଣା ଲାଭ ଫିଟାଇପାରେ ସଭାପତି ଦ୍ୱାର
Advertisement
Article Detail0/zeeodisha/odisha2465175

ଧର୍ମେନ୍ଦ୍ରଙ୍କ ପତିଆରାକୁ ଆଉ ଏକ ଉଡ଼ାଣ: ହରିୟାଣା ଲାଭ ଫିଟାଇପାରେ ସଭାପତି ଦ୍ୱାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ହରିୟାଣାର ଜନତା ଚମତ୍କାର କରିଛନ୍ତି। ରାଜ୍ୟର ଇତିହାସରେ ଯାହା କେବେ ହୋଇ ନଥିଲା ତାହା କରି ଦେଖାଇଛନ୍ତି। ଏହି ରାଜ୍ୟଗଠନ ହେବା ପରଠାରୁ ଆଜି ଯାଏ ଅର୍ଥାତ୍‍ ୧୯୬୬ ମସିହାରୁ ଆଜି ଭିତରେ ୧୩ଟି ନିର୍ବାଚନକୁ ସମ୍ମୁଖୀନ ହୋଇଛି।

ଧର୍ମେନ୍ଦ୍ରଙ୍କ ପତିଆରାକୁ ଆଉ ଏକ ଉଡ଼ାଣ: ହରିୟାଣା ଲାଭ ଫିଟାଇପାରେ ସଭାପତି ଦ୍ୱାର

ଭୁବନେଶ୍ୱର: ହରିୟାଣାରେ ବିଜେପିର ବିପୁଳ ବିଜୟ ଖାଲି ସେହି ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ତା ନୁହେଁ ବରଂ ଏହା ଓଡ଼ିଶାର ରାଜନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବିଜୟ କାର୍ଡ ହୋଇଛି। ୫୫ ବର୍ଷୀୟ ଏହି ନେତାଙ୍କ ଲାଗି ପାର୍ଟିରେ ବଡ଼ ପଦବୀ ନିଶ୍ଚିତ କରିଛି। ଏପରିକି ତାଙ୍କର ରଣନୀତି ସମସ୍ତ ନିର୍ବାଚନ ପର ଆକଳନକୁ ମୋଡ଼ି ମକଚି ଏକ୍ଜିଟ୍‍ ପୋଲ ଅନୁଶୀଳନକାରୀଙ୍କ ପାଇଁ ବି ଆହ୍ୱାନ ସୃଷ୍ଟି କରିଛି। ରାଜନୀତିକ ପଣ୍ଡିତମାନେ ଧର୍ମେନ୍ଦ୍ରଙ୍କୁ ବିଜେପିର ପରବର୍ତ୍ତୀ ସଭାପତି ଭାବେ ମଧ୍ୟ ଦେଖୁଥିବା କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ହରିୟାଣାର ଜନତା ଚମତ୍କାର କରିଛନ୍ତି। ରାଜ୍ୟର ଇତିହାସରେ ଯାହା କେବେ ହୋଇ ନଥିଲା ତାହା କରି ଦେଖାଇଛନ୍ତି। ଏହି ରାଜ୍ୟଗଠନ ହେବା ପରଠାରୁ ଆଜି ଯାଏ ଅର୍ଥାତ୍‍ ୧୯୬୬ ମସିହାରୁ ଆଜି ଭିତରେ ୧୩ଟି ନିର୍ବାଚନକୁ ସମ୍ମୁଖୀନ ହୋଇଛି। ଏଥିରୁ ୧୦ଟି ନିର୍ବାଚନରେ ଏହାର ଜନତା ଶାସନ କରୁଥିବା ଦଳକୁ ବଦଳାଇ ନୂଆ ଦଳକୁ କ୍ଷମତା ଦେଇ ଆସିଛନ୍ତି। କିନ୍ତୁ ଏଥର ଅଭୂତପୂର୍ବ ଆସ୍ଥା ପ୍ରକଟ କରିଛନ୍ତି ଜନତା। ଦୁଇଥର ଶାସନ କରିବା ପରେ ବିଜେପିକୁ ପୁଣିଥରେ ଶାସନ କ୍ଷମତା ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଲଗାତାର ତୃତୀୟଥର ପାଇଁ କ୍ଷମତାକୁ ଆସିବା ଯେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଠିକ୍‍ ସେହିପରି ଆା୍ଛର୍ଯ୍ୟଜନକୁ ହେଉଛି ହରିୟାଣାରେ ତୃତୀୟଥର ସମର୍ଥନ ହାସଲ କରିବା। ଏଥର ମିଡିଆଠୁ ଆରମ୍ଭ କରି ବିରୋଧି ଦଳ ଏବଂ ରାଜନୀତିକ ପଣ୍ଡିତମାନେ କେବେ ଏହି ବହୁମତ ଆକଳନ କରି ନଥିଲେ। ହେଲେ ଲୋକେ ଏଥର ପୂର୍ବଥରଠାରୁ ଅଧିକ ଭୋଟ୍‍ ଅଂଶ ଓ ଆସନ ଦେଇଥିବା ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟରେ ପ୍ରକାଶ କରିଛନ୍ତି।

ଏହି ବିଜୟ ପଛରେ ଏବେ ଦଳର ଏହି ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରାଯାଉଛି। ଶ୍ରୀ ପ୍ୟଧାନ ଏବେ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଓଡ଼ିଶାରେ ବିଜେପିର ବିଜୟ ପଛରେ ତାଙ୍କର ରଣନୀତି ରହିଥିବା ବି କିଛି କହୁଛନ୍ତି। ତାଙ୍କର ରାଜନୀତିକ ଭାଷା ଓ ଅଭିବ୍ୟକ୍ତି ଦ୍ୱାରା ରାଜ୍ୟରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ପରବର୍ତ୍ତୀ ସମୟରେ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିଥିଲା। ‘ଅଣ ଓଡ଼ିଆ’ ହଟାଅ ନାରା ସାରା ରାଜ୍ୟକୁ ପ୍ରଭାବିତ କରିଥିଲା। ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ଓଡ଼ିଶାରେ ଅଭୂତପୂର୍ବ ସଫଳତା ହାସଲ କରିଛି। କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନଥିଲେ ବି ଦଳକୁ ଲୋକେ ସମର୍ଥନ କରିଛନ୍ତି। 

ଆଜି ହରିୟାଣାରେ ଗତ ଏକ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେପି ବିରୁଦ୍ଧରେ ଏକ ଜନମତ ସୃଷ୍ଟି ହୋଇଛି ବୋଲି ବିରୋଧୀ ଓ ମିଡିଆରେ ପ୍ରଚାର କରାଯାଇଥିଲା। ଲୋକେ ପରିବର୍ତ୍ତନକୁ ଚାହାନ୍ତି ଆଉ ଏହାର ଫାଇଦା କଂଗ୍ରେସ ଉଠାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଛି। ଏପରିକି ଲୋକଙ୍କ ବୁଥ ବାହୁଡ଼ା ମତକୁ ଧରି ଅନୁଶୀଳନ କରାଯାଇଥିବା ଏକ୍ଜିଟ ପୋଲରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। କେହି ବିହରିୟାଣାରେ ବିଜେପିକୁ ପୁଣିଥରେ ଜନମତ ଲାଭ କରିବ ବୋଲି ଦର୍ଶାଇ ନଥିଲେ। ଏପରିକି ଆଜି ସକାଳେ ଗଣତି ଆରମ୍ଭ ବେଳେ ମଧ୍ୟ ଯେଉଁ ସଂଖ୍ୟା ସାମ୍ନାକୁ ଆସୁଥିଲା ସେଥିରେ ବି ଟ୍ରେଣ୍ଡ କଂଗ୍ରେସ ପକ୍ଷରେ ଥିଲା। କିନ୍ତୁ ସାଢ଼େ ୯ଟା ବେଳକୁ ଟ୍ରେଣ୍ଡ ବଦଳିଲା। ଆଉ ଏହା ଫଳାଫଳକୁ ନିର୍ଦ୍ଧାରଣ କରିଛି। 

ଶ୍ରୀ ପ୍ରଧାନ ଏହା ପୂର୍ବରୁ ଛତିଶଗଡ଼, କର୍ଣ୍ଣାଟକା, ଉତ୍ତରପ୍ରଦେଶ,  ଉତ୍ତରାଖଣ୍ଡ, ଝଡ଼ଖଣ୍ଡ, ବିହାର ପ୍ରଭୃତି ରାଜ୍ୟରେ ଦଳ ପାଇଁ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ବିହାର ନିର୍ବାଚନ ସମୟରେ ରାଜ୍ୟର ସହପ୍ରଭାରୀ ଥିଲେ। ଉତ୍ତରାଖଣ୍ଡ ନିର୍ବାଚନ ବେଳେ ସେ ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି। ହେଲେ ତାଙ୍କୁ ହରିୟାଣା ସବୁଠାରୁ ଭଲ ଫଳାଫଳ ଦେଇଛି। ଏପରିକି ମୋଦୀ-ଶାହ ସରକାରରେ ଭରସାଯୋଗ୍ୟ କାର୍ଯ୍ୟ ନିର୍ବାହୀ  ଭାବେ ତାଙ୍କୁ ପରିଚିତ କରାଇଛି।

Also Read- 70th National Film Awards: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ଶ୍ରେଷ୍ଠ କଳାକାର, ଦେଖନ୍ତୁ ଝଲକ

Also Read- 70th National Film Awards: ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନିତ ହେଲେ ମିଥୁନ୍