Old Rajinder Nagar flooding case : ଆଇଏଏସ କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ ଗିରଫ
Advertisement
Article Detail0/zeeodisha/odisha2356855

Old Rajinder Nagar flooding case : ଆଇଏଏସ କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ ଗିରଫ

Owner, coordinator of Rau's IAS Study Circle arrested by Delhi Police : ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ଜଣ ଗିରଫ। ରାଓ IAS କୋଚିଂ ସେଣ୍ଟରର ମାଲିକ ଏବଂ କୋର୍ଡିନେଟରଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ ।

Old Rajinder Nagar flooding case

Delhi police arrests IAS coaching centre owner, coordinator : ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟର ଦୁର୍ଘଟଣାରେ ୨ଜଣ ଗିରଫ। ରାଓ IAS କୋଚିଂ ସେଣ୍ଟରର ମାଲିକ ଏବଂ କୋର୍ଡିନେଟରଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । କୋଚିଂ ସେଣ୍ଟର ବେସମେଣ୍ଟର ମୃତ୍ୟୁବରଣ କରିଥିବା ଛାତ୍ରଛାତ୍ରୀଙ୍କ ପରିଚୟ ମିଳିଛି। ମୃତକ ହେଉଛନ୍ତି ଶ୍ରେୟା ଯାଦବ, ତାନିଆ ସୋନି ଏବଂ ନବୀନ ଡେବ୍ଲିନ୍ ।ଏନେଇ ପୋଲିସ ଛାନଭିନ୍ କରୁଛି । 

ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ୍ ଡିସିପି ଏ ହର୍ଷବର୍ଦ୍ଧନଙ୍କ ସୂଚନା ଅନୁଯାୟୀ, କୋଚିଂ ସେଣ୍ଟର ମାଲିକ ଏବଂ କୋର୍ଡିନେଟର ଗରିଫ ହୋଇଛନ୍ତି।ସେମାନଙ୍କ ନାଁରେ BNS ର ୧୦୫,୧୦୬(୧),୧୧୫(୨),୨୯୦ ଏବଂ ଧାରା ୩୫ ଲାଗିଛି । ଫରେନ୍ସିକ ଟିମ୍ ଏହି ମାମଲାର ଯାଞ୍ଚ କରୁଛି । ଏହା ସହିତ କୋଚିଂ ସେଣ୍ଟର ମ୍ୟାନେଜମେଣ୍ଟ ଏବଂ ସେବିକା ଏଜେନ୍ସି ମଧ୍ଯ ତଦନ୍ତ ଘେରକୁ ଆସିଛି।

ଅଗ୍ନିଶମ ବିଭାଗର ଏନଓସିରରୁ ଜଣାପଡ଼ିଛି ଯେ, କୋଚିଂ ସେଣ୍ଟର ବେସମେଣ୍ଟ କେବଳ ଷ୍ଟୋରେଜ୍ ପାଇଁ ଉଦ୍ଧିଷ୍ଟ ଥିଲା । ହେଲେ ଏହାକୁ ଲାଇବ୍ରେରୀ ସେଣ୍ଟର କରି କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି ବୋଲି ଡିଏଫଏସ କହିଛନ୍ତି । ଏହା ଉପରେ କାର୍ଯ୍ୟାନଷ୍ଠାନ ଗ୍ରହଣ ପାଇଁ ଡିସିପି ଏବଂ ଏମସିଡିକୁ ଚିଠି ଲେଖାଯିବ। ବେସମେଣ୍ଟକୁ ଷ୍ଟୋରେଜ୍ ର ଉଦ୍ଦେଶ୍ୟରେ ତାଙ୍କୁ ଏନଓସି ମିଳିଥିଲା । ମାତ୍ର କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ଫଳରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଶନିବାର ସଂଧ୍ୟା ସମୟରେ ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ରାଓ IAS କୋଚିଂ ସେଣ୍ଟର ବେସ୍ ମେଣ୍ଟରେ ଧୀରେ ଧୀରେ ପାଣି ପଶିଥିଲା ଏହା ଭିତରେ ଥିବା ୩୫ଜଣ ଫସି ଯାଇଥିଲେ । କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଅଧିକାଂଶ ପିଲାଙ୍କୁ ଉଦ୍ଧାର କରାଯାଇଥିଲା ।ହେଲେ ପାଣିରେ ବୁଡ଼ି ୩ଜଣଙ୍କ ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ପ୍ରାୟ ୩୦ ମିନିଟ୍ ଧରି ବେସମେଣ୍ଟରୁ ବର୍ଷା ପାଣି ବାହାର କରିବା ପରେ ସେଥିରୁ ୩ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।