ସିଲ୍ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2466298

ସିଲ୍ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଜାଣନ୍ତୁ କାରଣ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସିଲ୍ କରାଯାଇଛି। PWD ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଜିନିଷପତ୍ର କଢାଯାଇଛି । ଦୁଇ ଦିନ ପୂର୍ବରୁ ଅତିଶୀ ସିଏମ୍ ବାସଭବନକୁ ଯାଇଥିଲେ।

ସିଲ୍ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ପୁଣି ନୂଆ ବିବାଦ ସାମ୍ନାକୁ ଆସିଛି। ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଛୁଟି ଏବଂ ବାସଭବନ ହସ୍ତାନ୍ତର ନେଇ ବିବାଦ ଲାଗି ରହିଥିଲା। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିଡବ୍ଲ୍ୟୁଡି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସିଲ୍ କରିଛି। ବାସଭବନ ବାହାରେ ଡବଲ୍ ଲକ୍ ପକାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସିଲ୍ କରିବା ସମ୍ପର୍କରେ ସିଏମଓ ପକ୍ଷରୁ ଏକ ବିବୃତ୍ତି ଆସିଛି। ସୂଚନା ଦିଆଯାଇଛି ଯେ, ଦେଶର ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି ହୋଇଛି । ସିଏମଓ ପକ୍ଷରୁ କୁହାଯାଇଛି ଯେ, ବିଜେପିଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଜିନିଷକୁ ସିଏମ ବାସଭବନରୁ ଜବରଦଖଲ କରି ନିଆଯାଇଛି । ଏଲଜି ପକ୍ଷରୁ ଜଣେ ବଡ ବିଜେପି ନେତାଙ୍କୁ ସିଏମ ବାସଗୃହ ବଣ୍ଟନ ପାଇଁ ପ୍ରସ୍ତୁତି ଚାଲିଛି। ୨୭ ବର୍ଷ ଧରି ଦିଲ୍ଲୀରେ ନିର୍ବାସନରେ ଥିବା ବିଜେପି ବର୍ତ୍ତମାନ ସିଏମ ବାସଭବନକୁ କବଜା କରିବାକୁ ଚାହୁଁଛି।

ଅକ୍ଟୋବର ୭ ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଫ୍ଲାଗ ଷ୍ଟାଫ ରୋଡ, ସିଭିଲ ଲାଇନରେ ଥିବା ଘରକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିବା ପରେ ସେ ସୋମବାର ସ୍ଥାନୀୟ କର୍ମଚାରୀଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ। ଉକ୍ତ ବୈଠକରେ ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହାପୂର୍ବରୁ, ଅକ୍ଟୋବର ୪ ତାରିଖ ଶୁକ୍ରବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୁଟିନ୍ସ ଜୋନରେ ଅବସ୍ଥିତ ନୂତନ ଠିକଣାକୁ ଯିବା ପାଇଁ ତାଙ୍କ ପୁରୁଣା ବାସଭବନ ଛାଡିଥିଲେ।

Also Read- Shani Transit 2025: ଶନିଦେବଙ୍କ ପ୍ରଭାବ, ୫ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ

Also Read- ପୂଜାରେ କଟକ ଯାଉଛନ୍ତି କି ? ଜାଣନ୍ତୁ କେଉଁ ରାସ୍ତା ବନ୍ଦ ଏବଂ ଖୋଲା