Beating of Beggars for Begging: ଭିକ ମାଗିବାରୁ ଭିକାରୀଙ୍କୁ ନିର୍ଘାତ ମାଡ଼
Advertisement
Article Detail0/zeeodisha/odisha1281200

Beating of Beggars for Begging: ଭିକ ମାଗିବାରୁ ଭିକାରୀଙ୍କୁ ନିର୍ଘାତ ମାଡ଼

Beating of Beggars for Begging:  ଭିକ ମାଗିବାରୁ ୬ ଜଣ ଭିକାରୀଙ୍କୁ ମାଡ଼ ମାରିଛନ୍ତି ଲୋକେ। ବିହାର ବୈଶାଳୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Beating of Beggars for Begging: ଭିକ ମାଗିବାରୁ ଭିକାରୀଙ୍କୁ ନିର୍ଘାତ ମାଡ଼

Bihar: ଭିକ ମାଗିବାରୁ ୬ ଜଣ ଭିକାରୀଙ୍କୁ ମାଡ଼ ମାରିଛନ୍ତି ଲୋକେ। ବିହାର ବୈଶାଳୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜିଲ୍ଲାର ଗଣ୍ଡକ ନଦୀ କୂଳରେ ଅବସ୍ଥିତ କଦମ ଘାଟରେ ନିର୍ମିତ ଏକ ମନ୍ଦିର ନିକଟରେ କିଛି ମୁସଲମାନ ଯୁବକ ଛଦ୍ମବେଶରେ ଭିକ ମାଗୁଥିବା ବେଳେ ଲୋକଙ୍କ ହାତରେ ଧରା ପଡିଥିଲେ। ଏହି ଘଟଣା ବାବଦରେ ଖବର ବିଶ୍ୱ ହିନ୍ଦୁ ପରିଷଦ ଏବଂ ଏହାର ଯୁବ ଶାଖା ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କୁ ଦିଆଯାଇଥିଲା। ଏହି ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିବା ବଜରଙ୍ଗ ଦଳ ସଦସ୍ୟ ଯେତେବେଳେ ଭିକାରୀ ବେଶ ଧାରଣ କରିଥିବା ମୁସଲିମ ଯୁବକଙ୍କୁ ପଚରା ଉଚରା କରୁଥିଲେ ପ୍ରଥମେ ସେମାନେ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲେ। ପରେ ଯେତେବେଳେ ସେମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କୁହଗଲା ସେତେବେଳେ ସେମାନଙ୍କର ପ୍ରକୃତ ପରିଚୟ ମିଳିଥିଲା। ସେମାନେ ହିନ୍ଦୁ ବେଶ ଧାରଣ ଭିକ ମାଗୁଥିବାର ଜଣାପଡି଼ଥିଲା।  

ଏହି ଘଟଣା ବାବଦରେ ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ହୋଇ ଉଠିଥିବା ସ୍ଥାନୀୟ ଲୋକେ ନକଲି ବାବା ହୋଇ ବୁଲୁଥିବା ମୁସଲିମ ଯୁବକଙ୍କୁ ଧରି ନେଇ ନିର୍ଘାତ ମାଡ଼ (Beating of Muslim Youth) ମାରିଥିଲେ। ଏହି ଘଟଣା ବାବଦରେ ବଜରଙ୍ଗ ଦଳ (Bajarang Dal) ଶାଖା ପକ୍ଷରୁ ସ୍ଥାନୀୟ ଥାନାକୁ ଘଟଣା ବାବଦରେ ଅବଗତ କରାଯାଇଥିଲା। ପୋଲିସ ଏହି ଘଟଣା ବାବଦରେ ଖବର ପାଇବା ପରେ ଏକ ପାଟ୍ରୋଲିଂ ପାର୍ଟି ପଠାଇ ଘଟଣାସ୍ଥଳରୁ ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ପୋଲିସ ପାଟ୍ରୋଲିଂ ଅଧିକାରୀ କହିଛନ୍ତି ଯେ ସେମାନଙ୍କ ନିକଟରୁ କିଛି ମୋବାଇଲ ଏବଂ ଆଧାର କାର୍ଡ ଜବତ କରାଯାଇଛି। ଏହି ଘଟଣାର ଗଭୀର ତଦନ୍ତ କରାଯାଉଛି। 

ଅନ୍ୟପଟେ ବଜରଙ୍ଗ ଦଳ ଜିଲ୍ଲା ସଭାପତି ଆର୍ଯ୍ୟନ ସିଂହ ଅଭିଯୋଗ କରି କହିଛନ୍ତି  ନକଲି ବାବା ବେଶରେ ଭିକ ମାଗୁଥିବା ଏହି ଭିଖାରୀ ହେଉଛନ୍ତି ବାଂଲାଦେଶୀ ରୋହିଙ୍ଗ୍ୟା ମୁସଲମାନ (Bangladeshi Rohingya Muslims)। ଯେଉଁମାନେ ନିଜକୁ ହିନ୍ଦୁ ଛଦ୍ମନାମ ବ୍ୟବହାର କରି ସନାତନ ଧର୍ମ ବିରୋଧି  କାର୍ଯ୍ୟରେ ଜଡି଼ତ ଅଛନ୍ତି। ସେମାନେ କୌଣସି ଆତଙ୍କବାଦୀ ସଙ୍ଗଠନ ପାଇଁ କାମ କରୁଥିବାର ସନ୍ଦେହ କରାଯାଉଛି। ସେମାନଙ୍କର ଏପରି ଅନେକ ସହଯୋଗୀ ଅଛନ୍ତି ଯେଉଁମାନେ ସହରର ବିଭିନ୍ନ ସ୍ଥାନରେ ରହୁଛନ୍ତି। ଏଭଳି ଲୋକଙ୍କୁ ଚିହ୍ନଟ କରି ଗିରଫ କରାଯାଉ ବୋଲି ପୋଲିସ ପ୍ରଶାସନ ପାଖରେ ଦାବି କରାଯାଇଛି। ସେମାନଙ୍କର କାର୍ଯ୍ୟକଳାପ ବାବଦରେ ତଦନ୍ତ କରାଯିବା ଆବଶ୍ୟକ। ଯାହା ଦ୍ୱାରା ଦେଶର ଯେ କୌଣସି ପ୍ରକାର ହେବାକୁ ଯାଉଥିବା ଆତଙ୍କବାଦୀ ଘଟଣାରୁ ରକ୍ଷା ପାଇହେବ।

ହାଜିପୁର ସହରରେ ସାଧୁ ଭାବରେ ଛଦ୍ମବେଶରେ ସନ୍ଦେହ କରୁଥିବା ମୁସଲମାନମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବଜରଙ୍ଗ ଜିଲ୍ଲା ସଭାପତି ଆର୍ଯ୍ୟ ସିଂ ସମସ୍ତଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରୁଛନ୍ତି। ପୋଲିସ ହେପାଜତକୁ ନେବା ପୂର୍ବରୁ ସହରର କଦାମ ଘାଟରେ ସମସ୍ତଙ୍କୁ ମାଡ ଦିଆଯାଇଥିଲା, ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରିଥିଲା। ସମସ୍ତଙ୍କ ଚିକିତ୍ସା କାମ କରିବାକୁ ପୋଲିସ ସମସ୍ତଙ୍କୁ ଛାଡି ଦେଇଛି। ତେବେ ବଜରଙ୍ଗ ଦଳର ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି ଯେ ସମସ୍ତେ ସ୍ଲିପର ସେଲ (Terrorist Sleeper Cell) ସହ ଜଡ଼ିତ ଲୋକ, ଯେଉଁମାନେ ନିଜକୁ ସାଧୁ ରୂପେ ଛଦ୍ମନାମ କରି ଷଡଯନ୍ତ୍ରରେ ହିନ୍ଦୁ ଧର୍ମ ଅନୁସରଣ କରୁଥିବା ଲୋକଙ୍କ ଭାବନା ସହ ଖେଳୁଛନ୍ତି।

ବିହାର ବୈଶାଳୀ ଜିଲ୍ଲାରେ ସାଧୁ ଭାବେ ଛଦ୍ମବେଶରେ ବୁଲୁଥିବା ମୁସଲମାନ ଯୁବକଙ୍କ ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବଜରଙ୍ଗ ଜିଲ୍ଲା ସଭାପତି ଆର୍ଯ୍ୟାନ ସିଂହ ସେମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରୁଛନ୍ତି। ପୋଲିସ ହେପାଜତକୁ ନେବା ପୂର୍ବରୁ ସେମାନଙ୍କୁ କଦାମ ଘାଟରେ ନିର୍ଘାତ ମାଡ଼ ମରାଯାଇଥିଲା। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରିଥିଲା। ଚିକିତ୍ସା କରିବାକୁ ପୋଲିସ ସେମାନଙ୍କୁ ଛାଡି ଦେଇଛି। ବଜରଙ୍ଗ ଦଳ ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି ଯେ ହିନ୍ଦୁ ବେଶ ଧାରଣା କରି ଭିଖ ମାଗୁଥିବା ମୁସଲିମ ଯୁବକ ସ୍ଲିପର ସେଲ୍ ସହ ଜଡ଼ିତ। ଯେଉଁମାନେ ନିଜକୁ ହିନ୍ଦୁ ସାଧୁ ବେଶ  ଭାବେ ଦର୍ଶାଇ ଷଡଯନ୍ତ୍ର ପୂର୍ବକ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନା ସହ ଖେଳୁଛନ୍ତି।

ଏହି ଘଟଣାରେ ବଜରଙ୍ଗ ଦଳ ଜିଲ୍ଲା ସଭାପତି ଆର୍ଯ୍ୟନ ସିଂହଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ହିନ୍ଦୁ ରୂପ ଧାରଣ ଭିକ ମାଗୁଥିବା ୬ ଜଣ ମୁସଲିମ ଯୁବକଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ହାଜିପୁର ନଗର ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ୨୪ ତାରିଖରେ ଏହି ଘଟଣା ଘଟିଥିଲା। ହିନ୍ଦୁ ସାଧୁ ବେଶ ଧାରଣ କରି  ଭିଖ ମାଗୁଥିବା ମୁସଲିମ ଯୁବକଙ୍କୁ ନିର୍ଘାତ ମାଡ ମାରିବା ପରେ ସେମାନଙ୍କୁ ପୋଲିସ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା।

ଥାନାରେ ବଣ୍ଡ ଭରିବା ପରେ ଏହି ଛଦ୍ମ ବେଶୀ ଭିକାରୀଙ୍କୁ ମୁକ୍ତ କରାଯାଇଥିଲା। ଏହି ବଣ୍ଡ ଜରିଆରେ ସେମାନେ ସେମାନଙ୍କ ନାମ, ଠିକଣା ଏବଂ ଆର୍ଥିକ ସ୍ଥିତି ସମ୍ପର୍କ ବାବଦରେ ଅବଗତ କରାଇଛନ୍ତି। ଯେଉଁଥିରେ ସେମାନେ କହିଥିଲେ ଯେ ସମସ୍ତେ ଉତ୍ତର ପ୍ରଦେଶ ବାହରାଇଚ୍ ଜିଲ୍ଲାର ମଧୁବନ ଗ୍ରାମର ବାସିନ୍ଦା।ସେମାନେ ମଦ୍ୟପାନ କରିବା ସହିତ କରିବା ସହିତ ଲୋକେ ଦାନ କରିଥିବା ଜିନିଷରେ ପେଟ ଭରିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ହେଉଛି ସେମାନଙ୍କ ଗ୍ରାମର ବୃତ୍ତି। ସେମାନ ଦେଶର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ପର୍ବ ପର୍ବାଣୀକୁ ଧ୍ୟାନରେ ରଖି ଟଙ୍କା ରୋଜଗାର କରିଥାନ୍ତି। 

Also Read: Bijnor Dargah Vandalised Case: ସାମ୍ନାକୁ ଆସିଲା କୁଏତ ଲିଙ୍କ, NIA କରିବ ଯାଞ୍ଚ

Also Read: Bijnor Dargah Vandalised Case: ଷଡଯନ୍ତ୍ରର ପର୍ଦ୍ଦଫାଶ କଲା ଉତ୍ତର ପ୍ରଦେଶ ପୋଲିସ