ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!
Advertisement
Article Detail0/zeeodisha/odisha1307650

ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!

Baba Vanga Predictions 2022: ଏଠାରେ କହି ରଖୁଛୁ ଯେ, ତାଙ୍କର ଅନେକ ଭବିଷ୍ୟବାଣୀ ଏହା ପୂର୍ବରୁ ମଧ୍ୟ ସତ ହୋଇଛି । ବାବା ଭେଙ୍ଗା ୧୯୮୯ରେ କହିଥିଲେ ଯେ ୨୦୦୧ରେ ଆତଙ୍କବାଦୀ ଆକ୍ରମଣରେ ଆମେରିକାର ଦୁଇଟି 'ଷ୍ଟିଲ ବର୍ଡ' ଧ୍ୱଂସ ହେବ । ଅନେକ ଏହାକୁ ୯/୧୧ ଆକ୍ରମଣର ସନ୍ଦର୍ଭ ଭାବରେ ଦର୍ଶାଇଛନ୍ତି ।

ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!

ନୂଆଦିଲ୍ଲୀ: Baba Vanga Predictions 2022: ନିଜର ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ବାବା ଭେଙ୍ଗା (Baba Vanga) ଙ୍କ ଏକ ଭବିଷ୍ୟବାଣୀ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ଭବିଷ୍ୟବାଣୀ ଭାରତ (India) କୁ ନେଇ କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ୨୦୨୨ ମସିହାରେ ଭାରତରେ ଦୁର୍ଭିକ୍ଷ ପରି ପରିସ୍ଥିତି ଉପୁଜିପାରେ । ଏହା ପୂର୍ବରୁ ଅନେକ ଥର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ୍ୟ ହୋଇଛି । ଯେଉଁଥିରେ ଦୁଇଟି ଭବିଷ୍ୟବାଣୀ ସତ ହେବା ଘଟଣା ୨୦୨୨ ସହ ଜଡିତ ଅଛି । ବାବା ଭେଙ୍ଗା ୨୦୨୨ (Baba Vanga Predictions 2022) କୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ, ସେଥିମଧ୍ୟରୁ ଦୁଇଟି ସତ ହୋଇଛି । ଏଥି ମଧ୍ୟରୁ ଗୋଟିଏ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ଓ ଅନ୍ୟଟି ଅନେକ ସହରରେ ମରୁଡ଼ି ଏବଂ ଜଳ ସଙ୍କଟ ବିଷୟରେ ଥିଲା । ଯଦିଓ ବାବା ଭେଙ୍ଗାଙ୍କ ଭବିଷ୍ୟତବାଣୀ ଅନେକ ଥର ଭୁଲ ପ୍ରମାଣିତ ହୋଇସାରିଛି । ବାବା ଭେଙ୍ଗା ଭାରତକୁ ନେଇ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଯାହାକୁ ନେଇ ସାରା ଦୁନିଆରେ ଅସୁରକ୍ଷା ଓ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତୁ ଜାଣିବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ....

ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । 

ଚଳିତ ବର୍ଷ ଦୁଇଟି ଭବିଷ୍ୟବାଣୀ ହୋଇଛି ସତ

'ଡେଲି ଷ୍ଟାର'ର ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ୨୦୨୨ ପାଇଁ ଭବିଷ୍ୟବାଣୀ କରିଥିଲେ ଯେ ଅନେକ ଏସୀୟ ଦେଶ ଓ ଅଷ୍ଟ୍ରେଲିଆରେ ବିପଜ୍ଜନକ ବନ୍ୟା ପରିସ୍ଥିତି ଦେଖାଦେବ ଓ ଏହା ନିଶ୍ଚିତ ଭାବରେ ଘଟୁଛି । ତାଙ୍କର ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହେଉଛି, କାରଣ ଚଳିତ ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆର କିଛି ଅଂଶରେ ପ୍ରବଳ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ, ମରୁଡ଼ି ଯୋଗୁଁ ଅନେକ ସହର ଜଳ ଅଭାବରୁ ପ୍ରଭାବିତ ହେବେ । ବର୍ତ୍ତମାନ ୟୁରୋପରେ ଏହା ଘଟୁଛି । ନ୍ୟୁଜ୍ କର୍ପ ରିପୋର୍ଟ କରିଛି ଯେ, ପର୍ତ୍ତୁଗାଲ ନିଜର ନାଗରିକମାନଙ୍କୁ ଜଳ ବ୍ୟବହାର ଉପରେ ନିୟନ୍ତ୍ରଣ କରିବାକୁ କହିଛି । ୧୯୫୦ ଦଶକ ପରେ ଇଟାଲୀ ବର୍ତ୍ତମାନ ସବୁଠାରୁ ଖରାପ ମରୁଡ଼ି ପରସ୍ଥିତି ମଧ୍ୟ ଦେଇ ଗତି କରୁଛି ।

୨୦୨୨ ମସିହାରେ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ୬ଟି ଭବିଷ୍ୟବାଣୀ ମଧ୍ୟରୁ ୨ଟି ସତ ପ୍ରମାଣିତ ହୋଇଛି । ଏଥି ସହିତ ବାବା କହିଥିଲେ ଯେ ଚଳିତ ବର୍ଷ ସାଇବରିଆରୁ ଏକ ନୂତନ ମାରାତ୍ମକ ଭୂତାଣୁ, ବିଦେଶୀ ଆକ୍ରମଣ, ପଙ୍ଗପାଳ ଆକ୍ରମଣ ଏବଂ ଭର୍ଚୁଆଲ୍ ରିୟଲିଟି ବୃଦ୍ଧି ପାଇବ ।

ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା

ଏହା ବି ପଢ଼ନ୍ତୁ:-କେତେଥର ଆଧାର କାର୍ଡରେ ପରିବର୍ତ୍ତନ କରିପାରିବେ ଆପଣଙ୍କର ନାମ, ଠିକଣା ଏବଂ ଜନ୍ମ ତାରିଖ? ଜାଣନ୍ତୁ କ'ଣ ରହିଛି ନିୟମ

ଏହା ବି ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜି କ'ଣ ରହିଛି ରେଟ୍

 

ଭାରତ ବିଷୟରେ ଭବିଷ୍ୟବାଣୀ

ବାବା ଭେଙ୍ଗା ଚଳିତ ବର୍ଷ ଭାରତ ବିଷୟରେ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହା ଅନୁଯାୟୀ, ଚଳିତ ବର୍ଷ ଦୁନିଆର ତାପମାତ୍ରା ହ୍ରାସ ପାଇବ । ଯେଉଁ କାରଣରୁ ପଙ୍ଗପାଳର ପ୍ରକୋପ ବୃଦ୍ଧି ପାଇବ । ସବୁଜତା ଓ ଖାଦ୍ୟ କାରଣରୁ ପଙ୍ଗପାଳମାନେ ଭାରତ ଉପରେ ଆକ୍ରମଣ କରିବେ । ଯେଉଁଥିପାଇଁ ଫସଲର ବ୍ୟାପକ କ୍ଷତି ହେବ ଓ ଦୁର୍ଭିକ୍ଷ ଦେଖାଦେବ । ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ । ଏହା ଆଗାମୀ ସମୟରେ ଜଣା ପଡିବ ।

ଏଠାରେ କହି ରଖୁଛୁ ଯେ, ତାଙ୍କର ଅନେକ ଭବିଷ୍ୟବାଣୀ ଏହା ପୂର୍ବରୁ ମଧ୍ୟ ସତ ହୋଇଛି । ବାବା ଭେଙ୍ଗା ୧୯୮୯ରେ କହିଥିଲେ ଯେ ୨୦୦୧ରେ ଆତଙ୍କବାଦୀ ଆକ୍ରମଣରେ ଆମେରିକାର ଦୁଇଟି 'ଷ୍ଟିଲ ବର୍ଡ' ଧ୍ୱଂସ ହେବ । ଅନେକ ଏହାକୁ ୯/୧୧ ଆକ୍ରମଣର ସନ୍ଦର୍ଭ ଭାବରେ ଦର୍ଶାଇଛନ୍ତି । ତାଙ୍କର ଅନ୍ୟ ଭବିଷ୍ୟବାଣୀରେ ୨୦୦୪ ଥାଇଲ୍ୟାଣ୍ଡ ସୁନାମି, ବାରାକ ଓବାମାଙ୍କ ରାଷ୍ଟ୍ରପତି ହେବା, ସୋଭିଏତ୍ ୟୁନିଅନର ପତନ ଏବଂ ପୂର୍ବ ଓ ପଶ୍ଚିମ ଜର୍ମାନୀର ପୁନଃ ମିଶ୍ରଣ ହେବା ସାମିଲ ରହିଛି ।

ସୂଚନାଯୋଗ୍ୟ, ବାବା ଭେଙ୍ଗା ଭବିଷ୍ୟବାଣୀ (Baba Vanga Prediction 2022) ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ ।

୧୨ ବର୍ଷ ବୟସରେ ବାବା ଭେଙ୍ଗାଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ବାସ୍ତବରେ ଏକ ଭୟଙ୍କର ଝଡ଼ ଯୋଗୁଁ ସେ ନିଜ ଆଖିର ଦୃଷ୍ଟି ଶକ୍ତି ହରାଇଥିଲେ । ଭେଙ୍ଗା ବାବାଙ୍କର ୧୯୯୬ ମସିହାରେ ଦେହାନ୍ତ ହୋଇସାରିଛି । ତାଙ୍କର ଭବିଷ୍ୟବାଣୀ (Baba Vanga 2022 Prediction) କୌଣସି ସ୍ଥାନରେ ଲେଖା ନାହିଁ । ଯଦିଓ ଏହା କୁହାଯାଏ ଯେ ସେ ଏହି ଭବିଷ୍ୟବାଣୀଗୁଡ଼ିକୁ ତାଙ୍କ ଅନୁଗାମୀମାନଙ୍କୁ ମୌଖିକ ଭାବରେ ଜଣାଇଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଅନେକ ମଧ୍ୟ ଭୁଲ୍ ବୋଲି ଜଣାପଡିଛି ।